କେନ୍ଦ୍ରାପଡ଼ା (ଓଡ଼ିଶା ତାଜା ନ୍ୟୁଜ୍) :- ଡେରାବିଶ ବ୍ଲକ କୁରୁଜଙ୍ଗା ପଞ୍ଚାୟତ ମନ୍ତ୍ରୀପଡ଼ା ଗ୍ରାମର ପ୍ରକାଶ ମଲ୍ଲିକ ଓ ହରପ୍ରିୟା ମଲ୍ଲିକଙ୍କ ସୁପୁତ୍ର ପ୍ରିୟାଂଶୁ ମଲ୍ଲିକ । ସେ ୨ଟି ଦଉଡ଼ି ସାହାଯ୍ୟରେ ସର୍ବାଧିକ ୧ ମିନିଟ୍କୁ ୧୯ଥର ପଛୁଆ ଓଲଟି ଏହି ପ୍ରଶଂସା ସାଉଁଟିଛନ୍ତି । ଏନେଇ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି । ମାତ୍ର ୨ବର୍ଷ ୧୦ ମାସ ବୟସର ପ୍ରିୟାଂଶୁଙ୍କ ଏଭଳି ଜିମ୍ନାଷ୍ଟିକ ପ୍ରଦର୍ଶନ ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି । ଦେଢ଼ବର୍ଷ ବୟସରୁ ପ୍ରିୟାଂଶୁ ଜିମ୍ନାଷ୍ଟିକ ପ୍ରତି ଆଗ୍ରହ ପ୍ରକାଶ କରିଥିଲେ । ତେଣୁ ତାଙ୍କ ବାପା ପ୍ରକାଶ ଘରେ ଦୁଇଟି ରଶି ସାହାଯ୍ୟରେ ଏକ ଜିମ୍ନାଷ୍ଟିକ ଇନ୍ଷ୍ଟ୍ରମେଣ୍ଟ ବନାଇଥିଲେ ।
