ଓଡିଶା ଜନତା କଂଗ୍ରେସ ପାର୍ଟିର ମହାସମାବେଶ ଓ ଶୁଭାରମ୍ଭ କାର୍ଯ୍ୟକ୍ରମ କୁ ନେଇ ସାମ୍ବାଦିକ ସମ୍ମିଳନୀ ଓ ପ୍ରସ୍ତୁତି ବୈଠକ

କଣ୍ଟାବାଞ୍ଜି (ଓଡ଼ିଶା ତାଜା ନ୍ୟୂଜ୍) (ନିପ୍ର ) :-  ଆସନ୍ତା ଏପ୍ରିଲ ୧୫ ଭୁବନେଶ୍ବର ଚାଳ ତାରିଖ ଦିନ ରାଜଧାନୀ ଭୁବନେଶ୍ବର ପ୍ରଦର୍ଶନୀ ପଡିଆରେ ଓଡିଶା ଜନତା କଂଗ୍ରେସ ପାର୍ଟିର ମହାସମାବେଶ ଓ ଶୁଭାରମ୍ଭ କାର୍ଯ୍ୟକ୍ରମ କୁ ନେଇ ଆଜି କଣ୍ଟାବାଞ୍ଜି ଡାକ ବଙ୍ଗଳା ଠାରେ ଏକ ସାମ୍ବାଦିକ ସମ୍ମିଳନୀ ଓ ଏହି କାର୍ଯ୍ୟକ୍ରମର ସଫଳ ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା ।

ଏହି ସାମ୍ବାଦିକ ସମ୍ମିଳନୀ ତଥା ପ୍ରସ୍ତୁତି YA51 2026 17-44 ବୈଠକ ବଲାଙ୍ଗିର ଜିଲ୍ଲା ସଂଯୋଜକ ରୁପେଶ ବେହେରା ଙ୍କ ସଭାପତିତ୍ଵ ରେ ଆୟୋଜନ କରାଯାଇଥିଲା । ଶ୍ରୀ ବେହେରା ସୂଚନା ଦେଇଛନ୍ତି ଯେ ଆସନ୍ତା ଏପ୍ରିଲ ୧୫ ତାରିଖ ଦିନ ରାଜଧାନୀ ଭୁବନେଶ୍ବର ପ୍ରଦର୍ଶନୀ ପଡିଆରେ ଓଡିଶା ଜନତା କଂଗ୍ରେସ ପାର୍ଟିର ମହାସମାବେଶରେ ବଲାଙ୍ଗିର ଜିଲ୍ଲା ତଥା ଓଡ଼ିଶାର ସହର ଓ ଗ୍ରାମ୍ୟ ରୁ ହଜାର ହଜାର ସଂଖ୍ୟାରେ ଲୋକେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।

ଓଡିଶା ଜନତା କଂଗ୍ରେସ ପାର୍ଟିର ରାଜ୍ୟ ସଭାପତି ମହମ୍ମଦ ମୋକିମ୍ ଙ୍କ ତତ୍ତ୍ବାବଧାନରେ ଓଡ଼ିଶାର ନୂତନ ପରିବର୍ତ୍ତନ ପାଇଁ ଏହା ଏକ ପ୍ରାରମ୍ଭ ବୋଲି ଶ୍ରୀ ବେହେରା କହିଛନ୍ତି । ଏହି କାର୍ଯ୍ୟକ୍ରମ ରେ ପ୍ରେସ ମିଡ଼ିଆ ପ୍ରତିନିଧିଙ୍କ ସହ ଅରୁଣ କୁମାର ତାଣ୍ଡି,ଗୁପ୍ତେଶ୍ବର ବେହେରା,ତିଳ ଚିରାଙ୍ଗୁନ, ଅମର ଭରାସଗ୍ରିଆ, ହିମାଂଶୁ ପୁଟେଲ,ସରୋଜ ବାରିକ,ଶ୍ରୀକାନ୍ତ ସାହୁ,ମୁକେଶ ସାହୁ,ମିନିକେତନ୍ ନିଆଲ୍, କାହ୍ନାବେହେରା,ତୁଲେଶ୍ବର୍ ପୁଟେଲ୍ ପ୍ରମୁଖ ଯୋଗ ଦେଇଥିଲେ ।

Exit mobile version