ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ଆର , ଉଦୟଗିରି (ଓଡ଼ିଶା ତାଜା ନ୍ୟୂଜ୍) (ନିପ୍ର ) :- ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା କରି ଭାଜପା ସମର୍ଥିତ ପ୍ରାର୍ଥୀ ଦିଲୀପ ରାୟଙ୍କୁ ସମର୍ଥନ କରିଥିଲେ। ଫଳରେ ରାଜ୍ୟ ରାଜନୀତି ସହ ଗଜପତି ଜିଲା ରାଜନୀତି ସରଗରମ ହୋଇଥିଲା। ଏପରିକି ଜିଲାରେ ଗୋଟିଏ ବିଧାୟକ ବିରୋଧୀ ଗୋଷ୍ଠୀ ଓ ସମର୍ଥିତ ଗୋଷ୍ଠୀ ବାହାରିଥିଲେ। ବିରୋଧୀ ଗୋଷ୍ଠୀ ବିଧାୟକଙ୍କୁ ବିରୋଧ ପ୍ରଦର୍ଶନ କରିବା ସହ କୁଶ ପୁତ୍ତଳିକା ଦାହ କରିଥିଲେ।

ବିଧାୟକ ସମର୍ଥନ ଗୋଷ୍ଠୀ ବାଇକ୍‌ ଶୋଭାଯାତ୍ରା କରି ବିଧାୟକଙ୍କ ନିଲମ୍ବନ ପ୍ରତ୍ୟାହାର ପାଇଁ ଦାବି କରିଥିଲେ। ଅନ୍ୟପଟେ ତୃଣମୂଳ ସ୍ତରରେ ଜିଲା ପର୍ଯ୍ୟବେକ୍ଷକ ଦାୟିତ୍ୱରେ ଥିବା ଗୁଣୁପୁର ବିଧାୟକ ସତ୍ୟଜିତ ଗମାଙ୍ଗ ଜିଲାର ସବୁ ବ୍ଲକକୁ ଯାଇ ବରିଷ୍ଠ କଂଗ୍ରେସ କାର୍ଯ୍ୟକର୍ତ୍ତା ଓ କର୍ମୀଙ୍କ ସହ ଆଲୋଚନା କରିଥିଲେ। ଆଲୋଚନା ପରେ ଜିଲା ସଭାପତି ଦାୟିତ୍ୱରୁ ବିଧାୟକ ଦାଶରଥି ଗମାଙ୍ଗଙ୍କୁ ହଟାଇ ନୂତନ ଭାବେ ଶଙ୍କର ପ୍ରଧାନଙ୍କୁ ଦାୟିତ୍ୱ ଦେଇଥିଲେ। ମଙ୍ଗଳବାର ରାଜ୍ୟସଭା ନିର୍ବାଚନରେ କଂଗ୍ରେସରୁ ନିଲମ୍ବିତ ହେବା ପରେ ପ୍ରଥମ କରି ବିଧାୟକ ମୋହନା ଆସିଛନ୍ତି। ସେ ବଷ୍ରିଷ୍ଠ କଂଗ୍ରେସ କର୍ମକର୍ତ୍ତା ଓ କର୍ମୀଙ୍କ ସହ ଦୀର୍ଘ ସମୟ ଧରି ଆଲୋଚନା କରିଥିଲେ।

Exit mobile version