୰ପଣ୍ଡିତ ନୃସିଂହ ପ୍ରସାଦ ମିଶ୍ରଙ୍କ ଦ୍ଵାଦଶାହ ସ୍ମୃତିସଭା

ବାଣପୁର (ଓଡ଼ିଶା ତାଜା ନ୍ୟୂଜ୍) (ନିପ୍ର ) :- ବରିଷ୍ଠ ପତ୍ରକାର , ଚ଼ିଲିକା ସାମ୍ବାଦିକ ସଂଘର ଉପଦେଷ୍ଟା ସମାଜସେବୀ ୰ନୃସିଂହ ପ୍ରସାଦ ମିଶ୍ରଙ୍କ, ଦ୍ଵାଦଶାହ ସ୍ମୃତି ସଭା ଜନ୍ମମାଟି ଅଚ୍ୟୁତ ରାଜପୁର ଶାସନର କଲ୍ୟାଣ ମଣ୍ଡପଠାରେ ଅନୁଷ୍ଠିତ ହୋଇଯାଇଛି । ଚିଲିକା ସାହିତ୍ୟ ସମାଜର ସଭାପତି ଶିକ୍ଷାବିତ୍ ବାଳମୁକୁନ୍ଦ ଦାସଙ୍କ ପରିଚାଳନାରେ ଆୟୋଜିତ ଏହି ସଭାରେ ବାଣପୁର ,ଚିଲିକା ଅଞ୍ଚଳର ବହୁ ମାଣ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇ ସ୍ୱର୍ଗତ ମିଶ୍ରଙ୍କ ବହୁମୁଖି ପ୍ରତିଭାର ସ୍ମୃତିଚାରଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।

ସ୍ଵର୍ଗତ ମିଶ୍ର ଜଣେ ବରିଷ୍ଠ ସାମ୍ବାଦିକ, ସ୍ତମ୍ବକାର, ସୁସାହିତ୍ୟିକ, ସୁବକ୍ତା, ମିଷ୍ଠା ଭାଷୀ, ମେଳାପି ,ଧର୍ମ ପରାୟଣ ,ମା’ମାଟି ମଣିଷକୁ ଭଲ ପାଉଥିବା ଜଣେ ନିର୍ଭୀକ ମଣିଷ ଥିଲେ । ବାଣପୁର ଅଞ୍ଚଳର ପ୍ରତିଟି ଶିକ୍ଷା, ସାହିତ୍ୟ, କଳା ସଂସ୍କୃତି, ଧାର୍ମିକ, ମଠମନ୍ଦିର , ଜାନିଯାତ୍ରା, ଯଜ୍ଞ ଅନୁଷ୍ଠାନ ,ସେବା ସଂଘ , ପୂଜ୍ୟ ପୂଜା ଅନୁଷ୍ଠାନ ସହିତ ଜଡିତ ଥାଇ ଏଗୁଡ଼ିକର ଉନ୍ନତି କଳ୍ପେ ବହୁ ଶ୍ରମଦାନ କରିଥିଲେ ।

ବିଶେଷକରି ବାଣପୁରକୁ ଉପଖଣ୍ଡ ମାନ୍ୟତା ପ୍ରଦାନ ନିମନ୍ତେ ବାଣପୁର ସଂଗ୍ରାମ ପରିଷଦର ଉପଦେଷ୍ଟା ଥାଇ ସଂଘର୍ଷରେ ପ୍ରମୁଖ ଭୂମିକା ଗ୍ରହଣ କରି ସରକାରଙ୍କ ନିଦ ହଜାଇ ଦେଇଥିଲେ । ତାଙ୍କରି ସହଯୋଗରେ ଲୀଳାକ୍ଷେତ୍ର କାଙ୍କଣ ଶିଖରୀ ଠାରେ ସମଗ୍ର ଚିଲିକାର ୩୦ଟି ଜଗନ୍ନାଥ ମନ୍ଦିରକୁ ନେଇ ଶ୍ରୀଜଗନ୍ନାଥ ମନ୍ଦିର ସମନ୍ୱୟ ପରିଷଦ ଗଠିତ ହୋଇ

ପ୍ରତିବର୍ଷ ଶିଖରୀ ଠାରେ ହେଉଥିବା ଶ୍ରୀଜଗନ୍ନାଥ ମହାଯଜ୍ଞରେ ୩୦ଟି ମନ୍ଦିରରୁ ଜିଉମାନଙ୍କ ଏକ ସମୟରେ ତୁଳସୀଆଜ୍ଞାମାଳ ନେଇ ଯଜ୍ଞ ପରିଚାଳନା କରିବାର ନୂତନ ପରମ୍ପରା ଆରମ୍ଭ କରାଯାଇଥିଲା ଯାହା ସମଗ୍ର ଓଡ଼ିଶାରେ ଅନନ୍ୟ କହିଲେ ଅତ୍ୟୁକ୍ତି ହେବ ନାହିଁ । ଏହିଭଳି ଅନେକ ଗୁଣାବଳୀରେ ପରିପୂର୍ଣ୍ଣ ମଣିଷଟି ଗତ ତା ୧୦.୪.୨୬ରିଖ ରେ ଇହଲୀଳା ସମ୍ବରଣ କରିଥିଲେ । ତାଙ୍କରି ସ୍ମୃତି ସମ୍ବଳିତ ଏକ ସ୍ମରଣିକା “ଅଶ୍ରୁ ଲିପି’ ଉନ୍ମୋଚିତ ହୋଇଥିଲା ।

ସଭାରେ ସ୍ଥାନୀୟ ଅଞ୍ଚଳର ବୁଦ୍ଧିଜୀବି , ଡା. ସୁଧାଂଶୁ ଶେଖର ମିଶ୍ର, ଡଃ ଚିନ୍ତାମଣି ମିଶ୍ର, ରାଜେନ୍ଦ୍ର ପ୍ରସାଦ ରଥ, ସମାଜସେବୀ ଗୋପୀନାଥ ମହାରଣା, ଦୁଷ୍ମନ୍ତ ହରିଚନ୍ଦନ, ମିଟୁନାୟକ, କବି ପ୍ରାଧ୍ୟାପକ ଶଶାଂକ ଚୁଡ଼ାମଣି, ପ୍ରାଧ୍ୟାପକ ଡ଼ଃଚନ୍ଦ୍ରଶେଖର ଦାଶ, ଡ଼ା. ସୁଶାନ୍ତ ସାହୁ, ପ୍ରବାଚ଼କ ଇଁ. ପାର୍ଥସାରଥି ମହାନ୍ତି, ବାବା ପଦ୍ମପାଦ ଦାସ, କବି ପୁରୁଷୋତ୍ତମ ମହାପାତ୍ର, ଭିକାରୀଚରଣ ପ୍ରଧାନ,ଶଶିଭୂଷଣ ବରାଳ ,ଦିଗମ୍ବର ବିଶ୍ୱାଳ, ଅଶୋକ ନନ୍ଦ, ମଧୁସୂଦନ ନନ୍ଦ, ଶିଶିର କୁମାର ଦାସ, ମହେଶ୍ୱର ପ୍ରଧାନ, ବିରେନ୍ଦ୍ର କୁମାର ତ୍ରିପାଠୀ, ବୈରାଗୀ ଚରଣ ବଳ,

ନବକିଶୋର ପ୍ରଧାନ,ଡ଼ଃ ନୃସିଂହ ଚରଣ ପ୍ରଧାନ,ଡଃ. ଚାନ୍ଦ କିଶୋର ତ୍ରିପାଠୀ, ଡ଼ଃ ସୁରପ୍ରତାପ ନରେନ୍ଦ୍ର ସିଂ ବର୍ମା, ଡ଼ଃକୈଳାସ ମହାରଣା , ଡ଼ଃ ଲକ୍ଷ୍ମୀଧର ସୁବୁଦ୍ଧି, ଡ଼ଃ ରୁଦ୍ରପ୍ରତାପ ନରେନ୍ଦ୍ର ସିଂବର୍ମା, ସଂଧ୍ୟାଦେବୀ , ବିଷ୍ଣୁପ୍ରିୟା ବାରିକ, ଆଇନଜୀବି ରବିନ୍ଦ ନାଥ ମାନସିଂ, ଜଗନ୍ନାଥ ଭୋଳ, ଟୁଟୁ ବେଦମତ୍ତା,ପ୍ରଦୋଷ କୁମାର ଦାସ, ସାମ୍ବାଦିକ ପ୍ରକାଶ ପ୍ରଧାନ, ଅମିତାଭ ପଟ୍ଟଯୋଶୀ, ଶକ୍ତି ପ୍ରସାଦ ମହାପାତ୍ର , ଅନୀଲ ଅଗ୍ରୱାଲ୍ ,ଅନନ୍ତଚରଣ ବାରିକି ,ସୁନୀଲ ସୁବୁଦ୍ଧି,

ଦିଲ୍ଲୀପ କୁମାରସ୍ୱାଇଁ ,ଅଖିଳ କୁମାର ପଲେଇ, ସାହିତ୍ୟ ସିନ୍ଦୁରାର ଗୋଲକବିହାରୀ ପରିଡା, ଲକ୍ଷ୍ମୀଧର ପ୍ରଧାନ, ପୁତ୍ର ଡ଼ଃ.ଶାରଦା ପ୍ରସାଦ ମିଶ୍ର,ଡ ଡ଼ଃ.ପଦ୍ମଜା ପ୍ରସାଦ ମିଶ୍ର, ପୁତ୍ରବଧୁ ଡ଼ଃ ବରଦାଲକ୍ଷ୍ମୀ ମିଶ୍ର, କନ୍ୟା ସଂଗୀତା ଦାଶ ,ନାତି ପ୍ରତ୍ୟୁଷ ମହାପାତ୍ରଙ୍କ ସହିତ ସ୍ଥାନୀୟ ଅଞ୍ଚଳର ବହୁ ଗୁଣ ଗାହୀ ବୁଦ୍ଧିଜୀବି ତାଙ୍କ ଆତ୍ମାର ସଦଗତି କାମନା କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । କନିଷ୍ଠ ଭ୍ରାତା ଅଧ୍ୟାପକ ଲକ୍ଷ୍ମୀ ପ୍ରସାଦ ମିଶ୍ର, ଧନ୍ୟବାଦ ଅର୍ପଣ କରିଥିଲେ ।

Exit mobile version