ଇନ୍ଦିରା ଗାନ୍ଧୀ ମହିଳା ଡିଗ୍ରୀ ମହାବିଦ୍ୟାଳୟରେ ‘ଓଡ଼ିଆ ପକ୍ଷ’ ପାଳନ

କୋରାଇ (ଓଡ଼ିଶା ତାଜା ନ୍ୟୂଜ୍) (ନିପ୍ର ) :- ରାଜ୍ୟ ସରକାର ଓ ଉଚ୍ଚ ଶିକ୍ଷା ବିଭାଗ ନିର୍ଦେଶାନୁଯାୟୀ ବ୍ୟାସନଗର ସ୍ଥିତ ଇନ୍ଦିରା ଗାନ୍ଧୀ ମହିଳା ଡ଼ିଗ୍ରୀ ମହାବିଦ୍ୟାଳୟର ଓଡ଼ିଆ ସମ୍ମାନ ବିଭାଗ ଆନୁକୂଲ୍ୟରେ ଓଡ଼ିଆ ପକ୍ଷ’ ଶନିବାର ପାଳନ କରାଯାଇଛି । ଏହି ଅବସରରେ ଓଡିଆ ଭାଷା ଓ ସାହିତ୍ୟକୁ ନେଇ ‘ସେବାର ପ୍ରତୀକ ଗୋପବନ୍ଧୁ’ଙ୍କ ଉପରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା ।

 

ଡ଼ିଗ୍ରୀ ମହାବିଦ୍ୟାଳୟର ଅଧ୍ୟକ୍ଷ ରତ୍ନାକର ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଆଲୋଚନା ଚକ୍ରରେ ମୁଖ୍ୟଅତିଥିଭାବେ ଇନ୍ଦିରା ଗାନ୍ଧୀ ମହିଳା ଉଚ୍ଚମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷା ଲଳିତା ସାହୁ ଯୋଗଦେଇ ଥିଲେ । ମୁଖ୍ୟବକ୍ତା ଭାବେ ବ୍ୟାସନଗର ସ୍ଵଂୟ ଶାସିତ ମହାବିଦ୍ୟାଳୟ ପୂର୍ବତନ ଅଧ୍ୟକ୍ଷ ଶିବଚରଣ ମାଝୀ ଯୋଗଦେଇ ଦୀନ, ଦୁଃଖୀ ତଥା ଦରିଦ୍ରର ବନ୍ଧୁ ଗୋପବନ୍ଧୁଙ୍କ ସେବା, ତ୍ୟାଗ ଓ ସାହିତ୍ୟକୃତି ଉପରେ ବିଶଦ୍ ଭାବେ ଆଲୋଚନା କରିଥିଲେ ।

ସମ୍ମାନତି ଅତିଥିଭାବେ ଓଡ଼ିଆ ବିଭାଗର ମୁଖ୍ୟ ଅଧ୍ୟାପକ ମଳୟ କୁମାର ମଲ୍ଲିକ, ଇଂରାଜୀ ଭାଷା ସାହିତ୍ୟର ଅଧ୍ୟାପକ ସୁବାସ ଚନ୍ଦ୍ର ସ୍ବାଇଁ ଓ ଓଡ଼ିଆ ଭାଷା ସାହିତ୍ୟର ଅଧ୍ୟାପିକା ଝୁନୁମଣି ଜେନା ପ୍ରମୁଖ ଯୋଗ ଦେଇ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜୀବନ ବ୍ୟାପୀ ସେବା ସଂପର୍କିତ ଆଲୋଚନା କରିଥିଲେ । ପ୍ରାରମ୍ଭରେ ଛାତ୍ରୀ ସୁବର୍ଣ୍ଣା ସାହୁ ଓ ଅଭାଜ୍ୟୋତି ମଲିକ ସ୍ଵାଗତ ସଂଗୀତ ଗାନ କରିଥିଲା ବେଳେ ତୁଳସୀ ସାମଲ ଅତିଥି ପରିଚୟ ପ୍ରଦାନ କରିଥିଲେ ।

ଏ ଅବସରରେ ଛାତ୍ରୀ ସୋନାଲି ରଣା, ହରପ୍ରିୟା ଦଳେଇ, ସ୍ମୃତି ସାରିକା ଜେନା, ଝିଲ୍ଲିମୟୀ ବିଶ୍ବାଳ, ପାର୍ବତୀ ତାପେ, ଲଳିତା ମୁର୍ମୁ, ତୁଳସୀ ସାମଲ, ସୁବର୍ଣ୍ଣା ସାହୁ ମୃଣ୍ମୟୀ ତରାଇ, ଶୁଭଲକ୍ଷ୍ମୀ ପାତ୍ର, ମାନିନୀ ବେହେରା, କମଳା ସାହୁ, ପ୍ରିତିରୂପା ସାହୁ, ଶୁଭସ୍ମିତା ନାୟକ, ସିଲିଆପ୍ରିୟଦର୍ଶିନୀ ସ୍ବାଇଁ, ମଧୁସ୍ମିତା ସାହୁ, ମଧୁସ୍ମିତା ପଣ୍ଡା, ପ୍ରମୁଖ ଛାତ୍ରୀମାନେ ‘ସେବାର ପ୍ରତୀକ ଗୋପବନ୍ଧୁ’ଙ୍କ ଉପରେ ଲେଖି ଥ‌ିବା ସନ୍ଧର୍ଭ ପାଠ କରିଥିଲେ । ଏହି ଅବସରରେ ଲବ୍ଧ ପ୍ରତିଷ୍ଠିତ ସାହିତ୍ୟିକଙ୍କ ପୁସ୍ତକ ଛାତ୍ରୀ ସମୂହ କ୍ରୟକରିଥିଲେ ।

କାର୍ଯ୍ୟକ୍ରମକୁ ଲିପିକା ରଣା, ମୋନାଲିସା ମଲିକ, ପ୍ରଭାସିନୀ ପତି, ସାଗରିକା ଜେନା, ଲିଜା ବିଶ୍ବାଳ, ମମତା ମଲ୍ଲିକ, ମୋନାଲିସ ତରେଇ, ବାସନ୍ତୀ ମଣ୍ଡଳ, ଚିନ୍ମୟୀ ମଲିକ, ଭୂମିକାରାଣୀ ଦାସ, ଲିଜାରାଣୀ ସାହୁ, ନିବେଦିତା ସ୍ଵାଇଁ, ସସ୍ମିତା ସୁଙ୍ଗୁରାଇ, ସିନା ମାଝୀ, ସ୍ମୃତିରେଖା ଦଳେଇ ସ୍ଵାଗତିକା ପ୍ରଧାନ, ବର୍ଷାରାଣୀ ପଣ୍ଡା, ପାନ ହଂସଦା, ନିବେଦିତା ସ୍ୱାଇଁ ପ୍ରମୁଖ ତିନି ଶ୍ରେଣୀର ଛାତ୍ରୀ ଓ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ/ଅଧ୍ୟାପିକା, କର୍ମଚାରି ପରିଚାଳନାରେ ସହଯୋଗ କରିଥିଲେ । ଶେଷରେ ଛାତ୍ରୀ ସ୍ମୃତିସାରିକା ଜେନା ଧନ୍ୟବାଦ ଦେଇଥିଲେ ।

Exit mobile version