ଢେଙ୍କାନାଳରେ ଆଜି ୭୬ ଚିହ୍ନଟ, ୯୮ ସୁସ୍ଥ, ଜଣେ ମୃତ ; ହିନ୍ଦୋଳ ବ୍ଲକ ନୂଆକିଆରି କଣ୍ଟେନମେଣ୍ଟ୍ ଜୋନ୍ ଘୋଷଣା – ଢେଙ୍କାନାଳ

ଓଡ଼ିଶା ତାଜା ନ୍ୟୁଜ (୨୭ ସେପ୍ଟେମ୍ବର,ରବିବାର) ଢେଙ୍କାନାଳ :- ଜିଲ୍ଲାରେ ଆଜି ଆଉ ୭୬ ଜଣ ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ୯୮ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ଏବଂ ଜଣେ ମୃତ୍ୟୁବରଣ କରିଛନ୍ତି । ଆଜିର ଆକ୍ରାନ୍ତଙ୍କ ମଧ୍ୟରୁ ଢେଙ୍କାନାଳ ମୁନସିପାଲଟି ୨୧ ଜଣଙ୍କ ମଧ୍ୟରୁ ମୀନା ବଜାରରୁ ୫,ବାଜିଚୌକରୁ ୩,ହର୍ଟିକଲ୍ଚର୍ ଓ କାଲଟାକ୍ସ୍ ରୁ ୨ ଜଣ ଲେଖାଏଁ, ଦକ୍ଷିଣକାଳୀ, Town PS, Jail colony, ବନମାଳୀପ୍ରସାଦ,ଢଙ୍କୁଣିଆସାହି, ଗୋପବନ୍ଧୁ ବଜାର, ରିଜର୍ଭ ପୋଲିସ ଲାଇନ୍, କାଠଗଡା ଓ ମହିଷାପାଟରୁ ଜଣେ ଲେଖାଏଁ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସଦର ବ୍ଲକର ୧୭ ଜଣଙ୍କ ମଧ୍ୟରୁ ଶଙ୍କରପୁରରୁ ୩,ଶୁଆଖାଇ କାଟେଣୀରୁ୨,ସଦେଇବେରିଣୀ, ଆରଦା, ରେଗେଡା, ରାଜୁପାଟଣା,ଜଙ୍ଖିରା, କତକମଡା,ସରଖିଆ, ମଙ୍ଗଳପୁର, ନରଣଳପୁର,ରଞ୍ଜା, କଙ୍କଡ଼ାହାଡ଼ ଓ ନଡିଆଳିରୁ ଜଣେ ଲେଖାଏଁ ଚିହ୍ନଟ ଥିବାବେଳେ ଓଡ଼ାପଡ଼ା ବ୍ଲକର ରସାସିଙ୍ଗିରୁ ୨, ଘୋଡାଡିଆଁ ,ଧଳପୁର ,ଭୋଜଦେଇପୁର ,ଗୁଣ୍ଡିଚାପଡା,ଓ ଓଡ଼ାପଡ଼ାରୁ ଜଣେ ଲେଖାଏଁ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେହିପରି କାମାକ୍ଷାନଗର ଏନ୍ ଏ ସି ରୁ ୩, ବ୍ଲକର ୭ ଜଣଙ୍କ ମଧ୍ୟରୁ ଅଁଳାବେରିଣୀ ଓ ନୂଆମାହୁଳିରୁ ୨ ଜଣ ଲେଖାଏଁ ,ସୋଗର , ତୁମୁସିଙ୍ଗା ଓ ଖଟୁଆ ହତାରୁ ଜଣେ ଲେଖାଏଁ ଏବଂ ପରଜଙ୍ଗ ବ୍ଲକର ଲୋଧଣି, କନ୍ତୋର, ରୋଡା ଖାଲପାଳ, ଗେହ୍ଲେଇ କାଟେଣି ଓ ପରଜଙ୍ଗରୁ ଜଣେ ଲେଖାଏଁ କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।

ହିନ୍ଦୋଳ ଏନ୍ ଏ ସି ରୁ ଜଣେ କୋଭିଡ୍ ପଜିଟିଭ୍ ଚିହ୍ନଟ ଥିବାବେଳେ ବ୍ଲକର ବଡ଼ ବାହାଳ ଓ କାରନ୍ଦାରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି ଏବଂ କଙ୍କଡ଼ାହାଡ଼ ବ୍ଲକର କମ୍ପୁଲେଇ ଓ କୋଇରୁ ଜଣେ ଲେଖାଏଁ ବ୍ୟକ୍ତି କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଭୁବନ ଅଞ୍ଚଳର ୪୫ ବର୍ଷୀୟ ପୁରୁଷ ବ୍ୟକ୍ତି କରୋନା ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଛନ୍ତି । ସେ କଫ, ଶ୍ଵାସ ଓ ଫୁସଫୁସ ଜନିତ ରୋଗରେ ପୀଡିତ ହୋଇ କଟକ ଏସ୍ ସି ବି ମେଡିକାଲ କଲେଜରେ ଚିକିତ୍ସାଧୀନ ଥିଲେ । ତାଙ୍କର ମୃତ୍ୟକୁ ଷ୍ଟେଟ୍ ଡେଥ୍ ଅଡିଟ୍ ଟିମ୍ କରୋନା ଜନିତ ମୃତ୍ୟୁ ଘୋଷଣା କରିଛନ୍ତିି । ଏମାନଙ୍କ ମଧ୍ୟରୁ ୫୫ ଜଣ ହୋମ୍ କ୍ଵାରେଣ୍ଟାଇନରୁ,୧୪ ଜଣ ସ୍ଥାନୀୟ ଆଣ୍ଟିଜେନ୍ ଟେଷ୍ଟ୍ ଦ୍ଵାରା ଚିହ୍ନଟ ହୋଇଥିବାବେଳେ ୭ ଜଣ ବିଭିନ୍ନ ହସ୍ପିଟାଲରେ ଚି‌ହ୍ନଟ ହୋଇଛନ୍ତି । ହିନ୍ଦୋଳ ବ୍ଲକ ଦୁଦୁରକୋଟ୍ ପଞ୍ଚାୟତ ନୂଆକିଆରି ଗ୍ରାମରୁ ୧୧ ଜଣ ବ୍ୟକ୍ତି କରୋନା ଆକ୍ରାନ୍ତ ହୋଇଥିବା ଯୋଗୁଁ ଜିଲ୍ଲାପାଳ ଶ୍ରୀ ଭୁମେଶ ଚନ୍ଦ୍ର ବେହେରା ନୂଆକିଆରି ଗ୍ରାମର ନିରୋଦ ସାହୁଙ୍କ ଘର ଠାରୁ ଦୟାନିଧି ନାଏକଙ୍କ ଘର ପର୍ଯ୍ୟନ୍ତ ଆସନ୍ତା ୨୯ ତାରିଖ ମଙ୍ଗଳବାର ତଥା ୭୨ ଘଣ୍ଟା ପର୍ଯ୍ୟନ୍ତ କଣ୍ଟେନମେଣ୍ଟ୍ ଜୋନ୍ ଘୋଷଣା କରିଛନ୍ତିି । ଜିଲ୍ଲାରେ ଆଜି ଆଉ ୬୫ ଜଣ ଆକ୍ରାନ୍ତ ଚିକିତ୍ସା ପରେ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ଜଣେ ମୃତ୍ୟୁବରଣ କରିଛନ୍ତି । ଆଜିସୁଦ୍ଧା ଜିଲ୍ଲାରେ ସମୁଦାୟ ୩୫୨୯ ଜଣ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ୨୯୨୩ ଜଣ ସୁସ୍ଥ ହୋଇଛନ୍ତି ଏବଂ ୬୦୨ ଜଣ ଚିକିତ୍ସାଧୀନ ଥିବାବେଳେ ୪ ଜଣ ମୃତ୍ୟୁବରଣ କରିଛନ୍ତିି । ( ରିପୋର୍ଟ /ଅମର ରଞ୍ଜନ ଦାସ )

Exit mobile version