ପୁରୀ ସହର ଓ ସଦରବାସୀଙ୍କ ପୂର୍ବପରି ଶ୍ରୀମନ୍ଦିର ପ୍ରବେଶ ଓ ଦର୍ଶନ ଅଧିକାର ପାଇଁ ସଚେତନତା ପଦଯାତ୍ରାର ଚବିଶି ଦିନ

ପୁରୀ (ଓଡ଼ିଶା ତାଜା ନ୍ୟୂଜ୍) (ନିପ୍ର ) :- ଜୟ ଶ୍ରୀଜଗନ୍ନାଥ ! ପୁରୀ ସହର ଓ ସଦରବାସୀଙ୍କୁ ପୂର୍ବପରି ଶ୍ରୀମନ୍ଦିର ପ୍ରବେଶ ଓ ଦର୍ଶନ ଅଧିକାର ପାଇଁ ସଚେତନତା ପଦଯାତ୍ରାର ଚବିଶି ଦିନରେ ଆଜି ଅଧିକ ଭାବନାପୂର୍ଣ୍ଣ ଓ ଏକତାମୟ ଚିତ୍ର ପ୍ରଦର୍ଶନ କରିଥିଲା। ପୁରୀ ସହର ଓ ସଦରବାସୀଙ୍କ ଆସ୍ଥା ଓ ଅଧିକାରର ସ୍ୱରକୁ ନେଇ ଚାଲିଥିବା ସଚେତନତା ପଦଯାତ୍ରା ବଳଗଣ୍ଡି ସ୍ଥିତ ଭକ୍ତ ସାଲବେଗ ପୀଠରୁ ଆରମ୍ଭ ହୋଇଥିବା ଏହି ପଦଯାତ୍ରା ଶ୍ରୀମନ୍ଦିର ପରିସର ନିକଟରେ ସମାପ୍ତ ହୋଇଥିଲା।

ପଥେ ପଥେ “ଜୟ ଜଗନ୍ନାଥ” ଧ୍ୱନି ଓ ଭକ୍ତିଭାବରେ ପରିପୂର୍ଣ୍ଣ ପରିବେଶ ମଧ୍ୟରେ ପୂର୍ବପରି ଦର୍ଶନ ବ୍ୟବସ୍ଥା ପାଇଁ ଦାବି ଜୋରଦାର ଭାବେ ଉଠିଥିଲା। ଏହି ପଦଯାତ୍ରା ପୁରୀ ସହର ଓ ସଦରବାସୀଙ୍କ ମନରେ ଥିବା ଶ୍ରୀଜଗନ୍ନାଥ ପ୍ରତି ଅତ୍ୟୁଟ ଭକ୍ତି ଓ ସ୍ୱାଭାବିକ ଅଧିକାରର ଏକ ସଂଯୁକ୍ତ ପ୍ରତୀକ ଭାବେ ପରିଣତ ହୋଇଥିଲା। ଆଜିର ଏହି ପଦଯାତ୍ରାରେ ସର୍ବଶ୍ରୀ ଚକ୍ରଧର ମହାପାତ୍ର, ହରିଶଙ୍କର ମିଶ୍ର , ବିଜୟ ମିଶ୍ର, ଜୁପିଟର ଦାସ, ସରସ୍ୱତୀ ପାତ୍ର, ବିଶ୍ୱନାଥ ମିଶ୍ର,ସୂର୍ଯ୍ୟ ରଥ,ପ୍ରକାଶ ଚନ୍ଦ୍ର ନାୟକ ,ସନ୍ତୋଷେ ସେନାପତି, ନିହାରିକା ତ୍ରିପାଠି ,

କିଶୋର ଚନ୍ଦ୍ର ଦାସ,ମିନାକ୍ଷୀ ଦାସ,ଅରୁଣା ପଟ୍ଟନାୟକ, ପ୍ରଣତୀ ରାୟ,ମନୋଜ ସାମଲ, ବାସୁଦେବ ଲେଙ୍କା,ଜଗନ୍ନାଥ ମହାନ୍ତି, ଯାଦବା ନନ୍ଦ ରାୟ, ରାଜା ମହାନ୍ତି, ପ୍ରଦୀପ୍ତ ମହାନ୍ତି, ଆମୂଲ୍ୟ ଦାସ, ସତ୍ୟନାରାୟଣ ସାହୁ ଓ କଳ୍ପନା ମୁଦୁଲି ପ୍ରମୁଖ ଭାଗନେଇଥିଲେ । ସମସ୍ତଙ୍କ ଏକତାବଦ୍ଧ ଅଂଶଗ୍ରହଣ ଏହି ପଦଯାତ୍ରାକୁ ଅଧିକ ଶକ୍ତିଶାଳୀ କରିଥିଲା । ପଦଯାତ୍ରାର ସଂଯୋଜନା ଆବାହକ ସ୍ଵାଧୀନ କୁମାର ପଣ୍ଡା କରିଥିଲେ । ସେ କହିଥିଲେ ଯେ, ପୁରୀ ସହର ଓ ସଦରବାସୀଙ୍କୁ ପୂର୍ବପରି ଶ୍ରୀମନ୍ଦିର ଦର୍ଶନ ଅଧିକାର ପୁନଃସ୍ଥାପିତ ହେବା ପର୍ଯ୍ୟନ୍ତ ଏହି ସଚେତନତା ଅଭିଯାନ ଅବିରତ ଚାଲିଥିବ । ଭକ୍ତି ଓ ଅଧିକାରର ଏହି ଯାତ୍ରା ପୁରୀ ସହର ସଦରବାସୀଙ୍କ ମନୋଭାବକୁ ଏକତ୍ର କରିବା ସହିତ ନ୍ୟାୟସଙ୍ଗତ ଦାବି ପ୍ରତି ସମର୍ଥନକୁ ଆହୁରି ମଜବୁତ କରିଛି ।

Exit mobile version