କନ୍ଧମାଳ (ଓଡ଼ିଶା ତାଜା ନ୍ୟୂଜ୍) (ନିପ୍ର ) :- କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ରାଇକିଆର ବିଭିନ୍ନ ଚର୍ଚ୍ଚ ରେ ଯୀଶୁ ଖ୍ରୀଷ୍ଟଙ୍କ ପୁନରୁଉତଥାନ ପର୍ବ ବହୁ ଆନନ୍ଦ ଉଲ୍ଲାସରେ ପାଳିତ ହୋଇଯାଇଛି। ସ୍ଥାନୀୟ କାଥଲିକ୍ ଚର୍ଚ୍ଚ ରେ ଧର୍ମ ଯାଜକ ପ୍ରଦୋଷ ଚନ୍ଦ୍ର ନାୟକଙ୍କ ପୌରହିତ୍ୟରେ ଦିବ୍ୟ ଯଜ୍ଞର ଆୟୋଜନ ହୋଇଯାଇଥିଲା। ମଧ୍ୟ ରାତ୍ରି ଏବଂ ସକାଳୁ ଦିବ୍ୟ ଯଜ୍ଞର ଆୟୋଜନ ରେ ପବିତ୍ର ବାଇବଲ ପାଠ କରାଯାଇ ସାମୁହିକ ପ୍ରାର୍ଥନା କରାଯାଇଥିଲା । ଧର୍ମାଞ୍ଚଳର ଟିଆଙ୍ଗିଆ,ମଣ୍ଡାକିଆ, ସୁଗଡବାଡି଼ ଚର୍ଚ୍ଚ ରେ ସହ ଯାଜକ ପୁରୁଷୋତ୍ତମ ନାୟକ, ଦିବ୍ୟ ରଞ୍ଜନ ଦିଗାଳ, ମାଇକେଲ ବେହେରା, ଜର୍ଜ ବଡ଼ସେଠ୍ ଦିବ୍ୟଯଜ୍ଞ କରିଥିଲେ।
