Home ଓଡ଼ିଶା ରଣପୁରରେ ଭୟାବହ ଅଗ୍ନିକାଣ୍ଡ : ଗ୍ୟାସ ସିଲିଣ୍ଡର ଲିକେଜ୍ରୁ ୪ ଗୁରୁତର, ୨ ଆହତ by Proprietor Abhimanyu Maharana 5 months ago Share on FacebookShare on TwitterWhatsapp ରଣପୁର (ଓଡ଼ିଶା ତାଜା ନ୍ୟୂଜ୍) (ନିପ୍ର ) :- ନୟାଗଡ଼ ଜିଲ୍ଲାର ରଣପୁର ଏନଏସି ଅନ୍ତର୍ଗତ ଦାଣ୍ଡ ସାହିରେ ଗ୍ୟାସ ସିଲିଣ୍ଡର ଲିକେଜ୍ରୁ ଘଟିଥିବା ଭୟାବହ ଅଗ୍ନିକାଣ୍ଡରେ ଏକ ପରିବାରର ୬ ଜଣ ଆହତ ହୋଇଛନ୍ତି, ଯାହାମଧ୍ୟରୁ ୪ ଜଣଙ୍କ ଅବସ୍ଥା ଅତ୍ୟନ୍ତ ଗୁରୁତର ଅଟେ । ସୂଚନାନୁସାରେ, ଅବସରପ୍ରାପ୍ତ ସେନା କର୍ମଚାରୀ ଏବଂ ପୂର୍ବତନ ବିଜେପି ବ୍ଲକ ସଭାପତି ସନ୍ତୋଷ ପ୍ରହରାଜଙ୍କ ଘରେ ରୋଷେଇ ସମୟରେ ଗ୍ୟାସ ସିଲିଣ୍ଡରରୁ ଲିକେଜ୍ ହୋଇ ବିସ୍ଫୋରଣ ସଦୃଶ ଅଗ୍ନିକାଣ୍ଡ ଘଟିଥିଲା। ଫଳରେ ରୋଷେଇ କରୁଥିବା ଗୀତାରାଣୀ ମହାନ୍ତି ଙ୍କ ଠାରେ ଲାଗିଥିବା ନିଆଁ କୁ ଆୟତ୍ତ କରିବାକୁ ଯାଇ ଜ୍ବାଇଁ ମଣ୍ଟୁ ପ୍ରହରାଜ ତାଙ୍କ ପତ୍ନୀ ବିଜୟଲକ୍ଷ୍ମୀ ମହାନ୍ତି , ଶାଳୀ ମୁକ୍ତାଶ୍ରୀ ମହାନ୍ତି ଙ୍କ ସମେତ ସନ୍ତୋଷ ପ୍ରହରାଜ ଓ ଆଇଁଠୁ ବାରିକ ପ୍ରମୁଖ ଗୁରୁତର ଆହତ ହୋଇଛନ୍ତି । ଘଟଣା ସମ୍ପର୍କରେ ଖବର ପାଇ ସ୍ଥାନୀୟ ଲୋକେ ତୁରନ୍ତ ଉଦ୍ଧାର କାର୍ଯ୍ୟରେ ଲାଗି ପଡ଼ିଥିଲେ । ପରେ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ନିୟନ୍ତ୍ରଣ କରିଥିଲେ । ପୋଲିସ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ଆହତ ମାନଙ୍କୁ ତୁରନ୍ତ ଚିକିତ୍ସା ପାଇଁ ରଣପୁର ଡାକ୍ତରଖାନାକୁ ପଠାଇଥିଲେ । ପ୍ରଥମେ ସମସ୍ତଙ୍କୁ ରଣପୁର ମେଡିକାଲରେ ଭର୍ତ୍ତି କରାଯାଇଥିଲା ପରେ ଗୁରୁତର ଅବସ୍ଥାରେ ସମସ୍ତଙ୍କୁ ପରବର୍ତ୍ତୀ ଚିକିତ୍ସା ପାଇଁ ଭୁବନେଶ୍ୱର ଏମ୍ସ୍କୁ ସ୍ଥାନାନ୍ତର କରାଯାଇଛି । ଏହି ଘଟଣା ପୁନର୍ବାର ଆପତ୍କାଳୀନ ସ୍ୱାସ୍ଥ୍ୟ ସେବାର ଦୁରବସ୍ଥାକୁ ପ୍ରକାଶ କରିଛି ।ରଣପୁର ଡାକ୍ତରଖାନାରେ ଆମ୍ବୁଲାନ୍ସ ସୁବିଧା ନଥିବାରୁ ଗୁରୁତର ଆହତମାନଙ୍କୁ ବେସରକାରୀ ଆମ୍ବୁଲାନ୍ସରେ ନେଇଯିବାକୁ ପଡ଼ିଥିଲା, ଯାହାକୁ ନେଇ ସ୍ଥାନୀୟ ଲୋକମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଏହା ପ୍ରଶାସନର ଗୁରୁତର ଅବହେଳାକୁ ସ୍ପଷ୍ଟ କରିଥିବା ସହ ସ୍ୱାସ୍ଥ୍ୟ ସେବା ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇଛି । ଏହିଭଳି ଭୟାବହ ଘଟଣା ପ୍ରଶାସନ ପାଇଁ ଏକ ଚେତାବନୀସୂଚକ ପ୍ରତୀତ ହେଉଛି । Categories: ଓଡ଼ିଶା, ନୟାଗଡ଼ ନିଉଜ୍, ମହାନଗର, ହୋମ୍ Related Content Bajaj Finance Empowers Rural Odisha with Financial Literacy and Cyber Fraud Awareness by Proprietor Abhimanyu Maharana September 22, 2026 Karishma from Odisha AM/NS India Gymanstics High Performance Centre wins silver at Pharaohs Cup 2026 by Proprietor Abhimanyu Maharana September 22, 2026 ଫାରୋସ୍ କପ୍ ୨୦୨୬ ରେ ଓଡ଼ିଶା ଏଏମ୍/ଏନ୍ଏସ୍ ଇଣ୍ଡିଆ ଜିମ୍ନାଷ୍ଟିକ୍ସ ହାଇ ପରଫର୍ମାନ୍ସ ସେଣ୍ଟର ଆଥଲେଟ୍ କରିଶ୍ମାଙ୍କ ରୌପ୍ୟ ପଦକ ହାସଲ by Proprietor Abhimanyu Maharana September 22, 2026 Odisha Assembly Witness Tense Scenes Over MMDR Act and Textbook Blunders; BJP Slams Opposition Walkout Naveen Patnaik left Assembly by Proprietor Abhimanyu Maharana September 22, 2026 ବିଧାନସଭା ମୌସୁମୀ ଅଧିବେଶନ ଆରମ୍ଭ : ଶୋକ ପ୍ରସ୍ତାବ ଆଗତ by Proprietor Abhimanyu Maharana September 22, 2026 Nandan Dwibedi receives Yuva Bharati Samman by Proprietor Abhimanyu Maharana September 22, 2026