ନାଚୁଣୀ ଗୋଦାବରୀଶ ସରକାରୀ ବିଦ୍ୟାଳୟ ୧୯୯୪ ବ୍ୟାଚର ବନ୍ଧୁମିଳନ ସଫଳତାର ସହ ସମ୍ପନ୍ନ

ନାଚୁଣୀ (ଓଡ଼ିଶା ତାଜା ନ୍ୟୂଜ୍) (ନିପ୍ର ) :-  ପାନ୍ଥନିବାସ ବରକୁଳ ପରିସରରେ ନାଚୁଣୀ ଗୋଦାବରୀଶ ସରକାରୀ ଉଚ୍ଚ ବିଦ୍ୟାଳୟର ୧୯୯୪ ମସିହା ବ୍ୟାଚର ପୁରାତନ ଛାତ୍ରଛାତ୍ରୀମାନଙ୍କୁ ନେଇ ଏକ ଭାବପୂର୍ଣ୍ଣ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

କାର୍ଯ୍ୟକ୍ରମ ଆରମ୍ଭରେ ଉପସ୍ଥିତ ସମସ୍ତ ବନ୍ଧୁମାନେ ନିଜ ନିଜର ପରିଚୟ ପ୍ରଦାନ କରିଥିଲେ। ଏହି ଅବସରରେ ୧୯୯୪ ବ୍ୟାଚର ୨ ଜଣ ସ୍ୱର୍ଗତ ବନ୍ଧୁଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ୨ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା ।

ପରେ ବନ୍ଧୁମାନଙ୍କୁ ନେଇ ନାଚ-ଗୀତ କାର୍ଯ୍ୟକ୍ରମ, ମ୍ୟୁଜିକ୍ ଚେୟାର ଖେଳ ଅନୁଷ୍ଠିତ ହୋଇଥିଲା। ସମସ୍ତଙ୍କ ପାଇଁ ଖଦ୍ୟ ପେୟର ସୁବ୍ୟବସ୍ଥା କରାଯାଇଥିଲା । କାର୍ଯ୍ୟକ୍ରମ ଶେଷରେ ଦୁଇଟି ଗୁରୁତ୍ୱପୂର୍ଣ ନିଷ୍ପତ୍ତି ନିଆଯାଇଥିଲା l

1. ପ୍ରତିବର୍ଷ ଏହିଭଳି ବନ୍ଧୁମିଳନ କାର୍ଯ୍ୟକ୍ରମ ଆୟୋଜନ କରାଯିବ।

2. ଏ ବର୍ଷ କାର୍ଯ୍ୟକ୍ରମରେ ଯୋଗଦେଇ ପାରିନଥିବା ବନ୍ଧୁମାନଙ୍କ ସହିତ ଯୋଗାଯୋଗ କରି ଆଗାମୀ ବର୍ଷ ସାମିଲ୍ କରିବାକୁ ଚେଷ୍ଟା କରାଯିବ।

Exit mobile version