Home ଓଡ଼ିଶା ଅଷ୍ଟପ୍ରହର ନାମଯଜ୍ଞରେ ଭକ୍ତିମୟ ପରିବେଶ : ‘ହରେ କୃଷ୍ଣ’ ‘ହରେ ରାମ’ ମହାମନ୍ତ୍ର ରେ କମ୍ପିଲା ବାସୁଦେବ ନଗର by Proprietor Abhimanyu Maharana 6 months ago Share on FacebookShare on TwitterWhatsapp ଭୁବନେଶ୍ୱର (ଓଡ଼ିଶା ତାଜା ନ୍ୟୂଜ୍) (ନିପ୍ର ) :- ରାଜଧାନୀ ଭୁବନେଶ୍ୱରର ଟଙ୍କପାଣି ରୋଡ଼ ସ୍ଥିତ ସାଇଁ ମନ୍ଦିର ନିକଟରେ ବାସୁଦେବ ନଗରରେ ଭକ୍ତି ଓ ଆସ୍ଥାର ଅନନ୍ୟ ମେଳ ଦେଖିବାକୁ ମିଳିଛି । ଏଠାରେ ସ୍ଥାନୀୟ ନିବାସୀ ବନମାଳା ମୈତୀ ଓ ତାଙ୍କ ପୁତ୍ର, ସମାଜସେବୀ ଲକ୍ଷ୍ମୀକାନ୍ତ ମୈତୀଙ୍କ ପ୍ରୟାସରେ ଶ୍ରୀଶ୍ରୀ ଅଷ୍ଟପ୍ରହର ନାମଯଜ୍ଞର ଭବ୍ୟ ଆୟୋଜନ ହେଉଛି । ଲକ୍ଷ୍ମୀକାନ୍ତ ମୈତୀ କହିଛନ୍ତି ଯେ, ପରମ କରୁଣାମୟ ଶ୍ରୀଗୁରୁ ବୈଷ୍ଣବ ଓ ଶ୍ରୀ ଶଚୀନନ୍ଦନ ଗୌରହରିଙ୍କ କୃପାରେ ପ୍ରତିବର୍ଷ ଏପ୍ରିଲ୍ ମାସର ପ୍ରଥମ ସପ୍ତାହରେ ଏହି ପବିତ୍ର ନାମଯଜ୍ଞ ଆୟୋଜିତ ହୋଇଆସୁଛି । ଏହିବର୍ଷ ମଧ୍ୟ ୮ ରୁ ୧୦ ଏପ୍ରିଲ୍ ପର୍ଯ୍ୟନ୍ତ ତିନି ଦିନିଆ ଧାର୍ମିକ କାର୍ଯ୍ୟକ୍ରମ ଚାଲିଛି, ଯେଉଁଥିରେ ବହୁ ସଂଖ୍ୟକ ଶ୍ରଦ୍ଧାଳୁ ଯୋଗଦେଉଛନ୍ତି । ବୁଧବାର ଦିନ ଶ୍ରୀହରି ନାମଯଜ୍ଞର ବିଧିବତ୍ ସ୍ଥାପନା ସହ କାର୍ଯ୍ୟକ୍ରମର ଆରମ୍ଭ ହୋଇଥିଲା । ଗୁରୁବାର ପ୍ରାତଃକାଳରୁ ଅଷ୍ଟପ୍ରହର (୨୪ ଘଣ୍ଟିଆ) ଶ୍ରୀନାମ ସଂକୀର୍ତନ ଆରମ୍ଭ ହୋଇ ଅବିରତ ଚାଲିଥିଲା । ଏହି ସମୟରେ ‘ହରେ କୃଷ୍ଣ ହରେ କୃଷ୍ଣ, କୃଷ୍ଣ କୃଷ୍ଣ ହରେ ହରେ-ହରେ ରାମ ହରେ ରାମ, ରାମ ରାମ ହରେ ହରେ’ ମହାମନ୍ତ୍ରର ଧ୍ୱନିରେ ସମଗ୍ର ଅଞ୍ଚଳ ଭକ୍ତିମୟ ହୋଇଉଠିଥିଲା । ଚାରିପାଖରେ ଗୁଞ୍ଜିଉଠୁଥିବା ହରିନାମ ସଂକୀର୍ତନ ଭକ୍ତମାନଙ୍କୁ ଭକ୍ତିରସରେ ମଗ୍ନ କରିଦେଇଥିଲା । ଦିନଭରି ଭଜନ-କୀର୍ତନ, ସଂକୀର୍ତନ ମଣ୍ଡଳୀ ଓ ବିଭିନ୍ନ ଧାର୍ମିକ ଅନୁଷ୍ଠାନ ଆୟୋଜିତ ହୋଇଥିଲା । ଗୁରୁବାର ସନ୍ଧ୍ୟାରେ ପ୍ରାୟ ୨ ହଜାର ଶ୍ରଦ୍ଧାଳୁ ଓ ସ୍ଥାନୀୟ ଲୋକ ମହାପ୍ରସାଦ ଗ୍ରହଣ କରିଥିଲେ । ଏହି ଆୟୋଜନରେ ସମସ୍ତ ଶ୍ରେଣୀର ଲୋକଙ୍କ ସକ୍ରିୟ ଭାଗିଦାରି ଦେଖିବାକୁ ମିଳିଥିଲା, ଯାହା ସାମାଜିକ ସମରସତା ଓ ଧାର୍ମିକ ସାମ୍ପ୍ରୀତିର ଦୃଷ୍ଟାନ୍ତ ପ୍ରଦାନ କରିଛି । ଆୟୋଜକମାନଙ୍କ କହିବା ଅନୁଯାୟୀ, ଶୁକ୍ରବାର ପ୍ରାତଃକାଳରେ ନଗର କୀର୍ତନ ସହ ଏହି ଅଷ୍ଟପ୍ରହର ନାମଯଜ୍ଞର ସମାପନ କରାଯିବ । ଏହି ଭବ୍ୟ ଧାର୍ମିକ ଆୟୋଜନ ନ କେବଳ ଅଞ୍ଚଳକୁ ଆଧ୍ୟାତ୍ମିକ ଶକ୍ତିରେ ଭରିଦେଇଛି, ବରଂ ଲୋକମାନଙ୍କୁ ଭକ୍ତି, ଶାନ୍ତି ଓ ସମୂହିକତାର ସନ୍ଦେଶ ମଧ୍ୟ ପ୍ରଦାନ କରିଛି । Categories: ଓଡ଼ିଶା, ଖୋର୍ଦ୍ଧା, ମହାନଗର, ହୋମ୍ Related Content ପ୍ରଦେଶ କଂଗ୍ରେସ ସଭାପତି ଭକ୍ତ ଦାସ ଅସୁସ୍ଥ : ଏକ ସପ୍ତାହ ପାଇଁ ବିଶ୍ରାମ ନେବାକୁ ପରାମର୍ଶ by Proprietor Abhimanyu Maharana September 26, 2026 କନ୍ଧମାଳରେ ‘ସମୃଦ୍ଧ’ ସମବାୟ ସଦସ୍ୟତା ମହାଅଭିଯାନ by Proprietor Abhimanyu Maharana September 26, 2026 ପଣ୍ଡିତ ଦିନ ଦୟାଳୁ ଉପାଧ୍ୟାୟଙ୍କ ଜନ୍ମଦିନ କାର୍ଯକ୍ରମ by Proprietor Abhimanyu Maharana September 26, 2026 ପୁରୀ ସାତପଡା ରାସ୍ତାର ମଙ୍ଗଳାଘାଟ ରାସ୍ତାରେ ଆଣ୍ଠୁଏ ପାଣି by Proprietor Abhimanyu Maharana September 26, 2026 ଭଲମଣିଷଙ୍କ ମୁଣ୍ଡ ଉପରୁ ଛତା ଭଙ୍ଗିଗଲା by Proprietor Abhimanyu Maharana September 26, 2026 ପ୍ରତ୍ୟେକ ପରିବାର ସହ ସମବାୟ ସମ୍ବନ୍ଧ ଯୋଡିବାକୁ ସାଂସଦ ଙ୍କ ପରାମର୍ଶ by Proprietor Abhimanyu Maharana September 26, 2026