ଗୋଟିପୁଅ ନୃତ୍ୟ ଉତ୍ସବ ଓ ଗୁରୁ ବୀରବର ସାହୁ ସମ୍ମାନ ପ୍ରଦାନ

ବାଲିପାଟଣା  (ଓଡ଼ିଶା ତାଜା ନ୍ୟୂଜ୍) (ନିପ୍ର ) :- ଲକ୍ଷ୍ମୀପ୍ରିୟା ଗୋଟିପୁଅ ନୃତ୍ୟ କେନ୍ଦ୍ର ତରଫରୁ ଆଜି ସନ୍ଧ୍ୟାରେ ବାଲିପାଟଣା ବ୍ଲକ ଅନ୍ତର୍ଗତ ତୁରିନ୍ତିରା ପଞ୍ଚାୟତ କଲ୍ୟାଣ ମଣ୍ଡପ ଠାରେ ୨୨ତମ ବାର୍ଷିକ ଉତ୍ସବ ସହିତ ଗୁରୁ ବୀରବର ସାହୁ ସ୍ମୃତି ସମ୍ମାନ ପ୍ରଦାନ କରାଯାଇଛି। କାର୍ଯକ୍ରମ ରେ ଲକ୍ଷ୍ମୀ ପ୍ରିୟା ଗୋଟିପୁଅ ନୃତ୍ୟ କେନ୍ଦ୍ର ଓ କୈଳାସ ବିଶ୍ବାଳ ଙ୍କ ଗୋଟିପୁଅ ନୃତ୍ୟ ଦଳ ଚିତାକର୍ଷକ ନୃତ୍ୟ ପରିବେଷଣ କରି ଥିଲେ। ଓଡ଼ିଶା ଡାନ୍ସ ଏକାଡେମୀ ତରଫରୁ ବିନାୟକ ସାମଲ ଓ ନୀଳାଦ୍ରି ସାମଲ ତାଙ୍କ ରୁଦ୍ରମଣ୍ଡଳ ନୃତ୍ୟ ଶୈଳୀରେ ଦର୍ଶକ ଙ୍କୁ ବିମୋହିତ କରିଥିଲେ ।

 

ସମ୍ମାନ ପ୍ରଦାନ କାର୍ଯ୍ୟକ୍ରମରେ ମର୍ଦ୍ଦଳ ଗୁରୁ ଧନେଶ୍ୱର ସ୍ୱାଇଁ, ସାଂସଦ ଙ୍କ ପ୍ରତିନିଧି ପୂର୍ବତନ ପ୍ରଶାସକ ଅଶୋକ କୁମାର ପଟ୍ଟନାୟକ,ଯୁବ ନେତା ତାପସ ଜେନା,ସମିତି ସଭ୍ୟ ସନାତନ ସେଠୀ,ଓଡ଼ିଶୀ ସଙ୍ଗୀତ ଗୁରୁ ସୁକାନ୍ତ କୁମାର କୁଣ୍ଡ,ଓଡ଼ିଶୀ ନୃତ୍ୟ ଗୁରୁ ନିରଞ୍ଜନ ରାଉତ,ଗବେଷକ ଚିତ୍ତରଞ୍ଜନ ମଲିଆ ଓ ପ୍ରେସ କ୍ଲବ ସଭାପତି ଦିଲ୍ଲୀପ କୁମାର ଓଝା ପ୍ରମୁଖ ଯୋଗ ଦେଇ ଓଡ଼ିଶା ମାଟି ରେ କଳା ର ଉତ୍କର୍ଷତା ରହିଥିଲା,ରହିଛି ଏବଂ ଭବିଷ୍ୟତରେ ରହିବ ବୋଲି ଦୃଢୋକ୍ତି ପ୍ରକାଶ କରିଥିଲେ।ବିଶିଷ୍ଟ ମର୍ଦ୍ଦଳ ବାଦକ ବିଜୟ କୁମାର ବାରିକ୍, ଗୁରୁ ବାଞ୍ଛାନିଧି ଜେନା,

ଗୁରୁ ରବୀନ୍ଦ୍ର ଦାସ,ଗୁରୁ ସତ୍ୟପୀର ପଳାଇ, କଣ୍ଠ ଶିଳ୍ପୀ ନିମାକାନ୍ତ ରାଉତରାୟ,ଲୋକବାଦ୍ୟ ଗୁରୁ କୁଳମଣି ବିଶ୍ବାଳ,ଗୁରୁ କିଶୋର ଚନ୍ଦ୍ର ପ୍ରଧାନ,ଜୟକୃଷ୍ଣ ନାୟକ ଓ ଗୋଟିପୁଅ ନୃତ୍ୟ ଗୁରୁ ଲିଙ୍ଗରାଜ ବାରିକ୍ ଙ୍କୁ ଗୁରୁ ବୀରବର ସାହୁ ସ୍ମୃତି ସମ୍ମାନ ରେ ସମ୍ମାନିତ କରାଯାଇଥିଲା।ଗୁରୁ ଗୋବିନ୍ଦ ଚନ୍ଦ୍ର ପାଳ ଙ୍କ ସଭାପତିତ୍ବରେ ଏହି କାର୍ଯକ୍ରମ କୁ ଗୁରୁ ଆର୍ତ୍ତତ୍ରାଣ ବାରିକ୍,ବିଶ୍ଵଦର୍ଶି ମିଶ୍ର,ଶିବ ପାଟ୍ଟଯୋଷୀ ଓ ଜଗନ୍ନାଥ ବେହେରା ପରିଚାଳନା କରିଥିଲେ।ବହୁ କଳା ପ୍ରେମୀ କାର୍ଯ୍ୟକ୍ରମରେ ଉପସ୍ଥିତ ରହି କଳାକାର ଙ୍କୁ ଉତ୍ସାହିତ କରିଥିଲେ।

Exit mobile version