ଓଡ଼ିଶାରେ ଆୟୋଜିତ ହେବ ୨୦୨୬–୨୭ ଜୁନିୟର ଓ ସିନିୟର ଜାତୀୟ ଆର୍ଟିଷ୍ଟିକ୍ ଜିମ୍ନାଷ୍ଟିକ୍ ଚାମ୍ପିଅନସିପ୍

ଭୁବନେଶ୍ୱର (ଓଡ଼ିଶା ତାଜା ନ୍ୟୂଜ୍) (ନିପ୍ର ) :- ଓଡ଼ିଶା ଜିମ୍ନାଷ୍ଟିକ୍ ଆସୋସିଏସନ (OGA) ପକ୍ଷରୁ ଆଜି ଭୁବନେଶ୍ୱରରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। କଳିଙ୍ଗ ଷ୍ଟାଡିୟମଠାରେ ଆସନ୍ତା ଏପ୍ରିଲ ୨୫ ରୁ ମେ ୩ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ୨୦୨୬–୨୭ ଜୁନିୟର ଓ ସିନିୟର ଜାତୀୟ ଆର୍ଟିଷ୍ଟିକ୍ ଜିମ୍ନାଷ୍ଟିକ୍ ଚାମ୍ପିଅନସିପ୍ ବିଷୟରେ ଏଠାରେ ସୂଚନା ଦିଆଯାଇଛି । ଏହି ପ୍ରତିଯୋଗିତା ଓଡ଼ିଶା ଜିମ୍ନାଷ୍ଟିକ୍ ଆସୋସିଏସନ, ଭାରତୀୟ ଜିମ୍ନାଷ୍ଟିକ୍ ଫେଡେରେସନ୍ (GFI) ଏବଂ ଓଡ଼ିଶା ସରକାରଙ୍କ କ୍ରୀଡ଼ା ଓ ଯୁବ ସେବା ବିଭାଗର ମିଳିତ ସହଯୋଗରେ ଆୟୋଜିତ ହେଉଛି ।

ମୁଖ୍ୟ ଆକର୍ଷଣ : 

ଅଂଶଗ୍ରହଣ :

ଏହି ପ୍ରତିଯୋଗିତାରେ ୨୫ଟି ରାଜ୍ୟ, ୩ଟି କେନ୍ଦ୍ରଶାସିତ ଅଞ୍ଚଳ ଏବଂ ସର୍ଭିସ୍ ବୋର୍ଡର ୬୦୦ରୁ ଅଧିକ ଜିମ୍ନାଷ୍ଟ ଭାଗ ନେବେ।

ବର୍ଗ :

ପୁରୁଷ (MAG) ଏବଂ ମହିଳା (WAG) ଆର୍ଟିଷ୍ଟିକ୍ ଜିମ୍ନାଷ୍ଟିକ୍ ବର୍ଗରେ ଟିମ୍ ଚାମ୍ପିଅନସିପ୍, ବ୍ୟକ୍ତିଗତ ଅଲ-ଆରାଉଣ୍ଡ ଏବଂ ଆପାରାଟସ୍ ଫାଇନାଲ୍ ଅନୁଷ୍ଠିତ ହେବ।

ତାରକା ଖେଳାଳି :

ପ୍ରଣତି ନାୟକ, ତପନ ମହାନ୍ତି, ଯୋଗେଶ୍ୱର ସିଂ, ଆଶିଷ କୁମାରଙ୍କ ଭଳି ଦେଶର ନାମୀଦାମୀ ଜିମ୍ନାଷ୍ଟମାନେ ଏଥିରେ ପ୍ରତିଭା ପ୍ରଦର୍ଶନ କରିବେ।

ଆନ୍ତର୍ଜାତୀୟ ପଥ :

ଏହି ଜାତୀୟ ଚାମ୍ପିଅନସିପ୍ ଆଧାରରେ ଆଗାମୀ ଏସୀୟ କ୍ରୀଡ଼ା (Asian Games), କମନୱେଲଥ ଗେମ୍ସ ଏବଂ ଏସୀୟ ଚାମ୍ପିଅନସିପ୍ ପାଇଁ ଖେଳାଳି ଚୟନ କରାଯିବ।

ଅଧିକାରୀଙ୍କ ମତ :

ସାମ୍ବାଦିକ ସମ୍ମିଳନୀରେ କ୍ରୀଡ଼ା ବିଭାଗର ଅତିରିକ୍ତ ସଚିବ ଶ୍ରୀ ବିଜୟ କୁମାର ସ୍ୱାଇଁ କହିଛନ୍ତି ଯେ, ଓଡ଼ିଶା ବିଶ୍ୱସ୍ତରୀୟ ଭିତ୍ତିଭୂମି ଏବଂ ବୈଜ୍ଞାନିକ ପ୍ରଶିକ୍ଷଣ ମାଧ୍ୟମରେ କ୍ରୀଡ଼ା କ୍ଷେତ୍ରରେ ଏକ ପ୍ରମୁଖ କେନ୍ଦ୍ର ଭାବେ ଉଭା ହୋଇଛି । ଜିମ୍ନାଷ୍ଟିକ୍ ଫେଡେରେସନର ମୁଖ୍ୟ କାର୍ଯ୍ୟନିର୍ବାହୀ ଶ୍ରୀ କଲ୍ଲୋଳ ମୁଖାର୍ଜୀ ଏବଂ ଓଡ଼ିଶା ଜିମ୍ନାଷ୍ଟିକ୍ ଆସୋସିଏସନର ସମ୍ପାଦକ ଶ୍ରୀ ଅଶୋକ ସାହୁ ଏହି ପ୍ରତିଯୋଗିତାକୁ ଯୁବ ପ୍ରତିଭାଙ୍କ ପାଇଁ ଏକ ବଡ଼ ସୁଯୋଗ ବୋଲି ଅଭିହିତ କରିଛନ୍ତି ।

କାର୍ଯ୍ୟସୂଚୀ :-

ଉଦ୍‌ଘାଟନୀ ସମାରୋହ : ୨୫ ଏପ୍ରିଲ ୨୦୨୬ ।

ପୁରୁଷ ବର୍ଗ ଫାଇନାଲ୍ : ୨୮ ଏପ୍ରିଲ ।

ମହିଳା ବର୍ଗ ଫାଇନାଲ୍ ଓ ଉଦ୍‌ଯାପନୀ : ୩ ମେ ।

ଅନ୍ତର୍ଜାତୀୟ ମାନକ ଅନୁଯାୟୀ ଏହି ଇଭେଣ୍ଟ ପାଇଁ ପ୍ରାୟ ୩୦୦ ଅଧିକାରୀ ଓ ବିଚାରପତି ନିୟୋଜିତ ହୋଇଛନ୍ତି । ଓଡ଼ିଶାରେ ଏହି ବୃହତ ପ୍ରତିଯୋଗିତାର ଆୟୋଜନ ରାଜ୍ୟର କ୍ରୀଡ଼ା ସଫଳତାରେ ଆଉ ଏକ ନୂଆ ଅଧ୍ୟାୟ ଯୋଡ଼ିବାକୁ ଯାଉଛି ।

Exit mobile version