ଆସ ବହିଟିଏ କିଣିବା ଅଭିଯାନ ଅନୁଷ୍ଠିତ

କଣ୍ଟାବାଞ୍ଜି (ଓଡ଼ିଶା ତାଜା ନ୍ୟୂଜ୍) (ନିପ୍ର ) :- ଓଡ଼ିଶା ସରକାରଙ୍କ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ର ନିର୍ଦ୍ଧେଶ ଅନୁଯାୟୀ , ଓଡ଼ିଆ ପକ୍ଷ ପାଳନ ଅବସରରେ , ଆଜି ମହିଳା ସ୍ନାତକ ମହାବିଦ୍ୟାଳୟ କଣ୍ଟାବାଞ୍ଜି ପ୍ରାଙ୍ଗଣରେ ” ଆସ ବହିଟିଏ କିଣିବା ଅଭିଯାନ” ଅଧ୍ୟକ୍ଷ ରାଜେନ୍ଦ୍ର କୁମାର ପୁରୋହିତ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି l ଆଜି ସକାଳ ୮ .୩୦ ରୁ ଏହି ଅଭିଯାନ ଆରମ୍ଭ ହୋଇଥିଲା l ଏହି ଅଭିଯାନ ରେ ମହାବିଦ୍ୟାଳୟ ର ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ ଓ ଛାତ୍ରୀ ମାନେ ସାମିଲ ହୋଇ, ଉସ୍ଥାହର ସହିତ ଓଡ଼ିଆ ଭାଷା ରେ ଲେଖା ଯାଇଥିବା ପୁସ୍ତକ କ୍ରୟ କରିଥିଲେ l

ବିଶେଷ ରୂପେ ରଶ୍ମିତା ରାଉତ ଙ୍କ ରଚିତ ଓଡ଼ିଆ ନାଟକ ଓ ଏକାଙ୍କିକା, ସୁବ୍ରତ କୁମାର ଦାସ ଙ୍କ ଆଧୁନିକ କାବ୍ୟ କବିତା ଓ କଥା ସାହିତ୍ୟ , ଡକ୍ଟର ନିରଞ୍ଜନ ସାହୁ ଙ୍କ ଆଧୁନିକ ଓଡ଼ିଆ ସାହିତ୍ୟ, ଓଡ଼ିଆ କଥା ସାହିତ୍ୟ, ପରିଶୁଦ୍ଧ ଭାଷା ଓ ଲିଖନ ଧାରା, ମଧ୍ୟ ଯୁଗୀୟ ଓଡ଼ିଆ ସାହିତ୍ୟ, ଓଡ଼ିଆ ପଦ୍ୟ ସାହିତ୍ୟ, ଡକ୍ଟର ଗୋପାଳ ଚରଣ ନନ୍ଦ ଙ୍କ ସାହିତ୍ୟ ଅଧ୍ୟୟନ, ସନ୍ଥ ରାମଲାଲ ଦାସ ଙ୍କ ଜୀବନ ର ମାର୍ଗ, ସ୍ୱାମୀ ରାମସୁଖ ଦାସ ଙ୍କ ଗୀତା ଦର୍ପଣ, ରାଜେନ୍ଦ୍ର କିଶୋର ପଣ୍ଡା ଙ୍କ ଭାବାଲାପ, ରୋହିତ୍ କୁମାର ଦାଶ ଙ୍କ ଅଛିଯାଁ , କୋଶଳ କଳା ମଣ୍ଡଳ ବଲାଙ୍ଗୀର ର ମୁଖପତ୍ର ଚତୁରଙ୍ଗ,

ଡକ୍ଟର ସଞ୍ଜୟ କୁମାର ମିଶ୍ର ଙ୍କ ମିଛ ବାଗିର ସତ କାହାନି ,ସତଲୋକ ଆଶ୍ରମ ଦ୍ୱାରା ପ୍ରକାଶିତ ଗୀତା ତୋର ଜ୍ଞାନ ଅମୃତ ବିଶେଷ ଭାବରେ ବିକ୍ରୟ ହୋଇଥିଲା l ଉକ୍ତ ଅଭିଯାନ ରେ ଅନ୍ୟମାନଙ୍କ ମଧ୍ୟରେ ଓଡ଼ିଆ ପକ୍ଷ ପାଳନ ନୋଡାଲ ଅଧିକାରୀ ଅଧ୍ୟାପକ ଯୁଧିଷ୍ଠିର ବେହେରା, ଅଧ୍ୟାପକ ଜିତେନ୍ଦ୍ର ସୁନା, ସୋମନାଥ ମେହେର, ଅଧ୍ୟାପିକା ସୁନନ୍ଦା ରଥ, ରଶ୍ମି ରମିତା ମେହେର, ନିରବତୀ ପଧାନ ,ଧରାଶ୍ରୀ ମହାନ୍ତି, କର୍ମଚାରୀ ସନ୍ତୋଷ ତ୍ରିପାଠୀ, ହିତେଶ ରଣା, ବିବେକ ସାହୁ,ସନ୍ତୋଷ ମହାନ୍ତି,

ତପନ ସତନାମି, ଗୀତା କୁମ୍ଭାର, ସାବିତ୍ରୀ ପୁଟେଲ୍, ଖେଳ ଶିକ୍ଷୟତ୍ରୀ ରଂଜୁ ବନଛୋର ପ୍ରମୁଖ ସକ୍ରିୟ ଅଂଶଗ୍ରହଣ କରିଥିଲେ l ଶ୍ରୀ ପୁରୋହିତ ସୂଚନା ଦେଇଛନ୍ତି ଯେ ଏହିକ୍ରମରେ ଆସନ୍ତା କାଲି ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ମହାବିଦ୍ୟାଳୟରେ ଅନୁଷ୍ଠିତ ହେବ ଏଣୁ ଏଥିରେ ବହୁମାତ୍ରାରେ ଯୋଗ ଦେଇ ରକ୍ତଦାନ କରି ଜେ କୌଣସି ଓଡ଼ିଆ ବ୍ୟକ୍ତି ରକ୍ତ ଅଭାବରୁ କୌଣସି ଅସୁବିଧାରେ ନ ପଡ଼ିବେ ଏବଂ ସ୍ୱାଭିମାନୀ ଓଡ଼ିଆ ର ପରିଚୟ ଦେବା କୁ ଆହ୍ବାନ ଜଣାଇଛନ୍ତି l

Exit mobile version