ଜିଲ୍ଲାପାଳଙ୍କୁ ଭେଟିଲେ ଓକିଲ ସଂଘର ସଭାପତି ଓ ସମ୍ପାଦକ

କେନ୍ଦ୍ରାପଡ଼ା (ଓଡ଼ିଶା ତାଜା ନ୍ୟୁଜ୍) :- କେନ୍ଦ୍ରାପଡା ଜିଲ୍ଲା ଓକିଲ ସଂଘର କର୍ମ କର୍ତା ନିର୍ବାଚନ ପରେ ନବ ନିର୍ବାଚିତ ହୋଇଥିବା ଓକିଲ ସଂଘର ଜିଲ୍ଲା ସଭାପତି ରବି ନାରାୟଣ ମହାନ୍ତି, ସମ୍ପାଦକ ନିହାର ରଞ୍ଜନ ମହାପାତ୍ର, ଉପସଭାପତି ନୃସିଂହ ଚରଣ ରାଉତ,

ଜିଲ୍ଲାପାଳ ରଘୁ ରାମ୍ ଆର୍ ଆଇ ଆରଙ୍କୁ ଭେଟି ସମ୍ବଦ୍ଧନା ଜଣାଇବା ସହ ଓକିଲ ସଂଘର ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ । ଏହି ଆଲୋଚନା ସମୟରେ ବରିଷ୍ଠ ଆଇନ୍‌ଜିବୀ ହରି ପ୍ରସାଦ କର, ପ୍ରାର୍ଥ ଚକ୍ରବର୍ତୀ, ମମତାମୟୀ ସାମଲ, ରମାକାନ୍ତ କାନୁନ୍‌ଗୋ, ନିରଞ୍ଜନ ବଳ ପ୍ରମୁଖ ଉପସ୍ଥିତ ଥିଲେ ।

Exit mobile version