ଓଡ଼ିଶାରେ ବଢ଼ିବ ୧୧ ଲୋକସଭା, ୭୪ ବିଧାନସଭା ଆସନ

କଟକ (ଓଡ଼ିଶା ତାଜା ନ୍ୟୂଜ୍) (ନିପ୍ର ) :- କେନ୍ଦ୍ର ସରକାର ଦେଶରେ ଲୋକସଭା ଆସନ ଏବଂ ସମସ୍ତ ରାଜ୍ୟର ବିଧାନସଭା ଆସନ ସଂଖ୍ୟା ୫୦% ଲେଖାଏଁ ବଢ଼ାଇବାକୁ ନିଷ୍ପତ୍ତି ନେଇଛନ୍ତି । ଏପ୍ରିଲ ୧୬ରୁ ଆରମ୍ଭ ହେବାକୁ ଥିବା ସଂସଦର ସ୍ବତନ୍ତ୍ର ଅଧିବେଶନରେ ନାରୀ ଶକ୍ତି ବନ୍ଦନ ଅଧିନିୟମ ଆସିବାକୁ ଥିବାବେଳେ ଉଭୟ ଲୋକସଭା ଓ ବିଧାନସଭାରେ ମହିଳାଙ୍କୁ ୩୩% ସଂରକ୍ଷଣ ଦେବାକୁ ଆଇନ ଲାଗୁ ହେବ।

ଏହାସହ ୨୦୧୧ ଜନଗଣନା ଆଧାରରେ ସଂରକ୍ଷଣ ବ୍ୟବସ୍ଥା ଲାଗୁ କରିବା, ଡିଲିମିଟେସନ୍ କମିସନ୍‌ ଗଠନ କରିବା ପାଇଁ ଏହି ବିଲ୍‌ରେ ନିୟମ ରହିଛି । ଓଡ଼ିଶା ଅପେକ୍ଷାକୃତ ଭାବେ ଉଭୟ ଲୋକସଭା ଓ ବିଧାନସଭାରେ ଅଧିକ ଆସନ ପାଇବାକୁ ଥିବାରୁ ସମସ୍ତ ରାଜନୈତିକ ଦଳ ମଧ୍ୟରେ ଉତ୍ସାହ ଦେଖାଦେଇଛି ।

କେଉଁ କେଉଁ ଲୋକସଭା ଆସନ ଭାଙ୍ଗି ନୂଆ ଆସନ ହେବ ତାହା ଉପରେ ଏବେଠୁ ଅଙ୍କକଷା ଆରମ୍ଭ ହୋଇଛି । ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଭୁବନେଶ୍ବର ଓ କଟକ ‌ଲୋକସଭା ଆସନ ସମେତ କେବିକେ ତଥା କଳାହାଣ୍ଡି-ବଲାଙ୍ଗୀର-କୋରାପୁଟ ଅଞ୍ଚଳରେ ଅଧିକ ଆସନ ସୃଷ୍ଟି ହୋଇପାରେ ।

Exit mobile version