ନୟାଗଡରେ ସିଏମ ଟ୍ରଫି ଆନ୍ତଃ କ୍ଲବ ଓ ଆନ୍ତଃ ଜିଲ୍ଲା ଖୋ ଖୋ ପ୍ରତିଯୋଗିତା -୨୦୨୬ ଅନୁଷ୍ଠିତ

ନୟାଗଡ  (ଓଡ଼ିଶା ତାଜା ନ୍ୟୂଜ୍) (ନିପ୍ର ) :- ନୟାଗଡ ଷ୍ଟାଡିଅମ ଠାରେ ସିଏମ ଟ୍ରଫି ଆନ୍ତଃ କ୍ଲବ ଓ ଆନ୍ତଃ ଜିଲ୍ଲା ଖୋଖୋ ପ୍ରତିଯୋଗିତା -୨୦୨୬, ନୟାଗଡ ଜିଲ୍ଲା କ୍ରୀଡା ବିଭାଗ ,ଜିଲ୍ଲା ଆଥଲେଟିକ ଆସୋସିଏସନ୍ ସୌଜନ୍ୟରୁ ପୁର୍ବତନ ବିଧାୟକ ସତ୍ୟ ନାରାୟଣ ପ୍ରଧାନଙ୍କ ଦ୍ୱାରା ଉଦ୍ଘାଟିତ ହୋଇଯାଇଛି l ବରିଷ୍ଠ ସାମ୍ୱାଦିକ ରାମକୃଷ୍ନ ରଥଙ୍କ ସଂଯୋଜନାରେ ଅନୁଷ୍ଠିତ ଉଦଘାଟନୀ ସଭାରେ ପୁର୍ବତନ ବିଧାୟକ ଶ୍ରୀଯୁକ୍ତ ପ୍ରଧାନ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବାବେଳେ ଜିଲ୍ଲା କ୍ରୀଡାଧୀକାରୀ ଶ୍ରୀମତୀ ସୁଜାତା ସାହୁ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ଖେଳାଳି ମାନଙ୍କ ସହ କର ମର୍ଦ୍ଦନ କରିଥିଲେ |

ଜିଲ୍ଲା ଆଥଲେଟିକ୍ ଆସୋସିଏସନ ର ସମ୍ପାଦକ ଅଶେଷ କୁମାର ଦାଶଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି କ୍ରୀଡ଼ା ଭିତ୍ତିକ ୧୬ ବର୍ଷରୁ କମ କାର୍ଯ୍ୟକ୍ରମରେ ଜିଲ୍ଲା ଆଥଲେଟିକ ଆସୋସିଏସନ୍ର ଉପସଭାପତି ଭବାନୀ ଶଙ୍କର ଦାସ, ଯୁଗ୍ମ ସମ୍ପାଦକ ବିନାୟକ ପ୍ରସାଦ ରାଓ, ସଭ୍ୟ ପ୍ରଶାନ୍ତ କୁମାର ଦାସ ଖେଳ ଶିକ୍ଷକ ସନ୍ନ୍ୟାସୀ ପ୍ରଧାନ, ବିରଞ୍ଚି ନାରାୟଣ ବେହେରା,ପ୍ରଦୀପ୍ତ ଚିତ୍ତ ରଂଜନ ସାହୁ, ନିଶିକାନ୍ତ ମହାନ୍ତି ପ୍ରମୂଖ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲ l

Exit mobile version