ବିରିଡିରେ ବିଜୁ ପଟ୍ଟନାୟକ ଙ୍କ ଶ୍ରାଦ୍ଧ ଦିବସ ପାଳିତ

ଜଗତସିଂହପୁର  (ଓଡ଼ିଶା ତାଜା ନ୍ୟୂଜ୍) (ନିପ୍ର ) :- ବିରିଡି ବ୍ଲକ ବିଜେଡି ପକ୍ଷରୁ ଶୁକ୍ରବାର ଉକୁନ୍ଦରା ପଞ୍ଚୟତ ର ମହାଭୋଇ ପୋଖରୀରେ ନିକଟରେ ବିଜୁ ବାବୁଙ୍କର 29 ତମ ଶ୍ରାଦ୍ଧ ବାର୍ଷିକ ପାଳନ କରାଯାଇଛି l ବ୍ଲକ ବିଜେଡି ସଭାପତି ରବୀନ୍ଦ୍ର ରାଉଳଙ୍କ ନେତୃତ୍ୱ ରେ ଏହି ଶ୍ରାଦ୍ଧ ଦିବସ ପାଳନ କରାଯାଇଥିଲା l ବ୍ଲକ ର ସମସ୍ତ ବିଜେଡି କର୍ମୀଓ ନେତୃମଣ୍ଡଳୀ ମାନେ ସେଠାରେ ଏକତ୍ରିତ ହୋଇଥିଲେ l ଶିବପ୍ରସାଦ ଜେନା ପୋଖରୀରେ ତିଳତର୍ପଣ କରିଥିଲେ l

ନେତୃ ମଣ୍ଡଳୀମାନେ କହିଥିଲେ ବିଜୁ ବାବୁ ଥିଲେ ଝଡର ଇଗଲ l ସେ ଯାହା କହୁଥିଲେ ତାହା କାମରେ କରି ଦେଖାଉଥିଲେ l ତାଙ୍କର ଅଦମ୍ୟ ସାହସ ଓ ନିଷ୍ଠାପର କର୍ମ ପ୍ରବଣତା ଯୁବପିଢ଼ିଙ୍କର ଧେୟ ହେଉ l ଏଥିରେ ଜିଲ୍ଲାପରିଷଦ ସଭ୍ୟା ଦୀପ୍ତି ମୟୀ ରାୟ, ମହିଳା ସଭାନେତ୍ରୀ ରଞ୍ଜନା ସାହୁ, ରବୀନ୍ଦ୍ର ସାହୁ, ପବିତ୍ର ପଶାୟତ,

ଗୟାଧର ମହାନ୍ତି, ଦୀପ୍ତି ମୟୀ ରାୟ, ପ୍ରଦୀପ୍ତଭୂୟାଁ, ସରପଞ୍ଚ ନିରଞ୍ଜନ ସେଠୀ,ସରୋଜିନୀ ବାରିକ, ଲଷ୍ମୀପ୍ରିୟା ଜେନା, ସମିତି ସଭ୍ୟା ପ୍ରଜ୍ଞା ପରିମିତା ଜେନା, ଲିଲିମା ଭୋଇ ପ୍ରମୁଖ ବହୁ କର୍ମୀ ଓ ନେତୃମଣ୍ଡଳୀ ଯୋଗଦେଇ ବିଜୁବାବୁ ଙ୍କ ସ୍ମୃତି ଚାରଣ କରିଥିଲେ l ସେହିପରି ବିରିଡି ଠାରେ ଥିବା ବିଜୁବାବୁଙ୍କ ପ୍ରତିମୃତିରେ ମାଲ୍ୟାର୍ପଣ କରାଯାଇଥିଲା l

Exit mobile version