ଓଡିଶାର ଭେଷଜ ଗବେଷଣା ଓ ସ୍ଵାସ୍ଥ୍ୟ ସେବା ପ୍ରତିଷ୍ଠାନ (ଓମ୍ରା) ର ବାର୍ଷିକ ଉତ୍ସବ

କଟକ (ଓଡ଼ିଶା ତାଜା ନ୍ୟୂଜ୍) (ନିପ୍ର ) :- ଅପରାହ୍ନରେ ରାଜ୍ୟସ୍ତରୀୟ ସ୍ବାସ୍ଥ୍ୟ ସେବା ଅନୁଷ୍ଠାନ ଓମ୍ରାର ବାର୍ଷିକ ଉତ୍ସବ ଚିତ୍ତରଞ୍ଜନ ସେବା ସଦନ ନିଆଳି ଠାରେ ପାଳିତ ହୋଇଯାଇଛି। ଓମ୍ରାର ସଭାପତି ଡାକ୍ତର ଚିତ୍ତରଞ୍ଜନ ମିଶ୍ର ଙ୍କ ସଭାପତିତ୍ ରେ ଅନୁଷ୍ଠିତ ସାଧାରଣ ସଭା ରେ ସମ୍ମାନୀତ ଅତିଥି ଭାବରେ ପ୍ରଫେସର. ଡାକ୍ତର ନିରଞ୍ଜନ ରାଉତ, ପ୍ରଫେସର ପୂର୍ଣ୍ଣଚନ୍ଦ୍ର ମଲ୍ଲିକ, ବରିଷ୍ଠ ସାମ୍ବାଦିକ ତଥା ସମ୍ପାଦକ ଗୁରୁକଲ୍ୟାଣ ମହାପାତ୍ର ,

ବରିଷ୍ଠ ସାମ୍ବାଦିକ ନିରଞ୍ଜନ ସ୍ୱାଇଁ , ଆଡଭୋକେଟ ମନ୍ଦାକିନୀ ଜେମା ,ନିବେଦିତା ମହାନ୍ତି ଯୋଗ ଦେଇଥିଲେ। ଅତିଥି ମାନଙ୍କୁ ସ୍ଵାଗତ କରିବା ସହ ପରିଚୟ ଓ ଅନୁଷ୍ଠାନ ସମ୍ପର୍କ ରେ ଡାଃ ମିଶ୍ର ପ୍ରାରମ୍ଭ ରେ ସୂଚନା ଦେଇଥିଲେ। ସମ୍ପାଦିକା ନଳିନୀ ପ୍ରଭା ମିଶ୍ର ବିବରଣୀ ପାଠ କରିଥିଲେ। ଏଥିରେ ଓମ୍ରା ସମ୍ପର୍କିତ ଫଟୋ ଓ ଭିଡ଼ିଓ ପ୍ରଦର୍ଶନ କରାଯାଇଥିଲା।

ନିଆଳି ଓ କଣ୍ଟାପଡ଼ା ବ୍ଲକ ରେ ନିକଟରେ ଆରମ୍ଭ କରାଯାଇଥିବା ଟିଆଈ ପ୍ରୋଜେକ୍ଟ ସମ୍ପର୍କ ରେ ଓମ୍ରା ର ସଂଚାଳକ ଗଣେଶ ଚନ୍ଦ୍ର ଦାଶ ସୂଚନା ଦେଇଥିଲେ । ଶେଷରେ ଓମ୍ରା ର ଅବିନାଶ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ । ଚିତ୍ତରଞ୍ଜନ ସେବା ସଦନ ର ମୁଖ୍ୟ କାର୍ଯ୍ଯ ନିର୍ବାହୀ ଅଧିକାରୀ ପ୍ରଫେସର ସୌମ୍ୟରଞ୍ଜନ ମିଶ୍ର ଓ ସମସ୍ତ କର୍ମଚାରୀ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ । ଉକ୍ତ ସଭା ରେ ବିଭିନ୍ନ ସ୍ବାସ୍ଥ୍ୟ ସେବା ଅନୁଷ୍ଠାନ ର କର୍ମକର୍ତ୍ତା, ସାମ୍ବାଦିକ, ଶିକ୍ଷାବିତ, ସମାଜସେବୀ ତଥା ଓମ୍ରା ର କର୍ମଚାରୀ ମାନେ ଯୋଗ ଦେଇ ଥିଲେ ।

Exit mobile version