କଟକ (ଓଡ଼ିଶା ତାଜା ନ୍ୟୂଜ୍) (ନିପ୍ର ) :- କଟକ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲାରେ ଏଲ ପି ଜି ଗ୍ୟାସ୍ ସିଲିଣ୍ଡର୍ କଳାବଜାରୀ ରୋକାଯିବା ପାଇଁ ସମ୍ପୃକ୍ତ ଅଧିକାରୀମାନେ ବିଭିନ୍ନ ସମୟରେ ଚଢ଼ାଉ ଜାରି ରଖିବା ସହ ପଦକ୍ଷେପମାନ ଗ୍ରହଣ କରୁଛନ୍ତି। ଆଜି ବାରଙ୍ଗ ଅଞ୍ଚଳରେ କଳାବଜାରୀ ହେଉଥିବା ସଂବନ୍ଧରେ ଏକ ସୂଚନା ପାଇ ସ୍ଥାନୀୟ ବାରଙ୍ଗ ତହସିଲଦାର ଡ଼ଃ ତୁଷାର ଜ୍ୟୋତିରଂଜନଙ୍କ ନେତୃତ୍ୱରେ ଏକ ପ୍ରବର୍ତ୍ତନକାରୀ ଦଳ ବାରଙ୍ଗ ତହସିଲ ଅନ୍ତର୍ଗତ ଗଙ୍ଗେଶ୍ୱର ମୌଜା ଅଞ୍ଚଳରେ ଚଢ଼ାଉ କରିଛନ୍ତି ।
