କିଡନୀ ପୀଡ଼ିତ ରୋଗୀଙ୍କୁ ସହାୟତାର ହାତ ବଢ଼ାଇଲେ ଖୋର୍ଦ୍ଧା ଜିଲ୍ଲା ବିଜେପି ଉପସଭାପତି ଓ ସାମ୍ବାଦିକ

ସହାୟତା ଅପେକ୍ଷାରେ କିଡ଼ନୀ ରୋଗରେ ଆକ୍ରାନ୍ତ ପ୍ରସନ୍ନ
ଦୁଇ କିଡ଼ନୀ ଅକାମି,ପାଠ ଛାଡି କାମକୁ ଯାଉଛି ପୁଅ,

ବୋଲଗଡ଼ (ଓଡ଼ିଶା ତାଜା ନ୍ୟୂଜ୍) (ନିପ୍ର ) :- ଦିନଲିପି,ଅକ୍ଷର ଓଡିଶା ନ୍ୟୂଜ ଓ ଓଡିଶା ତାଜା ନ୍ୟୂଜ ଖବର କାଗଜରେ ଖବର ପ୍ରସାରଣ ହେବା ପରେ କିଡନୀ ରୋଗରେ ପୀଡ଼ିତ ରୋଗୀକୁ ସହାୟତା କରି ମାନବିକତାର ଉଦାହରଣ ସାଜିଲେ ଖୋର୍ଦ୍ଧା ଜିଲ୍ଲା ବିଜେପି ଉପସଭାପତି ବାସୁଦେବ ସାହୁ ଓ  ସାମ୍ବାଦିକ ମାନସ କୁମାର ସାହୁ । ଖୋର୍ଦ୍ଧା ଜିଲ୍ଲା ବୋଲଗଡ ବ୍ଲକ ବୋଲଗଡ଼ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ମର୍ଦାବାଡ଼ି ଗ୍ରାମର ପ୍ରସନ୍ନ ବେହେରା (୪୦) ନାମକ ଜଣେ ଯୁବକ କିଡନି ରୋଗରେ ପିଡ଼ିତ ହୋଇଛନ୍ତି ।

ସେ ଦୀର୍ଘଦିନ ହେବ ଦିନ ମଜୁରିଆ ଭାବେ କାମ କରୁଥିଲେ । ପରିବାରର ଏକ ମାତ୍ର ରୋଜଗାର କ୍ଷମ ହୋଇ ଥିବାରୁ ପରିବାର ପ୍ରତିପୋଷଣ ପାଇଁ ଅର୍ଥ ଅଭାବ ଦେଖା ଦେଇଛି । ମାଡ଼ି ବସିଛି ରୋଗ। ଦୁଇ କିଡ୍‌ନୀ ଅକାମୀ । ରୋଗ ପାଇଁ ଯାଇଛି ରୋଜଗାର । ଔଷଧ କିଣିବାକୁ ସମ୍ବଳ ନାହିଁ । ରାତି ପାହିଲେ ଗୋଟିଏ ଚିନ୍ତା ପରିବାର ଚଳିବ କେମିତି ?ଏଭଳିସ୍ଥିତିରେ ଦହଗଞ୍ଜ ହେଉଛନ୍ତି! ବାପାଙ୍କ ଏପରି ଅବସ୍ଥା ଦେଖି ପାଠପଢ଼ା ବୟସର ପୁଅ ବାଧ୍ୟ ହୋଇ କାଠ କାମ କରିବାକୁ ଯାଉଛି ।

ତାଙ୍କର ଗୋଟିଏ ପୁଅ ଏବଂ ଗୋଟେ ଝିଅ ସେମାନେ ପାଠ ପଢୁଛନ୍ତି ରୋଜଗର କ୍ଷମ ହେଇ ନଥିବା ବେଳେ ପ୍ରସନ୍ନଙ୍କ ଚିକିତ୍ସା ପାଇଁ ଅର୍ଥ ମିଳିବା ବହୁ କଷ୍ଟସାଧ୍ୟ ହୋଇ ପଡ଼ିଛି । ତେବେ ସପ୍ତାହକେ ତିନି ଥର ଡାଇଲେସିସ ହେଉଥିବା ପ୍ରସନ୍ନଙ୍କ ଅର୍ଥାଭାବରୁ ଚିକିତ୍ସାରେ ସମସ୍ୟା ହେଉଥିବା ବେଳେ ଖୋର୍ଦ୍ଧା ଜିଲ୍ଲା ବିଜେପି ଉପସଭାପତି ବାସୁଦେବ ସାହୁ ଓ ସାମ୍ବାଦିକ ମାନସ କୁମାର ସାହୁ ସହାୟତାର ହାତ ବଢ଼ାଇ ରୋଗୀଙ୍କ ପାଇଁ ଆଶାର କିରଣ ପାଲଟିଛନ୍ତି ।

ଖୋର୍ଦ୍ଧାଜିଲ୍ଲା ବିଜେପି ଉପସଭାପତି ବାସୁଦେବ ସାହୁ ଓ ବୋଲଗଡ଼ – ବେଗୁନିଆ ବିଧାୟକ ପାର୍ଥି ପ୍ରକାଶ ଚନ୍ଦ୍ର ରଣବିଜୁଳି ଆଗେଇ ଆସି ସହାୟତାର ହାତ ବଢ଼ାଇ ଥିବାବେଳେ ଚିକିତ୍ସା ଖର୍ଚ୍ଚ, ଡାଇଲିଶିଷ ସହ କିଡ଼ନୀ ପ୍ରତିରୋପ ପାଇଁ ମୁଖ୍ୟମନ୍ତ୍ରୀ ସହାୟତା ପାଣ୍ଠି ରୁ ଆର୍ଥିକ ସହାୟତା ଓ ଆବଶ୍ୟକ ପଡିଲେ ସେ ସମ୍ପୂର୍ଣ ସହଯୋଗ କରିବା ନିମନ୍ତେ ପ୍ରତିଶ୍ରୁତି ପ୍ରଦାନ କରିଥିଲେ । ବୋଲଗଡ଼ ବ୍ଲକରେ “ନେତା ମlଳମlଳା ରାଜନୀତି ପ୍ରବଳ, ଲୋକମାନଙ୍କ ସେବା କ୍ଷେତ୍ରରେ ଦ୍ରୁବଳ “ବୋଲି ସାଧାରଣରେ ଚର୍ଚ୍ଚ ହେଉଛି l

Exit mobile version