ବେଲପଡ଼ା କଲେଜରେ ନାରୀଶକ୍ତି ବନ୍ଧନ କାର୍ଯ୍ୟକ୍ରମ

ବେଲପଡ଼ା (ଓଡ଼ିଶା ତାଜା ନ୍ୟୂଜ୍) (ନିପ୍ର ) :- ବଲାଙ୍ଗିର ଜିଲ୍ଲା ବେଲପଡ଼ା ବ୍ଲକ ପଞ୍ଚାୟତ ସମିତି ମହାବିଦ୍ୟାଳୟ ବେଲପଡ଼ା ଠାରେ କେନ୍ଦ୍ର ଓ ରାଜ୍ୟ ସରକାର ପ୍ରାୟୋଜିତ ନାରୀ ଶକ୍ତି ବନ୍ଧନ କାର୍ଯ୍ୟକ୍ରମ ଭାର ପ୍ରାପ୍ତ ଅଧ୍ୟକ୍ଷ ତନ୍ମୟ କୁମାର ପାଣିଗ୍ରାହୀ ଓ ଆଇ. କ୍ୟୁ. ଏ. ସି କୋଅର୍ଡିନେଟର ମନୋଜ କୁମାର ମହାଖୁଡ଼ ଙ୍କ ପ୍ରତ୍ୟକ୍ଷ ତତ୍ବାବଧାନ ରେ ଆୟୋଜିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ପ୍ରାଧ୍ୟାପିକା ଲିଳିମା ପଣ୍ଡା ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ନାରୀଶକ୍ତି ର ସ୍ବାଭିମାନ ଉପରେ ମନୁବ୍ୟ ରଖୁଥିଲେ ।

ଅଧ୍ୟାପିକା ନିତୁ ପାତ୍ର ଧନ୍ୟବାଦ ପ୍ରସ୍ତାବ ଆଗତ କରିଥିଲେ । ଏହି କାର୍ଯ୍ୟକ୍ରମରେ ବହୁତ ଛାତ୍ରୀ ଅଂଶ ଗ୍ରହଣ କରି କାର୍ଯ୍ୟକ୍ରମକୁ ସଫଳ ମଣ୍ଡିତ କରିଥିଲେ । ଅଧ୍ୟାପକ ସୁଦାମ ଚନ୍ଦ୍ର ମହାପାତ୍ର, ଡ଼କ୍ଟର ଗଙ୍ଗାଧର ଦେହେରୀ, ପ୍ରମୋଦ କୁମାର ବରିହା, ଅମିୟ କୁମାର ବାବୁ ପ୍ରମୁଖ ଉପସ୍ଥିତ ଥାଇ କାର୍ଯ୍ୟକ୍ରମ କୁ ସାକାର କରିଥିଲେ ।

Exit mobile version