ଆଷାଢ଼ ସାହିତ୍ୟ ସଂସଦ ର ବିଷୁବ ଆସର 

ଜଗତସିଂହପୁର  (ଓଡ଼ିଶା ତାଜା ନ୍ୟୂଜ୍) (ନିପ୍ର ) :- ଓଡ଼ିଆ ମାନଙ୍କର ନୂଆ ବର୍ଷ ଭାବେ ବିଷୁବ ସଂକ୍ରାନ୍ତି କୁ ପ୍ରତିଟି ଘରେ ଘରେ ପାଳନ କରନ୍ତି l ଆଗକୁ ପ୍ରଚଣ୍ଡ ଖରା ଦାଉରୁ ନିଜକୁ ସୁରକ୍ଷିତ ରଖିବା ପାଇଁ ସଂକ୍ରାନ୍ତି ଦିନଠାରୁ ପଣା ପାଣି ର ମଧ୍ୟ ବ୍ୟବସ୍ତା କରାଯାଇଛି l ଏହି ଦିନଟିକୁ କବି ଓ ସାହିତ୍ୟିକ ମାନେ ପାଳନକରି ସମାଜକୁ ସେହିବାର୍ତ୍ତା ପ୍ରଦାନ କରିଥାନ୍ତି l

ଯାହା ଅଂଶୁ ଘାତରୁ ମଣିଷ ରକ୍ଷା ପାଇଥାଏ ବୋଲି ରବିବାର ଦଳାଇଘାଇ ସ୍ଥିତ ଆଷାଢ଼ ସାହିତ୍ୟିକ ସଂସଦର ବାର୍ଷିକ ଉଚ୍ଛବରେ ବକ୍ତାମାନେ ମତ୍ତ ଦେଇଛନ୍ତି l ମହାପୁରୁଷ ପଞ୍ଚସଖା ଙ୍କ ଧ୍ୟାନପୀଠ ଧ୍ୟାନକୁଦ ପୀଠରେ ଆୟୋଜିତ ସଭାରେ ସଭାପତିତ୍ୱ କରିଥିଲେ ଗୀତିକବି ବାମଦେବ ସ୍ୱାଇଁ l ଉଦ୍ଘାଟନ କରିଥିଲେ ବାବା ଅରକ୍ଷିତ ଦାସ ମହାରାଜ l

ଵରେଣ୍ୟ ଅତିଥିତି ଭାବେ ଉତ୍କଳ ସାହିତ୍ୟ ସମାଜର ବ୍ରହ୍ମl ନନ୍ଦ ବିଶ୍ୱାଳ, ଗୀତିକବି ବାବାଜୀ ଚରଣ ଜେନା, ଡ଼ଃ ବସୁମତୀ ଶତପଥୀ, କବି ଶ୍ରୀଗୋବିନ୍ଦ ଓ ଡା କମଳାକାନ୍ତ ନାୟକ ଯୋଗ ଦେଇ ଉପରୋକ୍ତ ମତ୍ତ ଦେଇଥିଲେ l ସଂସଦର ସଭାପତି କବି ପିତାମ୍ବର ମହାପାତ୍ର ଅତିଥିତି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ l ପଣ୍ଡିତ ଗୁରୁ ପ୍ରଦାଦ ରଥ ବେଦପାଠ କରିଥିଲେ l

ମନୋରଞ୍ଜନ ଦାଶ ଙ୍କ ସଭାପତିତ୍ୱରେ କବିତା ପାଠୋଶ୍ଚବ କୁ ସଂଯୋଜନା କରିଥିଲେ ଚାରୁଲତା ଦାଶ, କାମିନୀବାଳା ବିରା ଓ ସନ୍ତୋଷ ସାହୁ l ଏହି ଅବସରରେ ସଂସଦ ପକ୍ଷରୁ କବି ଶ୍ରୀ ଗୋବିନ୍ଦ ଙ୍କୁ ବିଷୁବ ସମ୍ମାନ, ଚୈତନ୍ୟ ରାଉତ ଓ ଗୀତାଞ୍ଜଳି ପୃଷ୍ଟିଙ୍କୁ ଆଷାଢ଼ ଦମ୍ପତି ସମ୍ମାନ, ସଂହିତା ଜେନା ଙ୍କୁ ରାଧାରାଣୀ ପରିଜା ଶିଶୁସାହିତ୍ୟ ସମ୍ମାନ, ଅକ୍ଷୟ କୁମାର ଦାସ ଓ ଦିଲ୍ଲୀପ ମହାପାତ୍ର, ଦୀପକ କୁମାର ପଶାୟତ, ଓ ଦେବାଶିଷ ମହାନ୍ତିଙ୍କୁ ବିଜୁସମ୍ମାନ ପ୍ରଦାନ କରାଯାଇଥିଲା l ଉଚ୍ଛବକୁ ସଂଚାଳନା କରିଥିଲେ ସୌମେନ୍ଦ୍ର ମହାପାତ୍ର ଓ ଅଭିଷେକ ସନ୍ଦେଶ ମହାପାତ୍ର l ସମ୍ପାଦିକା କୁନ୍ତଳା ମହାପାତ୍ର ସମ୍ପଫକୀୟ ବିବରଣୀ ପାଠ କରିଥିଲେ l ଶେଷରେ ଧନ୍ୟବାଦ ଦେଇଥିଲେ ଉମାକାନ୍ତ ରଥ l

Exit mobile version