ବଲାଙ୍ଗୀର ଜିଲ୍ଲା ତୁରେକେଲା ବ୍ଲକ ବିକାଶ ପଥରେ ବ୍ୟାପକ ଦୁର୍ନୀତି ହୋଇଥିବା ନେଇ ସାଂଘାତିକ ଅଭିଯୋଗ

– ମାଟି ମୁଠେ ମଧ୍ୟ ନ ପଡ଼ି ୮ଲକ୍ଷ ଟଙ୍କାର ହୋଇଛି ବିଲ୍

– ଦାଇତ୍ୱ ଥିବା ଅଧିକାରୀଙ୍କ ବିରୋଧରେ ଉଠିଛି କାର୍ଯ୍ୟାନୁଷ୍ଠାନ ଦାବି

କଣ୍ଟାବାଞ୍ଜି (ଓଡ଼ିଶା ତାଜା ନ୍ୟୂଜ୍) (ନିପ୍ର ) :- ବଲାଙ୍ଗୀର ଜିଲ୍ଲା ତୁରେକେଲା ବ୍ଲକ ବିକାଶ ପଥରେ ଆଗେଇ ଯିବାକୁ ରାଜ୍ୟ ସରକାରଙ୍କ ରାଜକୋଷକୁ ଲକ୍ଷ ଲକ୍ଷ ଟଙ୍କା ଅନୁଦାନ ଆସୁଥିବା ବେଳେ ସେହି ଅନୁଦାନ ରେ ବ୍ୟାପକ ଦୁର୍ନୀତି ହୋଇଥିବା ନେଇ ସାଂଘାତିକ ଅଭିଯୋଗ ହେଉଛି। ସୂଚନା ଅନୁସାରେ ତୁରେକେଲା ବ୍ଲକ ହିଆଁଳ ପଞ୍ଚାୟତ ର ଦାବ୍ରି ଗାଁ ଠାରୁ ଚଟୁଅନକା ପଞ୍ଚାୟତ ର ବେହେରେନସିଲେଟ ନାଏକ ପଡ଼ା ପର୍ଯ୍ୟନ୍ତ ରାସ୍ତା ଉନ୍ନତିକରଣ ପାଇଁ ମୁଖ୍ୟମନ୍ତ୍ରୀ ମୋନ୍ତେ ଅନୁଦାନ ଷଷ୍ଠଭାଗ(୨୦୨୪-୨୫) ଯୋଜନାରେ ସରକାର ରାଜକୋଷରୁ କାମ କରିବାକୁ ୮ଲକ୍ଷ ଟଙ୍କା ଅନୁଦାନ ମଞ୍ଜୁର ହୋଇଛି।

କିନ୍ତୁ ହିଆଁଳ ପଞ୍ଚାୟତ ର ଦାବ୍ରି ଗାଁ ଠାରୁ ଚଟୁଅନକା ପଞ୍ଚାୟତ ର ବେହେରେନସିଲେଟ ନାଏକ ପଡ଼ା ପର୍ଯ୍ୟନ୍ତ ରାସ୍ତା ମାଟି ମୁଠେ ମଧ୍ୟ ପଡ଼ିନାହିଁ ହେଳେ ୮ଲକ୍ଷ ଟଙ୍କା କାମ ହୋଇଥିବା ନେଇ ତୁରେକେଲା ବ୍ଲକ ପ୍ରଶାସନ ପକ୍ଷରୁ ବିଲ୍ ମଧ୍ୟ ମଞ୍ଜୁର ହୋଇଛି। ଏହି ଭଲି ଦୁର୍ନୀତି କୁ ସଚେତନ ନାଗରିକ ମାନେ ନା ପସନ୍ଦ କରିଛନ୍ତି। ଯେଉଁ ରାସ୍ତା ଉନ୍ନତୀକରଣ କରିବାକୁ ସରକାରୀ ରାଜକୋଷରୁ ଅନୁଦାନ ମଞ୍ଜୁର କରି ହୋଇଛି ସେହି ରାସ୍ତା ରେ କାହିଁକି କାମ କରି ଯାଇନାହିଁ ଏବଂ ଦାଇତ୍ୱ ଥିବା ଅଧିକାରୀ ମାନେ ସରକାର ଆଖିରେ ଧୂଳି ଦେଇ ଏଭଳି ନିୟମ ଉଲ୍ଲଂଘନ କରି କାମ କଲେ କେମିତି ବୋଲି ପ୍ରଶ୍ନ ଉଠୁଛି।

ବେହେରେନସିଲେଟ ନାଏକ ପଡ଼ା ପର୍ଯ୍ୟନ୍ତ ରାସ୍ତା ଅବହେଳିତ ହୋଇ ରହିଯାଇଛି। ଖାଲଖମା ବର୍ତ୍ତି ଏହି ରାସ୍ତା କୁ ଉନ୍ନତି କରଣ କରିବା ପାଇଁ ଅନେକ ଥର ବେହେରେନସିଲେଟ ଗାଁ ଲୋକେ ଦାବି କରିଛନ୍ତି। ଯେତେବେଳେ ଉନ୍ନତି କରଣ ପାଇଁ ରାଜ୍ୟ ରାଜକୋଷରୁ ଅନୁଦାନ ଆସିଲା ଏବେ ତାହାକୁ ହଡ଼ପ କରାଯାଇଛି ବୋଲି ବେହେରେନସିଲେଟ ଆମ୍ବେଦକର ଯୁବକ ସଂଘ ଅଭିଯୋଗ ଆଣିବା ସହ ଆଇନ ଅମାନ୍ୟ କରିଥିବା ବ୍ୟକ୍ତି ମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ପଦକ୍ଷେପ ନେବ ବୋଲି ଜଣାପଡିଛି।

ସେହିପରି ଯେଉଁ ରାସ୍ତା ନିର୍ମାଣ ପାଇଁ ଲକ୍ଷାଧିକ ଟଙ୍କା ଆସିଛି ସେହି ରାସ୍ତା ନିର୍ମାଣ ନ କରି ୮ ଲକ୍ଷ ଟଙ୍କା ବିଲ୍ କରିବାକୁ ଦାଇତ୍ୱ ଥିବା ସରକାରୀ ଅଧିକାରୀ ମାନେ କେଉଁଠି ସାହାସିକତା ପାଇଁ ଏହିଭଲି ଦୁର୍ନୀତି କଲେ ତାର ତଦନ୍ତ କରି ଦୁର୍ନୀତି ଲିପ୍ତ ସମସ୍ତ ବିରୋଧୀ କାର୍ଯ୍ୟ ଅନୁଷ୍ଠାନ ଗ୍ରହଣ କରିବାକୁ କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀ ର ଜନତା କଂଗ୍ରେସ ଦଳର ଯୁବନେତା ଅରୁଣ ତାଣ୍ଡି ଦାବି କରିଛନ୍ତି । ତେବେ ବଲାଙ୍ଗୀର ଜିଲ୍ଲା ପ୍ରଶାସନ ଏହି ଘଟଣା କୁ କେତେ ଗୁରୁତର ଦେଇ ପଦକ୍ଷେପ ନେଉଛି ତାହା ଦେଖିବାକୁ ରହିଲା ।

Exit mobile version