ଶ୍ରୀରାମ ମନ୍ଦିର,ବାନ୍ଧନଘୋରରେ ଶ୍ରୀହନୁମାନ ଜୟନ୍ତୀ ଓ ପଣା ସଂକ୍ରାନ୍ତି ଉତ୍ସବ  ଅନୁଷ୍ଠିତ

ବଲାଙ୍ଗୀର (ଓଡ଼ିଶା ତାଜା ନ୍ୟୂଜ୍) (ନିପ୍ର ) :- ପବିତ୍ର ଶ୍ରୀହନୁମାନ ଜୟନ୍ତୀ  ଓ ପଣା ସଂକ୍ରାନ୍ତି ଉତ୍ସବ  ସଦର ବ୍ଲକ ଅନ୍ତର୍ଗତ ବାନ୍ଧନଘୋର ଶ୍ରୀରାମ ମନ୍ଦିରରେ ସହସ୍ରାଧିକ ଭକ୍ତଙ୍କ ଗହଣରେ ଅନୁଷ୍ଠିତ ହୋଇଯାଇଛି । ଶ୍ରୀରାମ ମନ୍ଦିର ପରିଚାଳନା କମିଟି ଟ୍ରଷ୍ଟ ଓ  ଓଡ଼ିଆ ଭାଷା,ସାହିତ୍ୟ ଓ ସଂସ୍କୃତି ବିଭାଗ,

ଓଡ଼ିଶା ସରକାରଙ୍କର ମିଳିତ ସହଯୋଗରେ ଅନୁଷ୍ଠିତ ଏହି ଉତ୍ସବ ଅବସରରେ ସମୂହ ହନୁମାନ ଚାଳିଶା ପାଠ, ବୈଠକୀ କୀର୍ତ୍ତନ ସହିତ ଭକ୍ତ ସମାବେଶ ଇତ୍ୟାଦି କାର୍ଯ୍ୟକ୍ରମ ହୋଇଥିଲା । ସକାଳ ୮ଟା ଠାରୁ  ପଣା ବଣ୍ଟନ ଆରମ୍ଭ ହୋଇଥିଲା ।

ମନ୍ଦିରର ପୂଜକ ହିମାଂଶୁ ତ୍ରିପାଠୀଙ୍କ ଦ୍ଵାରା ପୂଜା ଓ ହୋମ ସମାପ୍ତ ହେବା ପରେ ପ୍ରସାଦ ସେବନ କରାଯାଇଥିଲା । ୨୦୧୯ ମସିହାରେ ପ୍ରତିଷ୍ଠା ହୋଇଥିବା ଏହି ମନ୍ଦିରରେ ପ୍ରତ୍ୟେକ ବର୍ଷ ହନୁମାନ ଜୟନ୍ତୀ  ମହା ଆଡମ୍ବରରେ ପାଳନ କରାଯାଉଅଛି ।

ପ୍ରତ୍ୟେକ ବର୍ଷ ପରି ବାନ୍ଧନଘୋର ତଥା ଆଖପାଖ ଗ୍ରାମର ଭକ୍ତମାନେ ପ୍ରଭୁ ଶ୍ରୀରାମଙ୍କର ଏହି  ଉତ୍ସବରେ ଉପସ୍ଥିତ ରହିଥିଲେ । ସମସ୍ତ କାର୍ଯ୍ୟକ୍ରମ ଟ୍ରଷ୍ଟର ମୁଖ୍ୟ ପରିଚାଳନା ଟ୍ରଷ୍ଟି ଶ୍ରୀଯୁକ୍ତ ମନ୍ମୟ ଆନନ୍ଦ କୁମାର ତ୍ରିପାଠୀଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଥିଲା ।

ସହଯୋଗ କରିଥିଲେ ହରେକୃଷ୍ଣ ବୁଡେକ, ଗଣ୍ଡାରାମ ଗହୀର,ଦୁର୍ଯ୍ୟୋଧନ ଗହୀର,ସୁରେଶ ବୁଡେକ,ସତ୍ୟ ଗହୀର,ଚିଙ୍କୁ ପ୍ରଧାନ, ଶ୍ରୀମୟ ତ୍ରିପାଠୀ,ସର୍ବଜିତ ତ୍ରିପାଠୀ ,ମୁଖୀ ମାଝୀ,ସବିତା ସାହୁ,ସବିତା ବୁଡେକ ଓ ତପ ବୁଡେକ ।


 

Exit mobile version