ବିରିଡିରେ ଜାତୀୟ ପଞ୍ଚାୟତି ରାଜ ଦିବସ ପାଳିତ

 ଜଗତସିଂହପୁର (ଓଡ଼ିଶା ତାଜା ନ୍ୟୂଜ୍) (ନିପ୍ର ) :- ଶୁକ୍ରବାର ସନ୍ଧ୍ୟାରେ ବିରିଡି ବ୍ଲକରେ ପଂଚାୟତିରାଜ ଓ ପାନୀୟଜଳ ବିଭାଗ ଓଡିଶା ପକ୍ଷରୁ ଜାତୀୟ ପଞ୍ଚାୟତି ରାଜ ଦିବସ 2026 ପାଳିତ ହୋଇଯାଇଛି l ଏହାକୁ ବ୍ଲକ ଅଧ୍ୟକ୍ଷା ମମତା ପାତ୍ର ପ୍ରଦୀପ ଜାଳି ଉଦ୍ଘାଟନ କରିଥିଲେ l ଅନ୍ୟମାନଙ୍କ ମଧ୍ୟରେ ଉପାଧ୍ୟକ୍ଷା ପିନାକୀ ପ୍ରିୟଦର୍ଶିନୀ,

ବିଡ଼ିଓ ଆୟୁଷି ପତି ଓ ଏମପି ଙ୍କ ପ୍ରତିନିଧି ଗୀତାଞ୍ଜଳି ସାହୁ ଅତିଥିତି ଭାବେ ଯୋଗଦେଇ କହିଲେ ଦେଶରେ ତ୍ରିସ୍ତରୀୟ ପଂଚାୟତିରାଜ ବ୍ୟବସ୍ତା ହେବାଦ୍ବାରା ସରକାରଙ୍କ ଯୋଜନା ଗୁଡିକ ସାଧାରଣ ଜନତାଙ୍କ ପାଖରେ ପହଁଚୁଛି l ଏହି କାର୍ଯ୍ୟକ୍ରମରେ ବିପିଏମ ରୁଦ୍ର ନାରାୟଣ ନନ୍ଦ ସଭାପତିତ୍ୱ କରିଥିବାବେଳେ ସଂଯୋଜନା କରିଥିଲେ ବିଶ୍ୱଜିତ ବିଶ୍ୱାଳ l

ଏହି ପରିପ୍ରେକ୍ଷୀ୍ରେ ରାଜ୍ୟ ସ୍ତରୀୟ ପଂଚାୟତିରାଜ ଦିବସ ବଲାଙ୍ଗୀର ଠାରେ ପାଳିତ ହେଉଥିବା ଦୃଶ୍ୟ ଟିଭି ମାଧ୍ୟମରେ ପ୍ରଦର୍ଶିତ ହୋଇଥିଲା l ଏଥିରେ ଓଡ଼ିଶାର ମୁଖ୍ୟ ମନ୍ତ୍ରୀ ମୋହନ ଚାରଣ ମାଝୀ ଓ ଉପମୁଖ୍ୟମନ୍ତ୍ରୀ କନକବର୍ଧନ ସିଂଦେଓ ବକ୍ତବ୍ୟ ପ୍ରଦାନ କରିଥିଲେ l

ବ୍ଲକର ଛୋଟ ଛୋଟ ପିଲାଙ୍କଦ୍ୱାରା ନୃତ୍ୟ ପରିବେଷଣ କରାଯାଇଥିଲା l ରୁରାଲ ହାଉସିଂ ରେ ଘର ପାଇଥିବା ବ୍ୟକ୍ତି ମାନଙ୍କୁ କାର୍ଯ୍ୟାଦେଶ ବଣ୍ଟନ, ଓ ବିଭିନ୍ନ କ୍ଷେତ୍ରରେ ସଫଳତା ପାଇଥିବା ପଞ୍ଚାୟତ ଗୁଡିକୁ ପୁରସ୍କୃତ କରାଯାଇଥିଲା l

Exit mobile version