ବିଦ୍ୟାର୍ଥୀ ଉଜ୍ବଳ ଭବିଷ୍ୟ ନିର୍ମାଣ ଶିବିର

ନୟାଗଡ଼ (ଓଡ଼ିଶା ତାଜା ନ୍ୟୂଜ୍) (ନିପ୍ର ) :- ନୟାଗଡ଼ ଶ୍ରୀ ଯୋଗ ବେଦାନ୍ତ ସେବା ସମିତି ପକ୍ଷରୁ ପୂଜ୍ୟ ସନ୍ଥ ଶ୍ରୀ ଆଶାରାମଜୀ ବାପୁଙ୍କ ୯୦ତମ ଜନ୍ମଦିବସର ପବିତ୍ର ଅବସରରେ ସମିତିର ଅଧ୍ୟକ୍ଷ ଚିନ୍ମୟ ପଟ୍ଟନାୟଙ୍କ ଆବାହକତ୍ୱରେ ବୁଧବାର ଶ୍ରୀରାମ ନଗରସ୍ଥିତ ଶ୍ରୀ ଯୋଗ ବେଦାନ୍ତ ସେବା ସମିତି ଆଧ୍ୟାତ୍ମିକ ମଣ୍ଡପରେ ବିଦ୍ୟାର୍ଥୀ ଉଜ୍ବଳ ଭବିଷ୍ୟ ନିର୍ମାଣ ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି l

ଏହି ଶିବିରରେ ପ୍ରଶିକ୍ଷକ ଭାବେ ଗୀତା ମହାଯଜ୍ଞ ପ୍ରଚାରକ ଅନ୍ତର୍ଯ୍ୟାମୀ ବିଦ୍ୟାର୍ଥୀମାନଙ୍କୁ ପ୍ରଶିକ୍ଷଣ ଦେବା ସହିତ ପରିଚାଳନା କରିଥିବାବେଳେ ମାନସ ବରାଡ଼, ପ୍ରଦୀପ ବେହେରା, ବିଶ୍ଵଜୀବନ ମଞ୍ଚ ପରିଚାଳନା କରିଥିଲେ l ଏକ ପ୍ରେରଣାଦାୟକ ବିଦ୍ୟାର୍ଥୀ ଶିବିର ସଫଳତାର ସହିତ ଆୟୋଜିତ ହୋଇଥିଲା । ଏହି ଶିବିରରେ ୧୦୦ରୁ ଅଧିକ ବିଦ୍ୟାର୍ଥୀ ଉତ୍ସାହର ସହିତ ଯୋଗଦେଇ ନିଜ ଜୀବନକୁ ଉନ୍ନତି ଦିଗରେ ଆଗେଇ ନେବା ପାଇଁ ବିଭିନ୍ନ ମୂଲ୍ୟବାନ ଶିକ୍ଷା ଅର୍ଜନ କରିଥିଲେ। ଶିବିର ସମୟରେ ବିଦ୍ୟାର୍ଥୀମାନଙ୍କୁ ଯୋଗ, ପ୍ରାଣାୟାମ ଓ ଧ୍ୟାନର ପ୍ରାୟୋଗିକ ଅଭ୍ୟାସ କରାଯାଇଥିଲା,

ଯାହା ଦ୍ୱାରା ସ୍ମରଣ ଶକ୍ତି ଓ ବୁଦ୍ଧି ଶକ୍ତି କିପରି ବୃଦ୍ଧି ପାଏ, ସେଥିରେ ବିଶେଷ ମାର୍ଗଦର୍ଶନ ଦିଆଯାଇଥିଲା । ସେଥିସହିତ ଭଗବାନଙ୍କ ନାମ ଜପର ମହତ୍ତ୍ୱ ବିଷୟରେ ବ୍ୟାଖ୍ୟା କରାଯାଇ, କିପରି ନାମ ସ୍ମରଣ ଦ୍ୱାରା ଜୀବନରେ ସକାରାତ୍ମକ ପରିବର୍ତ୍ତନ ଆଣି ଉଚ୍ଚତାକୁ ପହଞ୍ଚିପାରିବା, ସେଥି ପ୍ରସ୍ତୁତ କରାଯାଇଥିଲା । ଏକାଗ୍ରତା ଓ ଅନାସକ୍ତିର ଗୁରୁତ୍ୱ ଉପରେ ବିଶେଷ ଅଭ୍ୟାସ ଓ ଆଲୋଚନା ହୋଇଥିଲା । ବିଦ୍ୟାର୍ଥୀମାନଙ୍କୁ ବୁଝାଯାଇଥିଲା ଯେ, ଲକ୍ଷ୍ୟ ଉପରେ ଏକାଗ୍ର ରହି ଫଳର ଆଶା ଛାଡ଼ି କାର୍ଯ୍ୟ କଲେ ଜୀବନର ସମସ୍ତ କ୍ଷେତ୍ରରେ ସଫଳତା ଲଭ୍ୟ ହୁଏ ।

ଏହି କାର୍ଯ୍ୟକ୍ରମରେ ସମିତିର ଅଧ୍ୟକ୍ଷ ଶ୍ରୀ ଚିନ୍ମୟ ପଟ୍ଟନାୟକ, ସଚିବ ଅନ୍ତର୍ଯ୍ୟାମୀ ସାହୁ ଓ ସଦସ୍ୟ ବିକ୍ରମ ନାୟକ, ବଳରାମ ବେହେରା ଆଦି ଉପସ୍ଥିତ ଥିଲେ ।ସେମାନେ ସମସ୍ତେ ବିଦ୍ୟାର୍ଥୀମାନଙ୍କୁ ପ୍ରେରିତ କରି କହିଥିଲେ ଯେ, ଏହି ଶିବିର ତାଙ୍କ ଜୀବନରେ ଏକ ସକାରାତ୍ମକ ପରିବର୍ତ୍ତନର ଆରମ୍ଭ ହେବ।ଏହି ବିଦ୍ୟାର୍ଥୀ ଶିବିର ବିଦ୍ୟାର୍ଥୀମାନଙ୍କର ବୌଦ୍ଧିକ, ନୈତିକ ଓ ଆଧ୍ୟାତ୍ମିକ ଉନ୍ନତି ପାଇଁ ବହୁତ ଉପକାରୀ ସାବ୍ୟସ୍ତ ହୋଇଥିଲା । ଶ୍ରୀ ଯୋଗ ବେଦାନ୍ତ ସେବା ସମିତିର ସଦସ୍ୟମାନେ ଉପସ୍ଥିତ ରହି ସହଯୋଗ କରିଥିଲେ l

Exit mobile version