ବାଲିଗୁଡା (ଓଡ଼ିଶା ତାଜା ନ୍ୟୂଜ୍) (ନିପ୍ର ) :- ଶିକ୍ଷାରେ କଳଙ୍କ ପବିତ୍ର ଗୁରୁ-ଶିଷ୍ୟ ସମ୍ପର୍କରେ ଚୁନ ଲଗାଇ ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ବଳାତ୍କାର ଉଦ୍ୟମ କରିବା ଅଭିଯୋଗରେ ଜଣେ ମଦ୍ୟପ ବିଜ୍ଞାନ ଶିକ୍ଷକଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ଶିକ୍ଷକ ଜଣକ ହେଉଛନ୍ତି ନୟାଗଡ଼ ଜିଲ୍ଲା ଦଶପଲ୍ଲା ଥାନା ପାଟପୁରପାଟଣା ଗ୍ରାମର ଜିତେନ୍ଦ୍ର ମଳିକ (୪୬) । ସୂଚନା ଅନୁସାରେ, ଅଭିଯୁକ୍ତ ଜିତେନ୍ଦ୍ର ଟିକାବାଲି ଥାନା ଅନ୍ତର୍ଗତ ପିକରଡ଼ି ସ୍ଥିତ ବ୍ଲକ ଗ୍ରାଣ୍ଡ ହାଇସ୍କୁଲରେ ବିଜ୍ଞାନ ଶିକ୍ଷକ ଭାବେ କାର୍ଯ୍ୟରତ ଥିଲେ ।
