ଓଡ଼ିଶା ତାଜା ନ୍ୟୁଜ (୨୭ ସେପ୍ଟେମ୍ବର,ରବିବାର ) ବୁଗୁଡା :- ଗଞ୍ଜାମ ଜିଲ୍ଲା ପୋଲସରା ବ୍ଲକ ଅନ୍ତର୍ଗତ ଖଣ୍ଡୁରୁ ଗ୍ରାମର ଶତାଧିକ ଅନ୍ୟ ପାର୍ଟିର କର୍ମୀ ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି । ନବୀନ ବାବୁଙ୍କ ଆଦର୍ଶ ଓ ବିଧାୟକ ଶ୍ରୀକାନ୍ତ ସାହୁଙ୍କ ଜନ ସମ୍ପର୍କ ଓ ଅଞ୍ଚଳର ଉନ୍ନତି ମୂଳକ କାର୍ଯ୍ୟ ପ୍ରତି ଆକୃଷ୍ଟ ହୋଇ ପୋଲସରା ବ୍ଲକ ଅନ୍ତର୍ଗତ ଖଣ୍ଡୁରୁ ଗ୍ରାମର ବିଜେପି ନେତା କାହ୍ନୁ ଚରଣ ସାହୁଙ୍କ ନେତୃତ୍ୱରେ ଲିଙ୍ଗରାଜ ସାହୁ, ଗନ୍ତେଇ ପ୍ରଧାନ, ଜଟେଶ୍ୱର ପ୍ରଧାନ, ଶ୍ରୀକାନ୍ତ ପ୍ରଧାନ, ପ୍ରକାଶ ପ୍ରଧାନ, ସାଗର ପ୍ରଧାନ, କୁନା ପ୍ରଧାନ ପ୍ରମୁଖ ଶତାଧିକ କର୍ମୀ ବିଧାୟକ ଶ୍ରୀକାନ୍ତ ସାହୁଙ୍କ ଉପସ୍ଥିତିରେ ବିଜେଡ଼ି ରେ ଯୋଗ ଦେଇଛନ୍ତି । ଏହି ମିଶ୍ରଣ ପର୍ବରେ ଅଶୋକ ବିଷୋୟୀ,ପ୍ରଫୁଲ ପରିଜା,ସତ୍ୟବାଦୀ ସାହୁଙ୍କ ସମେତ ସ୍ଥାନୀୟ ସରପଞ୍ଚ ରଞ୍ଜିତ ବାରିକ, ସମିତି ସଭ୍ୟ ରାହୁଳ ଦେବ ସାହୁ ଓ ବିଜେଡି କର୍ମୀ ବୃନ୍ଦ ଉପସ୍ଥିତ ଥିଲେ । ବିଧାୟକ ଶ୍ରୀ ସାହୁ ବିଜେଡିରେ ସାମିଲ ହୋଇଥିବା ସମସ୍ତଙ୍କୁ ସ୍ୱାଗତ କରିବା ସହ ବିଜୁ ଜନତା ଦଳ ଆହୁରି ସୁଦୃଢ ହୋଇ ପାରିବ ବୋଲି ପ୍ରକାଶ କରିଥିଲେ । (ଶେଷଦେବ ସାହୁ/ଗଞ୍ଜାମ ଜିଲ୍ଲା ବ୍ୟୁରୋ )
ବିଜେଡିରେ ମିଶିଲେ ଅନ୍ୟ ପାର୍ଟିର ଶତାଧିକ କର୍ମୀ – ବୁଗୁଡା

- Categories: Uncategorized, ଓଡ଼ିଶା, ଦେଶ, ରାଜନୀତି, ହୋମ୍
Related Content
ଆଠଗଡ଼ରେ ଅବକାରୀ ବିଭାଗର ଚଢ଼ାଉ, ବିପୁଳ ଦେଶୀମଦ ଜବତ
by
Proprietor Abhimanyu Maharana
September 10, 2026
ଶକ୍ତିଶ୍ରୀ ସଶକ୍ତିକରଣ ସେଲ୍ର ସମାପନୀ ସମାରୋହ
by
Proprietor Abhimanyu Maharana
September 10, 2026
ସ୍ଥାଣୁ ପାଲଟିଛି ପ୍ରଶାସନ, ଖଣ୍ଡପଡ଼ା ଅଞ୍ଚଳରେ ଅବାଧରେ ଚାଲିଛି ପଲିଥିନ କାରବାର
by
Proprietor Abhimanyu Maharana
September 10, 2026
ହବିଷ୍ୟାଳି ବ୍ରତ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ
by
Proprietor Abhimanyu Maharana
September 10, 2026
ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଙ୍କ ଯୋଗଦାନ
by
Proprietor Abhimanyu Maharana
September 10, 2026
ଶ୍ରୀମନ୍ଦିର ଜମିଜମା ଆଇନ ସଂଶୋଧନକୁ ପୁରୀ ବିଜେପି ପକ୍ଷରୁ ସ୍ବାଗତ
by
Proprietor Abhimanyu Maharana
September 10, 2026