ଭାରତର ରତ୍ନ,ବାବା ସାହେବ ଡଃ ଭୀମରାଓ ଆମ୍ବେଦକରଙ୍କ ୧୩୫ ତମ ଜନ୍ମ ଜୟନ୍ତୀ ପାଳିତ

କଟକ (ଓଡ଼ିଶା ତାଜା ନ୍ୟୂଜ୍) (ନିପ୍ର ) :- ଭୁବନେଶ୍ୱରସ୍ଥିତ ଏକ ଅଗ୍ରଣୀ ଜନ କଲ୍ୟାଣ ସାମାଜିକ ଅନୁଷ୍ଠାନ ” ଆଶା ” ପକ୍ଷରୁ କଟକ ଖାନନଗର ସ୍ଥିତ କାଳୀଭବନ ଠାରେ ଭାରତରତ୍ନ ସମ୍ବିଧାନ ନିର୍ମାତା ବାବା ସାହେବ ଡକ୍ଟର ଭୀମରାଓ ଆମ୍ବେଦକରଙ୍କ ୧୩୫ ତମ ଜନ୍ମ ଜୟନ୍ତୀ ମହାସମାରୋହରେ ପାଳିତ ହୋଇଯାଇଛି । ଏଥିରେ ସଂଗଠନର ସଭାପତି ଶ୍ରୀଯୁକ୍ତ ଅକ୍ଷୟ କୁମାର ଭୋଇଙ୍କ ସଭାପତିତ୍ ରେ ଆୟୋଜିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଶ୍ରୀଯୁକ୍ତ ଲୋଚନ ଦାସ,

ମୁଖ୍ୟ ବକ୍ତା ଭାବେ ସହକାରୀ ପ୍ରଫେସର ଡକ୍ଟର ଗିତାରାଣୀ ନାୟକ, ଏବଂ ସମ୍ମାନିତ ଅତିଥି, ଭାବେ ପ୍ରାକ୍ତନ ଅତିରିକ୍ତ ଶାସନ ସଚିବ ଶ୍ରୀଯୁକ୍ତ ବଟ କୃଷ୍ଣ ଭଞ୍ଜ, ପ୍ରାକ୍ତନ ପୋଲିସ ଏସ,ପି ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ଭୋଇ, ,ୟୁନିୟନ ବ୍ଯାଙ୍କର ଶାଖା ମୁଖ୍ୟ ଶ୍ରୀଯୁକ୍ତ ଦିବାକର ଭୋଇ, ଅବସରପ୍ରାପ୍ତ ତହସିଲଦାର ଶ୍ରୀଯୁକ୍ତ କେଦାର ନାଥ ଭୋଇ, ପ୍ରମୁଖ ଯୋଗ ଦେଇ ବାବା ସାହେବଙ୍କର ସଂଘର୍ଷ ମୟ ଜୀବନରେ ଘଟିଥିବା ବହୁ ଘାତ ପ୍ରତିଘାତ ର ବିସ୍ତୃତ ବାଖ୍ୟା କରିବା ସହ ଡଃ ଭୀମରାଓ ଆମ୍ବେଦକରଙ୍କର ଭାରତ ପ୍ରତି ଅବଦାନ ଓ ବଳିଦାନ ତଥା ସମ୍ବିଧାନର ପ୍ରସ୍ତୁତିରେ ମୁଖ୍ୟ କର୍ଣଧାରା ,

ସାମାଜିକ ନ୍ୟାୟ,, ସମ୍ବିଧାନ ଚିନ୍ତାଧାରା, ଓ ଭାରତୀୟ ନାରୀଙ୍କ ମୌଳିକ କର୍ତ୍ତବ୍ୟ ସଂପର୍କରେ ଆଲୋଚନା କରିଥିଲେ ଏଥିରେ ଅନୁଷ୍ଠାନର ସାଧାରଣ ସଂପାଦକ ଶ୍ରୀଯୁକ୍ତ ବାମଦେବ ଦାସ, ମଂଚ ପରିଚାଳନା କରିଥିବାବେଳେ ଶ୍ରୀଯୁକ୍ତ ଅବକାଶ ଭଟ୍ଟ ସମସ୍ତ ଅତିଥି ଓ ସମବେତ ଜନତାଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଜୟନ୍ତୀ ଉତ୍ସବରେ ଡକ୍ଟର ଗୌତମ ଦାସ, ଲୋଚନ ଦାସ , ଗୋପୀନାଥ ଦାସ,ରାଜେନ୍ଦ୍ର କୁମାର ଭୋଇ, ରବି ଭୋଇ ବୃନ୍ଦାବନ ବେହେରା ଦ୍ଵିଜ୍ ବର୍ ଭୋଇ, ଦିବାକର ଭୋଇ,

ରସାନନ୍ଦ ଭୋଇ, ପୀତବାସ ଭୋଇ , ବିରେନ୍ଦ୍ର ଭୋଇ , ଅବସରପ୍ରାପ୍ତ ତହସିଲଦାର ଇନ୍ଦ୍ରମଣି କାଣ୍ଡି, ସିନିୟର୍ ବ୍ୟାଙ୍କ ମ୍ୟାନେଜର ରାଜେନ୍ଦ୍ର ଭୋଇ, ପଶ୍ଚମବଙ୍ଗ ଅର୍ଥ ନିଗମର ଅବସର ପ୍ରାପ୍ତ ମୁଖ୍ୟ ପରିଚାଳକ କୈଳାସ ଦାସ, ଶିକ୍ଷାବିତ ଲକ୍ଷ୍ମୀଧର ଭୋଇ, ଦ୍ଵିଜବର୍ ଭୋଇ, ହରିହର ଭୋଇ, ଆଇନଜୀବୀ ପ୍ରମୋଦ କୁମାର ଦାସ, ରଞ୍ଜିତା ଭୋଇ, ମେନକା କୁମାରୀ ଭୋଇ, ଅନୁପମା କାଣ୍ଡି, ଗୋଲେଖ କାଣ୍ଡି, ଦ୍ୱିଜବର ଦାସ ପ୍ରମୁଖଙ୍କ ସମେତ ବହୁ ଆମ୍ବେଦକର ପ୍ରେମୀ ଯୋଗ ଦେଇ ମହାମାନ୍ୟ ଡଃ ଆମ୍ବେଦକରଙ୍କ ବହୁମୁଖୀ ପ୍ରତିଭା ସମ୍ପର୍କର ମତାମତ ପ୍ରଦାନ କରିଥିଲେ ।

Exit mobile version