ନୟାଗଡରେ ସିଏମ ଟ୍ରଫି ଫୁଟବଲ୍ ଟୁର୍ଣ୍ଣାମେଣ୍ଟ

ଦ୍ବିତୀୟ ଦିନର ଖେଳ ଶରଣକୁଳ ଗାର୍ଲ୍ସ ଏଫ.ସି ଏବଂ ସୋଲପଟା ଗାର୍ଲ୍ସ ଏଫ.ସି ମଧ୍ୟରେ ମ୍ୟାଚ୍ ଡ୍ର ରହିଲା

ନୟାଗଡ (ଓଡ଼ିଶା ତାଜା ନ୍ୟୂଜ୍) (ନିପ୍ର ) :- ସିଏମ ଟ୍ରଫି ଆନ୍ତଃ କ୍ଲବ ଓ ଆନ୍ତଃ ଜିଲ୍ଲା ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ପରିପ୍ରେକ୍ଷୀରେ ନୟାଗଡ ସ୍ଥିତ ଖେଳ ପଡିଆରେ ଦ୍ବିତୀୟ ଦିନର ଖେଳ ଅନୁଷ୍ଠିତ ହୋଇ ଯାଇଛି l ଦ୍ବିତୀୟ ଦିନର ଖେଳ ମୂଖ୍ୟତଃ ଦୁଇ ଗାର୍ଲ୍ସ ଟିମ୍ ମଧ୍ୟରେ ହୋଇ ଯାଇଛି l ଏହି ଖେଳରେ ଶରଣକୁଳ ଗାର୍ଲ୍ସ ଟିମ୍ ସୋଲପଟା ଗାର୍ଲ୍ସ ଟିମ ପରସ୍ପରକୁ ଭେଟିଥିଲେ l

ତେବେ ନିର୍ଦ୍ଧାରିତ ସମୟରେ କହି କାହାରିକୁ ଗୋଲ ଦେଇ ନପାରିବାରୁ ମ୍ୟାଚ୍ ଅମୀମାଂସିତ ଭାବେ ଶେଷ ହୋଇଥିଲା l ତେବେ ଏହି ଦୁଇ ଟିମ୍ ଲିଗ୍ ପର୍ଯ୍ୟାୟରେ ପୁନଶ୍ଚ ପରସ୍ପରକୁ ଭେଟିବେ ବୋଲି ଜଣାପଡ଼ିଛି l ଏହି ମ୍ୟାଚରେ ମୂଖ୍ୟ ଅତିଥି ଭାବେ ଜିଲ୍ଲାପରିଷଦ ଅଧକ୍ଷ ଇଂ ଦେବାଶିଷ ପଟ୍ଟନାୟକ ଯୋଗଦେଇ ଉଭୟ ଦଳର ଖେଳାଳିଙ୍କୁ ଖେଳ କ୍ଷେତ୍ରରେ ଜିଲ୍ଳାର ମାଇଲଖୁଣ୍ଟ ହେବାକୁ ଆହ୍ୱାନ ଦେଇଥିଲେ l

ଏହି ଖେଳରେ ବରିଷ୍ଠ ସାମ୍ୱାଦିକ ରାମକୃଷ୍ଣ ରଥ ଧାରାବୀବରଣୀ ପ୍ରଦାନ କରିଥିବାବେଳେ ମୁଖ୍ୟ ରେଫରୀ ଭାବେ ବିଶ୍ୱଜିତ୍ ମାହାପାତ୍ର ଭାବେ ମ୍ୟାଚ ପରିଚାଳନା କରିଥିଲେ l ସେହିପରି ସହାୟକ ରେଫରି ଭାବେ ଲାଇନରେ ପ୍ରକାଶ ବିଶ୍ବାଳ, ପ୍ରତାପ ମୁଦୁଲି ରହିଥିଲେ l ମ୍ୟାଚ୍ କମିସନର ଭାବେ କମରୁଦ୍ଦିନ ଖାଁ ଥିଲେ l ଜିଲ୍ଲା ଆଥଲେଟିକ ଆସୋସିଏସନ ର ସଂମ୍ପାଦକ ଅଶେଷ କୁମାର ଦାଶଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଆସୋସିଏସନର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ରହି ଖେଳକୁ ଆଗେଇ ନେଇଥିଲେ l

Exit mobile version