ସଶକ୍ତ ନାରୀ ସଶକ୍ତ ଭାରତ ନାରୀ ଶକ୍ତିବନ୍ଦନ ଅନୁଷ୍ଠିତ

ପୁରୀ (ଓଡ଼ିଶା ତାଜା ନ୍ୟୂଜ୍) (ନିପ୍ର ) :- ଜିଲ୍ଲା ପ୍ରଶାସନ ଓ ସମାଜ ବିଭାଗ ପକ୍ଷରୁ ପୁରୀ ଟାଉନହଲ ଠାରେ ସଶକ୍ତ ନାରୀ ସଶକ୍ତ ଭାରତ ନାରୀଶକ୍ତି ବନ୍ଦନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏକ ହଜାର ରୁ ଉର୍ଦ୍ଧ ନାରୀ ଶକ୍ତି ମହିଳାମାନେ ସୁବାଷ ବୋଷ ଛକ ଠାରୁ ଟାଉନହଲ ପର୍ଯ୍ଯନ୍ତ ପଦଯାତ୍ରା କରିଥିଲେ । ଏହି କାର୍ଯ୍ୟକ୍ରମରେ ମୁଖ୍ଯ ଅତିଥି ଭାବେ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା ଉଦଘାଟନ କରି କହିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିକଶିତ ଭାରତ ଓ ବିକଶିତ ଓଡ଼ିଶା ପାଇଁ ମହିଳା ସଶକ୍ତିକରଣ, ମହିଳା ସଂରକ୍ଷଣ ଉପରେ ଗୁରୁତ୍ବ ଦେଇଛନ୍ତି ।

ମହିଳାମାନେ ରାଜନୈତିକ କ୍ଷେତ୍ରରେ, ଶିକ୍ଷା କ୍ଷେତ୍ରରେ ୩୩ ପ୍ରତିଶତ ସଂରକ୍ଷଣ ଉପରେ ଗୁରୁତ୍ବ ଦେଇଥିଲେ । ସେନାବାହିନୀରେ ଏବେ ମହିଳା ମାନେ ଦକ୍ଷତାର ସହିତ କାର୍ଯ୍ୟ କରୁଛନ୍ତି । ସମ୍ମାନିତ ଅତିଥି ଭାବେ ବାଚସ୍ପତି ସୁରମା ପାଢୀ, ମହିଳା କମି

ଶନର ଉର୍ମିଳା ମହାପାତ୍ର, ବ୍ରହ୍ମଗିରି ବିଧାୟିକା ଉପାସନା ମହାପାତ୍ର, ମହାନଗର ନିଗମ କମିଶନର ଅରୁଗୁଳା ସ୍ନେହା, ମହିଳା ଆଇପିଏସ୍ ଅଧିକାରୀଣି ମିସ୍ ଅନନ୍ତା କେ.ବିଜୟ, ଜିଲ୍ଲା ସମାଜ କଲ୍ୟାଣ ଅଧିକାରିଣୀ ତନୁପ୍ରଭା ବେଉରା ମଞ୍ଚାସୀନ ହୋଇ ମହିଳା ସଶକ୍ତିକରଣ ଉପରେ ଆଲୋକପାତ କରିଥିଲେ ।

ବିଭିନ୍ନ କ୍ଷେତ୍ରରେ ମହିଳାମାନଙ୍କ ଉଲ୍ଲେଖନୀୟ ଅବଦାନ ପାଇଁ ଅତିଥିମାନଙ୍କ ଦ୍ବାରା ସମ୍ବର୍ଦ୍ଧିତ କରାଯାଇଥିଲା । ବ୍ରହ୍ମଗିରି ବିଡିଓ ଶ୍ର ମନିଷା ଷଡଙ୍ଗୀ, ଜିଲ୍ଲା ସଂଯୋଜକ ସ୍ଵାଗତିକା ପରିଡା , ପ୍ରୋଗ୍ରାମ ଅଫିସର ଚନ୍ଦ୍ରପ୍ରଭା ଦେଇ , ଆରଟିଓ ସସ୍ମିତା ବେହେରା , ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ପ୍ରଦୀପ୍ତ କୁମାର ସେନାପତିଙ୍କ ସମେତ ଜିଲ୍ଲାର ସମସ୍ତ ସିଡିପିଓ ଓ ଅଙ୍ଗନୱାଡି କର୍ମୀମାନେ ଯୋଗ ଦେଇଥିଲେ । ଶେଷରେ ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ତନୁପ୍ରଭା ବେଉରା ଧନ୍ୟବାଦ ଅର୍ପଣ କରିଥିଲେ ।

Exit mobile version