ଜଙ୍ଗଲ ପାହାଡିଆ ଅଞ୍ଚଳରୁ ୫୧୦ କେଜି ଗଞ୍ଜେଇ ଜବତ

ଆର, ଉଦୟଗିରି (ଓଡ଼ିଶା ତାଜା ନ୍ୟୂଜ୍) (ନିପ୍ର ) :- ପାହାଡିଆ ଅଞ୍ଚଳରେ ଅଜଣା ଗଞ୍ଜେଇ ମାଫିଆ ମାନେ ଲୁଚାଇଥିବା ବିପୁଳ ପରିମାର ଗଞ୍ଜେଇକୁ ଜବତ କରିଛି ଗଜପତି ଜିଲ୍ଲା ଆର୍.ଉଦୟଗିରି ପୋଲିସ୍ । ଆଜି ପ୍ରତ୍ୟୁଷ ସମୟରେ ଆର୍.ଉଦୟଗିରି ପୋଲିସ ଗୁଇବାଡି ଗ୍ରାମାଞ୍ଚଳରେ ଥିବା ଜଙ୍ଗଲ ପାହାଡିଆ ଅଞ୍ଚଳରେ ଗଞ୍ଜେଇ ଚାଲାଣ ପାଇଁ ଗଛିତ ଥିବା କୌଣସି ସୂତ୍ରରୁ ଖବର ପାଇଥିଲା । ଆର୍.ଉଦୟିଗିରି ଉପଖଣ୍ଡ ଆରକ୍ଷୀ ଅଧୀକ୍ଷକ ରାକେଶ କୁମାର ସାହୁଙ୍କ ନିର୍ଦ୍ଦେଶ କ୍ରମେ ପୋଲିସ୍ ଟିମ୍ ଗଠନ କରାଯାଇ ଅତର୍କିତ ଚଢାଉ କରାଯାଇଥିଲା ।

ଏହି ଚଢାଉ ସମୟରେ ୧୭ ଗୋଟି ଜରି ବ୍ୟାଗରେ ଗଞ୍ଜେଇ ଥିବାର ଦେଖିବାକୁ ପାଇଥିଲେ ମଧ୍ୟ ଗଞ୍ଜେଇ ମାଫିଆଙ୍କୁ ଠାବ କରିପାରିନଥିଲା । ସମସ୍ତ ଗଞ୍ଜେଇକୁ ଜବତ କରି ଓଜନ କରିବାରେ ୫୧୦କେଜି ରହିଥିବାର ପୋଲିସ ଜାଣିବାକୁ ପାଇଥିଲେ । ଏନେଇ ଆର୍.ଉଦୟଗିରି ଥାନାରେ ୫୦/୨୬ରେ ଏକ ଏନଡିପିଏସ୍ ଆଇନ ଅନୁଯାୟୀ ମାମଲା ପଞ୍ଜିକୃତ ହୋଇଥିବାର ଉପଖଣ୍ଡ ଆରକ୍ଷୀ ଅଧୀକ୍ଷକ ଶ୍ରୀ ସାହୁ ସୂଚନା ଦେଇଛନ୍ତି ।

Exit mobile version