Home ଓଡ଼ିଶା ଶ୍ରୀରାମ ମନ୍ଦିର,ବାନ୍ଧନଘୋରରେ ପବିତ୍ର ସୀତା ନବମୀ ଉତ୍ସବ ଅନୁଷ୍ଠିତ by Proprietor Abhimanyu Maharana 5 months ago Share on FacebookShare on TwitterWhatsapp ବଲାଙ୍ଗୀର (ଓଡ଼ିଶା ତାଜା ନ୍ୟୂଜ୍) (ନିପ୍ର ) :- ପବିତ୍ର ସୀତା ନବମୀ ଅବସରରେ ସଦର ବ୍ଲକ ଅନ୍ତର୍ଗତ ବାନ୍ଧନଘୋର ଶ୍ରୀରାମ ମନ୍ଦିରରେ ଶତାଧିକ ଭକ୍ତଙ୍କ ଗହଣରେ ମାତା ସୀତାଙ୍କର ଜନ୍ମୋତ୍ସଵ ଅନୁଷ୍ଠିତ ହୋଇଯାଇଛି । ଶ୍ରୀରାମ ମନ୍ଦିର ପରିଚାଳନା କମିଟି ଟ୍ରଷ୍ଟ ଦ୍ୱାରା ଅନୁଷ୍ଠିତ ଏହି ଉତ୍ସବ ଅବସରରେ ରାମାୟଣ ପଠନ ଓ ବୈଠକୀ କୀର୍ତ୍ତନ ଅନୁଷ୍ଠିତ ହୋଇଥିଲା । ସୀତା ନବମୀ, ଯାହାକୁ ଜାନକୀ ନବମୀ ବୋଲି ମଧ୍ୟ କୁହାଯାଏ, ମାତା ସୀତାଙ୍କର ଜନ୍ମ ଦିବସ ଭାବେ ପାଳନ କରାଯାଏ । ମର୍ଯ୍ୟାଦା ପୁରୁଷୋତ୍ତମ ପ୍ରଭୁ ଶ୍ରୀରାମଙ୍କ ସହଧର୍ମିଣୀ ମାତା ସୀତା ଏହି ଦିନ ଆବିର୍ଭାବ ହୋଇଥିଲେ । ଏହା ବୈଶାଖ ମାସର ଶୁକ୍ଳ ପକ୍ଷର ନବମୀ ତିଥିରେ ପାଳନ କରାଯାଏ । ମିଥିଳା ସହିତ ଭାରତ ଓ ନେପାଳର ବିଭିନ୍ନ ସ୍ଥାନରେ ଏହାର ବିଶେଷ ମହତ୍ତ୍ୱ ରହିଛି। ଏହି ଦିନଟିର ଆଧ୍ୟାତ୍ମିକ ଗୁରୁତ୍ୱ ବହୁତ, କାରଣ ସୀତା ଶୁଦ୍ଧତା, ଭକ୍ତି, ସହନଶୀଳତା ଓ ଧୈର୍ଯ୍ୟର ପ୍ରତୀକ। ଭକ୍ତମାନେ, ବିଶେଷକରି ନାରୀମାନେ, ଉପବାସ କରି ପୂଜା କରନ୍ତି ଏବଂ ରାମାୟଣ ପାଠ କରି ପରିବାରର ସୁଖ-ଶାନ୍ତି, ଦାମ୍ପତ୍ୟ ଜୀବନ ଓ ଆତ୍ମିକ ଶକ୍ତି ପାଇଁ ଆଶୀର୍ବାଦ ଭିକ୍ଷା କରିଥାନ୍ତି । ସୀତା ନବମୀ ଆମକୁ ଧର୍ମ, ତ୍ୟାଗ ଓ ଅତୁଟ ବିଶ୍ୱାସର ମୂଲ୍ୟ ବୁଝାଇଥାଏ । ଆଜିର ଉତ୍ସବରେ ଶ୍ରୀ ଅଚ୍ୟୁତାନନ୍ଦ ମିଶ୍ର ଓ ତାଙ୍କର ଧର୍ମ ପତ୍ନୀ ରଶ୍ମି ରାଣୀ ମାତା ସୀତାଙ୍କର ପିତା ମାତା ଭୂମିକା ନିର୍ବାହ କରିଥିଲେ । ମନ୍ଦିରର ପୂଜକ ହିମାଂଶୁ ତ୍ରିପାଠୀଙ୍କ ଦ୍ଵାରା ପୂଜା ଓ ହୋମ ସମାପ୍ତ ହେବା ପରେ ପ୍ରସାଦ ସେବନ କରାଯାଇଥିଲା । ୨୦୧୯ ମସିହାରେ ପ୍ରତିଷ୍ଠା ହୋଇଥିବା ଏହି ମନ୍ଦିରରେ ପ୍ରତ୍ୟେକ ବର୍ଷ ସୀତା ନବମୀ ଉତ୍ସବ ମହା ଆଡମ୍ବରରେ ପାଳନ କରାଯାଉଅଛି । ପ୍ରତ୍ୟେକ ବର୍ଷ ପରି ବାନ୍ଧନଘୋର ତଥା ଆଖପାଖ ଗ୍ରାମର ଭକ୍ତମାନେ ଏହି ଉତ୍ସବରେ ଉପସ୍ଥିତ ରହିଥିଲେ । ସମସ୍ତ କାର୍ଯ୍ୟକ୍ରମ ଟ୍ରଷ୍ଟର ମୁଖ୍ୟ ପରିଚାଳନା ଟ୍ରଷ୍ଟି ଶ୍ରୀଯୁକ୍ତ ମନ୍ମୟ ଆନନ୍ଦ କୁମାର ତ୍ରିପାଠୀଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଥିଲା । ସହଯୋଗ କରିଥିଲେ ହରେକୃଷ୍ଣ ବୁଡେକ, ଗଣ୍ଡରାମ ଗହୀର,ସୁରେଶ ବୁଡେକ,ସତ୍ୟ ଗହୀର,ଚିଙ୍କୁ ପ୍ରଧାନ, ଶ୍ରୀମୟ ତ୍ରିପାଠୀ,ସର୍ବଜିତ ତ୍ରିପାଠୀ ,ମୁଖୀ ମାଝୀ,ସବିତା ସାହୁ,ସବିତା ବୁଡେକ ଓ ଭୂମିସୁତା ତ୍ରିପାଠୀ । Categories: ଓଡ଼ିଶା, ଖୋର୍ଦ୍ଧା, ବଲାଙ୍ଗିର, ହୋମ୍ Related Content ସାଧାରଣ ଚିକିତ୍ସାଳୟ ରେ ଅସାଧାରଣ ଅବ୍ୟବସ୍ଥା - ରୋଗୀ ସେବା ବ୍ୟାହତ by Proprietor Abhimanyu Maharana September 16, 2026 ଦଶ ପଇସାର ଅଜା ଦାସିଆ ଅଜାଙ୍କ ୨୯ତମ ଶ୍ରାଦ୍ଧ ବାର୍ଷିକ ପାଳିତ by Proprietor Abhimanyu Maharana September 14, 2026 ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ by Proprietor Abhimanyu Maharana September 14, 2026 World Odisha Society pays tribute to Pranab Patnaik by Proprietor Abhimanyu Maharana September 14, 2026 ମାନବ ସେବା ହିଁ ମାଧବ ସେବା by Proprietor Abhimanyu Maharana September 14, 2026 ମଦ ରାନ୍ଧିବା ସମୟରେ ପହଞ୍ଚିଗଲା ଅବକାରୀ ଦଳ,୨୩୧୦ ଲିଟର ମଦ ଜବତ by Proprietor Abhimanyu Maharana September 14, 2026