ଗମ୍ଭାରୀରେ ମହାବିଷୁବ ପଣା ସଂକ୍ରାନ୍ତି ବା ହନୁମାନ ଜୟନ୍ତୀ ପାଳିତ

ବେଲପଡ଼ା (ଓଡ଼ିଶା ତାଜା ନ୍ୟୂଜ୍) (ନିପ୍ର ) :- ମହାବିଷୁବ ପଣା ସଂକ୍ରାନ୍ତି ଦିନକୁ ଓଡ଼ିଆ ନବ ବର୍ଷ ଭାବରେ ପାଳନ କରାଯାଇଥାଏ । ସାଧାରଣତଃ ବୈଶାଖ ୧ ଅର୍ଥାତ ବସନ୍ତ ଋତୁର ଶେଷ ଓ ଗ୍ରୀଷ୍ମର ଆରମ୍ଭରେ ପଡିଥାଏ । ଓଡିଆ ପରମ୍ପରାରେ ଏହି ଦିନକୁ ପ୍ରତିଟି ଓଡ଼ିଆ ପାଳନ କରିଥାଏ । ଏକ ଛୋଟ ମାଠିଆରେ ପଣା ରଖ୍ ତୁଳସୀ ଚଉରା ମୂଳରେ ବାନ୍ଧି ଦିଆଯାଏ । ମାଠିଆରେ ଥ‌ିବା ଛୋଟ କଣାରୁ ଧୂରେ ଧୂରେ ପାଣି ଝରେ ଯାହା ବର୍ଷାକୁ ସୂଚାଇଥାଏ ଏହି ଠେକିକୁ ବସୁନ୍ଧରା ଠେକି କୁହାଯାଏ ।

ଛତୁଆ, ଦହି, ଗୁଡ଼, କଦଳୀ ଓ ନଡିଆକୁ ମିଶାଇ ତୁଳସୀ ଚଉରା ପାଖରେ ଭୋଗ ଲଗାଯାଏ । ବେଲ ପଣାରେ ବଟା ଭାଙ୍ଗ ମିଶାଇ ଭାଙ୍ଗ ପଣା ସେବନ ମଧ୍ୟ କରାଯାଇଥାଏ । ହନୁମାନ ଜୟନ୍ତୀ ଏକ ହିନ୍ଦୁ ଧାର୍ମିକ ପର୍ବ । ଏହି ଦିନ ମୁଖ୍ୟତଃ ଭାରତ ଏବଂ ନେପାଳରେ ହିନ୍ଦୁ ଧର୍ମାବଲମ୍ବୀଙ୍କ ଦ୍ବାରା ପୂଜିତ ହିନ୍ଦୁ ଭଗବାନ ହନୁମାନଙ୍କ ଜନ୍ମ ଉତ୍ସବ ପାଳନ କରାଯାଏ । ଏହି ପର୍ବ ଭାରତର ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ଦିନରେ ପାଳନ କରାଯାଏ ।

ଭାରତର ଅଧିକାଂଶ ରାଜ୍ୟରେ ଚୈତ୍ର ପୂର୍ଣ୍ଣମୀରେ କିମ୍ବା ବୈଶାଖ ମାସରେ ଏହି ପର୍ବ ପାଳନ କରାଯାଏ । ମନ୍ଦ ବିରୁଦ୍ଧରେ ବିଜୟ ହାସଲ କରିବା ଏବଂ ସୁରକ୍ଷା ଦେବାର କ୍ଷମତା ସହିତ ହନୁମାନଙ୍କୁ ଦେବତା ଭାବରେ ପୂଜା କରାଯାଏ । ଏହି ଅବସରରେ ବଜରଙ୍ଗ ଦଳ ଗମ୍ଭାରୀ ପକ୍ଷରୁ ସର୍ବ ସାଧାରଣଙ୍କ ପାଇଁ ଶୀତଳ ପଣା ଓ ପ୍ରସାଦ ଘାଦ ସେବନ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ଏହି କାର୍ଯ୍ୟକ୍ରମରେ ସହସ୍ରାକ ଜନସାଧାରଣ ତଥା ଭକ୍ତିଗଣ ପଣା ଏବଂ ପ୍ରସାଦ ସେବନ କରି ଆନନ୍ଦ ଉଲ୍ଲାସ କରିଥିଲେ ।

Exit mobile version