କୋଭିଡ ସପ୍ତାହ ପାଳନ ରେ ହାତ ଧୁଆ କାର୍ଯ୍ୟକ୍ରମ – ହିଞ୍ଜିଳିକାଟୁ

ଓଡ଼ିଶା ତାଜା ନ୍ୟୁଜ (୨୭ ସେପ୍ଟେମ୍ବର,ରବିବାର) ହିଞ୍ଜିଳିକାଟୁ :- ଗଞ୍ଜାମ ଜିଲ୍ଲାକୁ କରୋନା ସଂକ୍ରମଣ ମୁକ୍ତ ହାସଲ କରିବା ଉଦ୍ଦେଶ୍ୟ ରଖି ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଚଳିତ ମାସ ୨୪ ତାରିଖ ଠାରୁ ଆସନ୍ତା ଅକ୍ଟୋବର ପହିଲା ପର୍ଯ୍ୟନ୍ତ କୋଭିଡ ସପ୍ତାହ ପାଳନ ଉପରେ ଗୁରୁତ୍ୱାରୋପ କରି ସଚେତନତା ଅଭିଯାନ ଆରମ୍ଭ କରିଛନ୍ତି । ଏହି ପରିପ୍ରେକ୍ଷୀରେ ସ୍ଥାନୀୟ ହିଞ୍ଜିଳି ବ୍ଲକ ର ସମସ୍ତ ପଞ୍ଚାୟତରେ ଏହି ସପ୍ତାହ ପାଳନ ଉପରେ ପଦକ୍ଷେପ ଗ୍ରହଣ କରାଯାଇଛି । ଏହି ଅବସରରେ ରବିବାର ୪ର୍ଥ ଦିବସରେ ରାଳବ ପଞ୍ଚାୟତ ଅଧିନ ଆଲପୁର ଗ୍ରାମରେ ପିଇଓ ସୁଶାନ୍ତ କୁମାର ପାତ୍ରଙ୍କ ତତ୍ତ୍ୱାବଧାନରେ ଉକ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ବିଡିଓ ପ୍ରସନ୍ନ କୁମାର ପାତ୍ର ଯୋଗ ଦେଇ ହାତ ଧୁଆ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ । କୋଭିଡ ମହାମାରୀ ପ୍ରତି ସଚେତନ ରହିବା ନିମନ୍ତେ ଗ୍ରାମବାସୀଙ୍କୁ ଅବଗତ କରାଇଥିଲେ ।

ମୁଖ୍ୟତଃ ମାସ୍କ ପିନ୍ଧିବା, ସାମାଜିକ ଦୂରତା ବଜାୟ ରଖିବା ଓ ସାବୁନ କିମ୍ୱା ହେଣ୍ଡ ୱାସ ସାମଗ୍ରୀ ବ୍ୟବହାର କରି ହାତକୁ ବାରମ୍ବାର ପରିଷ୍କାର ଓ ପରିଚ୍ଛନ୍ନ ଉପରେ କୌଶଳ ପ୍ରଦର୍ଶନ କରିଥିଲେ । ଆମ ସ୍ୱାସ୍ଥ୍ୟ, ଆମ ଦାୟିତ୍ୱ ପ୍ରତି ସଚେତନ ରହିଲେ ନିଶ୍ଚିତ ଭାବେ ଆମେ କରୋନାକୁ ହରାଇ ପାରିବା ବୋଲି ବିଡ଼ିଓ ମତ ପ୍ରକାଶ କରିଥିଲେ । ବ୍ଲକର ଗାଁ ଗାଁ ରେ କରୋନା ସଚେତନତା ରଥ ପରିଭ୍ରମଣ କରୁଥିବା ବେଳେ ସମନ୍ବିତ ଶିଶୁ ବିକାଶ କାର୍ଯ୍ୟାଳୟ ପକ୍ଷରୁ ଝୋଟି ଚିତା ଏବଂ ପୋଷ୍ଟର ମାଧ୍ୟମରେ ସୁପରଭାଇଜର, ଆଶା, ଅଙ୍ଗନବାଡି ଓ ସ୍ୱୟଂ ସହାୟକ ଗୋଷ୍ଠୀର ସକ୍ରିୟ ମା ମାନେ କରୋନା ସପ୍ତାହ ପାଳନ ବେଳେ ଜନ ସଚେତନତା ସୃଷ୍ଟି ଜାରୀ ରଖିଛନ୍ତି । ( ରିପୋର୍ଟ – ଶୁସାନ୍ତ ପ୍ରଧାନ )

Exit mobile version