ବେଲପଡ଼ା କଲେଜରେ ଓଡ଼ିଆ ନବବର୍ଷ ପାଳନ

ବେଲପଡ଼ା (ଓଡ଼ିଶା ତାଜା ନ୍ୟୂଜ୍) (ନିପ୍ର ) :- ବଲାଙ୍ଗିର ଜିଲ୍ଲା ବେଲପଡ଼ା ବ୍ଲକ ପଞ୍ଚାୟତ ସମିତି ମହାବିଦ୍ୟାଳୟ ବେଲପଡ଼ା ରେ ଅଧ୍ୟକ୍ଷ ସୁରେଶ ଚନ୍ଦ୍ର ମେହେରଙ୍କ ସଭାପତିତ୍ୱରେ ଓଡ଼ିଆ ନବ ବର୍ଷ ଧୁମଧାମ ରେ ପାଳିତ ହୋଇଯାଇଛି । ଗତ ଏପ୍ରିଲ ଏକ ତାରିଖରୁ ଆରମ୍ଭ ହୋଇଥିବା ଏହି ସମାରୋହରେ ଆଜି ଥିଲା ଶେଷ ଦିନ ।

ନୋଡାଲ ଅଫିସର ମନୋଜ କୁମାର ମହାଖୁଡ଼ଙ୍କ ପୌରୋହିତ୍ୟରେ ଉକ୍ତ କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧୂକାଂଶ ଅଧ୍ୟାପକ ଅଧ୍ୟାପିକା, ଛାତ୍ରଛାତ୍ରୀ ଓ ଅଣ ଶିକ୍ଷକ କର୍ମଚାରୀ ଉପସ୍ଥିତ ଥୂଲେ । ଅମିୟ କୁମାର ବାବୁ, ପ୍ରମୋଦ କୁମାର ବରିହା, ସୁଶ୍ରୀ ମଞ୍ଜରୀ ମେହେର, ସୁଦାମ ଚନ୍ଦ୍ର ମହାପାତ୍ର, ରମାକାନ୍ତି ପୁଟେଲ, ଲୋକେଶ ଚନ୍ଦ୍ର ବାଗ ପ୍ରମୁଖ ସାହାଯ୍ୟ ଓ ସହଯୋଗ କରିଥିଲେ ।

 

Exit mobile version