ରଥଖଳାରେ ପ୍ରଥମ ଦିନ ତୁମ୍ବ କଟା ଆରମ୍ଭ

ପୁରୀ (ଓଡ଼ିଶା ତାଜା ନ୍ୟୂଜ୍) (ନିପ୍ର ) :- ସୋମବାର ପବିତ୍ର ଅକ୍ଷାୟା ରେ ରଥ ନିର୍ମାଣ କାର୍ଯ୍ୟର ଶୁଭ ଅନୁକୂଳ ସହ ମହାପ୍ରଭୁଙ୍କ ବାହାର ଚନ୍ଦନ ଯାତ୍ରାର ଶୁଭାରମ୍ଭ ପରମ୍ପରା ମତେ ସମ୍ପନ୍ନ ହୋଇଯାଇଛି। ରଥ ନିର୍ମାଣର ଶୁଭାନୁକୂଳ ପରେ, ରଥ ନିର୍ମାଣକାରୀ ସେବକ ମାନେ ମଙ୍ଗଳବାର ସକାଳ ୮ଟା ସମୟରେ ରଥ ଖଳା ଠାରେ ଉପସ୍ଥିତ ହୋଇ ଉପସ୍ଥାନ ଦେଇଥିଲେ ।

ତିନି ରଥର କରତୀ ସେବକ ମାନେ ମୁଖ୍ୟ ମହାରଣା ମାନଙ୍କ ପରାମର୍ଶ କ୍ରମେ ତିନିରଥ ପାଇଁ ଉଦ୍ଦିଷ୍ଟ ଫାଶୀ କାଠକୁ ମାପ ପ୍ରକାରେ ଗଡ କରି ତାଳଧ୍ଵଜ ଚାଳି, ଦର୍ପଦଳନ ଚାଳି, ଏବଂ ନନ୍ଦିଘୋଷ ଚାଳି କୁ ଦୁଇଟି ଲେଖାଏଁ ତୁମ୍ୱ ଗଡକରି ଯୋଗାଇଥିଲେ, ତିନି ରଥର ସୁତାର ମହାରଣା ଗଡ ତୁମ୍ବ କାଠରେ ଘେର ମାପଚିହ୍ନ ଦେବାପରେ ତିନି ରଥର ମହାରଣା ସେବକ ମାନେ ବାରିସି ରେ ମର୍ଦ୍ଦଳ।

କାର ଭାବେ ହାଣି ଗୋଟିଏ ଗୋଟିଏ ତୁମ ନିର୍ମାଣ ଜାରୀ ରଖିଛନ୍ତି।ରଥଖଳାରେ ତିନିରଥ ମହାରଣା ସେବକ ୧୦ ଜଣ ,ତିନିରଥ ଭୋଇ ସେବକ ୬ ଜଣ,ତିନିରଥ କରତୀ ସେବକ ୪ ଜଣ,ତିନି ରଥ କମାର ସେବକ ୩ ଜଣ,ରଥ ଖଳା ସହାୟକ (ପାଣି ବାଲା) ମୋଟ ୨୪ ଜଣ ଉପସ୍ଥିତ ଥିଲେ ।ଏଥିସହ ଆଜି କମାର ସେବକ ମାନେ ଦୋଳବେଦୀ ଅସ୍ଥାୟୀ କମାର ଶାଳ ରେ ତିନି ରଥର କଣ୍ଟା ପ୍ରସ୍ତୁତି ନିମନ୍ତେ ଶାଳ ପ୍ରସ୍ତୁତି ଜାରୀ ରଖିଛନ୍ତି ।

ମଙ୍ଗଳବାର ରଥଖଳାରେ ତିନୋଟି ଫାଶି କାଠକୁ ତୁମ୍ଭ ପାଇଁ ରଥ ଅମିନ ମାପ ଦେବା ପରେ କରତି ସେବକଙ୍କ ଦ୍ବାରା କଟାଯାଇଛି । ଆଜି ବିଧିବଦ୍ଧ ଭାବେ ତାଳଧ୍ବଜ ରଥର ଶ୍ରୀ ବଳଭଦ୍ରଙ୍କ ବାଡ, ଦର୍ପଦଳନ ସୁଭଦ୍ରାଙ୍କ ରଥର ବାଡ ଓ ନନ୍ଦିଘୋଷ ରଥର ମହାପ୍ରଭୁଙ୍କ ଶ୍ରୀଜଗନ୍ନାଥ ବାଡର ମୁଖ୍ଯ ବିଶ୍ବକର୍ମା ମାନେ ଉପସ୍ଥିତ ରହି ତୁମ୍ବ କଟାର ଶୁଭାରମ୍ଭ ଆରମ୍ଭ କରିଥିଲେ ।ରଥ ସଂହିତା ଓ ଶିଳ୍ପ ଶାସ୍ତ୍ର ଅନୁଯାଇ ରଥ ନିର୍ମାଣ କରାଯିବ ।

ଶ୍ରୀମନ୍ଦିର ତ୍ବତ୍ତ୍ବାବଧାରକ ସୁଦର୍ଶନ ମେକାପ ତଦାରଖ କରୁଛନ୍ତି । ରଥଖଳା ରେ ବ୍ଯାରିକେଡ କରାଯାଇଛି । ରଥଖଳାରେ ନଡିଆ ତାଟିରେ ଛାମୁଣ୍ଡିଆ କରାଯାଇଛି । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପାନୀୟଜଳ ଓ ସମସ୍ତ ବ୍ଯବସ୍ଥା କରାଯାଇଛି । ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ରଥଖଳାରେ ସୁରକ୍ଷାକର୍ମୀ ମାନେ ନିୟୋଜିତ ଅଛନ୍ତି। ଭକ୍ତ ଓ ଶ୍ରଦ୍ଧାଳୁମାନେ ମହାପ୍ରଭୁଙ୍କ ରଥ ନିର୍ମାଣ କାର୍ଯ୍ଯ ଦର୍ଶନ କରିଥିଲେ ।

Exit mobile version