ଜଟଣୀ ସୁରକ୍ଷାମଞ୍ଚକୁ ‘ଜୀବନବନ୍ଧୁ’ ସମ୍ମାନ

ଖୋରଧା-ଜଟଣୀ (ଓଡ଼ିଶା ତାଜା ନ୍ୟୂଜ୍) (ନିପ୍ର ) :- ଜୟ ଜଗନ୍ନାଥ ଆକ୍ସିଡେଣ୍ଟାଲ୍ ହେଲ୍ପ ୟୁନିଟ୍, ଭୁବନେଶ୍ୱର ତରଫରୁ ସୁରକ୍ଷା ମଞ୍ଚ,ଜଟଣୀକୁ “ଜୀବନ ବନ୍ଧୁ” ସମ୍ମାନରେ ସମ୍ମାନିତ କରାଯାଇଛି।

ଏହି କାର୍ଯ୍ୟକ୍ରମରେ ସୁରକ୍ଷା ମଞ୍ଚ,ଜଟଣୀ ତରଫରୁ ସମ୍ପାଦକ ଶ୍ରୀ ଚିତ୍ତ ରଞ୍ଜନ ପ୍ରଧାନ ଙ୍କ ସହ ନୀଳାମ୍ବର ମିଶ୍ର, ସୁରେଶ ବେହେରା,ପ୍ରୀତମ କୁମାର ମିଶ୍ର, ହୃଷୀକେଶ ସେଠୀ ପ୍ରମୁଖ ଉପସ୍ଥିତ ରହି ସମ୍ମାନ ପତ୍ର ଗ୍ରହଣ କରିଥିଲେ ।

Exit mobile version