ପୁରୀ (ଓଡ଼ିଶା ତାଜା ନ୍ୟୂଜ୍) (ନିପ୍ର ) :- ପୁରୀ ସହର ଓ ସଦରବାସୀଙ୍କ ପୂର୍ବପରି ଶ୍ରୀମନ୍ଦିର ପ୍ରବେଶ ଓ ଦର୍ଶନ ଅଧିକାର ପାଇଁ ସଚେତନତା ପଦଯାତ୍ରାର ଦଶମ ଦିନରେ ପହଞ୍ଚିଛି l ଏହା ଅଧିକ ଭାବନାପୂର୍ଣ୍ଣ ଓ ଏକତାମୟ ଚିତ୍ର ପ୍ରଦର୍ଶନ କରିଥିଲା । ପୁରୀ ସହର ଓ ସଦରବାସୀଙ୍କ ଆସ୍ଥା ଓ ଅଧିକାରର ସ୍ୱରକୁ ନେଇ ଚାଲିଥିବା ସଚେତନତା ପଦଯାତ୍ରା ଦଶମ ଦିନରେ ବଳଗଣ୍ଡି ସ୍ଥିତ ଭକ୍ତ ସାଲବେଗ ପୀଠରୁ ଆରମ୍ଭ ହୋଇଥିବା ଏହି ପଦଯାତ୍ରା ଶ୍ରୀମନ୍ଦିର ପରିସର ନିକଟରେ ସମାପ୍ତ ହୋଇଥିଲା ।
