ଧ୍ୟାନକୁଦ ପୀଠରେ ‘ମା’ ସାରଳାଙ୍କ ଘଣ୍ଟ

ଜଗତସିଂହପୁର ( ଓଡିଶା ତାଜା ନ୍ୟୁଜ ) ନି. ପ୍ର :- ମା ସାରଳାଙ୍କ ଘଣ୍ଟ ସହ ମା ଙ୍କ ଚଳନ୍ତି ପ୍ରତିମା ଘଟ କୁ ଘଣ୍ଟ ପାଟୁଆମାନେ ରବିବାର ମହାପୁରୁଷ ପଞ୍ଚସଖା ଙ୍କ ପୀଠ ଧ୍ୟାନକୁଦ ଠାରେ ଧରି ପହଂଚି ଥିଲେ l ସେଠାରେ ପିଠାଧୀସ ବାବା ଅରକ୍ଷିତ ଦାସ ପୂଜା ଅର୍ଚନା କରିଥିଲେ l ବାବା କହିଲେ ମା ସାରଳା ହେଉଛନ୍ତି ପରମ ବୈଷ୍ଣବି ଆଦ୍ୟା ଶକ୍ତି ମା ଜଗତ ଜନନୀ l ସେ ମହାଲଷ୍ମୀ, ସରସ୍ବତୀ, ମହାକାଳୀ ରୂପରେ ମଧ୍ୟ ପୂଜିତ ହୁଅନ୍ତି l

ଏହି ସମୟରେ ଯିଏ ମା ଙ୍କୁ ଭକ୍ତି ନୈବେଦ୍ୟ ଅର୍ପଣ କରେ ସେ ଆଶାନୁରୂପକ ଫଳ ପାଏ l ମହାପୁରୁଷ ଅଚୁତାନନ୍ଦ ସେହି ମା ସାରଳାଙ୍କ ଆଶ୍ରିବାଦ ଲାଭକରି 1541 ଖ୍ରୀଷ୍ଟାବ୍ଦ ରେ ମା ସାରଳାଙ୍କ ପୀଠରୁହି ପ୍ରଥମ ରାସ ଆରମ୍ଭ କରିଥିଲେ ମା ଙ୍କ କୃପା ପାଇ ଧ୍ୟାନକୁଦ ପୀଠରେ ଯୋଗ ସାଧନା ଓ ଧ୍ୟାନ ମଗ୍ନ ହୋଇଥିଲେ l ଆଜି ସେହି ପୀଠ ପଞ୍ଚ ସଖାଙ୍କ ଧ୍ୟାନ ପୀଠ ଭାବେ ପ୍ରସିଦ୍ଧ ଲାଭ କରିଛି ବୋଲି ବାବା ଦାସ କହିଥିଲେ l

Exit mobile version