ଦୈନିକ ଭାଗବତ ପାଠ କଲେ ଆତ୍ମିକ ଶାନ୍ତି ମିଳିଥାଏ

ଜଗତସିଂହପୁର (ଓଡ଼ିଶା ତାଜା ନ୍ୟୂଜ୍) (ନିପ୍ର ) :-  ଦୈନିକ ଭାଗବତ ପାଠ କଲେ ଆତ୍ମିକ ଶାନ୍ତି ମିଳିଥାଏ l ବ୍ରହ୍ମ ସାପରୁ ମୁକ୍ତି ଲାଭ ପାଇଁ ରାଜା ପରୀକ୍ଷିତ ମହାରାଜ ଶୁକ ମୁନିଙ୍କ ଠାରୁ ଭାଗବତ ଶୁଣିଥିଲେ ଏବଂ ବ୍ରହ୍ମ ଲୀନ ହୋଇଥିଲେ l ଏଣୁ ପ୍ରତେହ ଭାଗବତ ପଠନ, ଶ୍ରବଣ ଓ ମନନ ଦ୍ୱାରା ଆତ୍ମିକ ଶାନ୍ତି ମିଳିବା ସହ ଆଦର୍ଶ ପରିବାର ମଧ୍ୟ ଗଠିତ ହୋଇଥାଏ

ବୋଲି ହଳଦିଆପଡା ( ନୂଆଗାଁ ) ଗ୍ରାମର ଭାଗତ ପ୍ରାଙ୍ଗଣରେ ଗତ 10 ତାରିଖରୁ 16 ତାରିଖ ପର୍ଯ୍ୟନ୍ତ ଭାଗବତ କଥାମୃତ ଆଲୋଚନାରେ ସ୍ୱାମୀ ଗୋକୁଳା ନନ୍ଦ ମହାରାଜ ମତପୋଷଣ କରିଛନ୍ତି l ଗ୍ରାମବାସୀ ଙ୍କ ପକ୍ଷରୁ ଆୟୋଜିତ ଏହି ସାତଦିନ ବ୍ୟାପି କାର୍ଯ୍ୟକ୍ରମ କୁ ଗ୍ରାମର ଯୁବକ ମାନେ ପ୍ରତିବର୍ଷ ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମ କରିଆସୁଛନ୍ତି l ବହୁ ଶ୍ରଦ୍ଧାଳୁ ଭକ୍ତ ପ୍ରତେହ ଭାଗବତ ପାଠ କୁ ଶ୍ରବଣ କରିଥିଲେ l ଯୁବକଙ୍କ ଏହି କାର୍ଯ୍ୟକ୍ରମ କୁ ଗ୍ରାମବାସୀମାନେ ପ୍ରଶଂସା କରିଥିଲେ l

Exit mobile version