ବ୍ଲକସ୍ତରୀୟ ଜତୀୟ ପଞ୍ଚାୟତି ରାଜ ଦିବସ ପାଳିତ : ୪୩ ହିତାଧିକାରୀଙ୍କୁ ଅନ୍ତ୍ୟୋଦୟ ଗୃହ ଯୋଜନା କାର୍ଯ୍ୟାଦେଶ ବଣ୍ଟନ

ରାଜସୁନାଖଳା  (ଓଡ଼ିଶା ତାଜା ନ୍ୟୂଜ୍) (ନିପ୍ର ) :- ରାଜ୍ୟ ସରକାରଙ୍କ ପଞ୍ଚାୟତି ରାଜ ଓ ପାନୀୟ ଜଳ ବିଭାଗ  ନିର୍ଦେଶକ୍ରମେ ରଣପୁର ପଞ୍ଚାୟତ ସମିତି ପରିସରରେ ଆଜି ମଣ୍ଡଳ ଉର୍ନ୍ନୟନ ଅଧିକାରୀ ମନୋଜ କୁମାର ନୟାକଙ୍କ ଆବାହକତ୍ୱରେ ବ୍ଲକସ୍ତରୀୟ ଜାତୀୟ ପଞ୍ଚାୟତ ଦିବସ ମହାଆଡମ୍ବର ସହକାରେ ପାଳିତ ହୋଇଯାଇଅଛି ! ଏହି କାର୍ଯ୍ୟକ୍ରମରେ ରଣପୁର ବ୍ଲକ ଉପାଧ୍ୟକ୍ଷ ପ୍ରଭାତ କୁମାର ଦଳବେହେରାଙ୍କ ସଭାପତିତ୍ୱରେ ମୁଖ୍ୟତିଥିଭାବେ ଓଡି଼ଶା ବିଧାନସଭା ବାଚସ୍ପତି ତଥା ରଣପୁର ଵିଧୟିକା ସୁରମା ପାଢ଼ୀ, ଓ ସମ୍ମାନିତ ଅତିଥିଭାବେ  ପୁରୀ ସାଂସଦଙ୍କ ପ୍ରତିନିଧି ପ୍ରିୟବ୍ରତ ପ୍ରହରାଜ, ଗୋପାଳପୁର ଜିଲ୍ଲା ପରିଷଦ ସଭ୍ୟା ଲଷ୍ମୀପ୍ରିୟା ତରାଇ ,

ବ୍ଲକ ସରପଞ୍ଚ ସଙ୍ଘର ସଭାପତି ବୃନ୍ଦାବନ ମାଝୀ ପ୍ରମୁଖ ଯୋଗଦେଇ ଜଗତର ନାଥ ଜଗନ୍ନାଥଙ୍କ ପ୍ରତି୍ମୃତ୍ତିରେ ଫୁଲ, ଚନ୍ଦନ ଓ ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମକୁ ଶୁଭ ଉଦଘାଟନ କରିଥିଲେ ! ଏହି ଅବସରରେ ରଣପୁର ବ୍ଲକ ପ୍ରଶାସନ ଓ ଅତିଥିମାନେ ୪୩ଜଣ ନୂତନ ଅନ୍ତଃଦୋୟ ହିତାଧିକାରୀଙ୍କୁ ଗୃହ ଏବଂ ୨ଜଣଙ୍କୁ ହିତାଧିକାରୀଙ୍କୁ ପୁରସ୍କାର ପ୍ରୋତ୍ସାହିନ ଅର୍ଥ ରାଶି ପ୍ରଦାନ କରିଥିଲେ !

ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟକ ହିତାଧିକାରୀ ଉପସ୍ଥିତ ଥିଲେ ଏବଂ ସେମାନଙ୍କୁ ନିଜ ନିଜ ଗୃହ ପାଇଁ ଆବଶ୍ୟକୀୟ କାର୍ଯ୍ୟାଦେଶ ପ୍ରଦାନ କରାଯାଇଥିଲା। ଏହି ପଦକ୍ଷେପ ଦ୍ୱାରା ଅନେକ ଗରିବ ଓ ଅସହାୟ ପରିବାର ଉପକୃତ ହେବେ ବୋଲି ରଣପୁର ମଣ୍ଡଳ ଉର୍ନ୍ନୟନ ଅଧିକାରୀ ମନୋଜ କୁମାର ନାୟକ ସମସ୍ତ ହିତାଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ ।

ଏହି ଯୋଜନା ଅଧୀନରେ ହିତାଧିକାରୀମାନେ ନିଜର ସ୍ୱପ୍ନର ଘର ନିର୍ମାଣ କରିବା ପାଇଁ ଆର୍ଥିକ ସହାୟତା ପାଇବେ। ଅନ୍ତ୍ୟୋଦୟ ଗୃହ ଯୋଜନା ଗରିବ ପରିବାରମାନଙ୍କୁ ସମ୍ମାନଜନକ ଭାବରେ ବଞ୍ଚିବା ପାଇଁ ଏକ ସୁଯୋଗ ଦେବ। ସେ ଆହୁରି ମଧ୍ୟ କହିଛନ୍ତି ଯେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତଥା ଓଡିଶା ସରକାର ସମାଜର ପ୍ରତ୍ୟେକ ବର୍ଗର ଲୋକଙ୍କ ବିକାଶ ପାଇଁ ପ୍ରତିବଦ୍ଧ ଏବଂ ଏହି ଯୋଜନା ସେହି ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ବିଧାନ ସଭା ବାଚସ୍ପତି ଶ୍ରୀମତୀ ପାଢ଼ୀ କହିଥିଲେ ।

ଏହି କାର୍ଯ୍ୟକ୍ରମରେ ସମସ୍ତ ସରପଞ୍ଚ ଓ ସମିତି ସଭ୍ୟ/ସଭ୍ୟା ଓ ଅନ୍ୟାନ୍ୟ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିବା ବେଳେ ରଣପୁର ବ୍ଲକ ପ୍ରଶାସନ ସମସ୍ତ କର୍ମଚାରୀ ସହଯୋଗ କରିଥିଲେ !ହିତାଧିକାରୀମାନେ ରାଜ୍ୟ ବିଜେପି ସରକାର ଏବଂ ବ୍ଲକ ପ୍ରଶାସନକୁ ଧନ୍ୟବାଦ ଜଣାଇଛନ୍ତି। ସେମାନେ କହିଛନ୍ତି ଯେ ଏହି ଯୋଜନା ସେମାନଙ୍କ ଜୀବନରେ ଏକବଡ଼ ପରିବର୍ତ୍ତ ଆଣିବ।

Exit mobile version