ପୁରୀ (ଓଡ଼ିଶା ତାଜା ନ୍ୟୂଜ୍) (ନିପ୍ର ) :- ପୁରୀର ବରିଷ୍ଠ ଆଇନଜୀବୀ ତ୍ରିଲୋଚନ ପାଣିଗ୍ରାହୀ ଙ୍କ ଗୁରୁବାର ପୂର୍ବାହ୍ନରେ ହୃଦଘାତରେ ପରଲୋକ ହୋଇଛି । ଅଠରନଳା ନୀଳଚକ୍ର ନଗର ବାସଭବନରୁ କୋର୍ଟ ଯିବା ପାଇଁ ଆସୁଥିବା ବେଳେ ମେଡିକାଲ ଛକ ଠାରେ ଟ୍ରାଫିକ ସିଗନାଲ ଠାରେ ଅଟକି ରହିଥିଲେ । ପରେ ସେହି ଠାରେ ସ୍ଥାନୀୟ ଲୋକ ମେଡିକାଲକୁ ଆଣିବା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।
