ରାଜସୁନାଖଳା ଦଣ୍ଡ ନାଚ କଳାକାରଙ୍କୁ ସମ୍ବର୍ଦ୍ଧନା

ରଣପୁର (ଓଡ଼ିଶା ତାଜା ନ୍ୟୂଜ୍) (ନିପ୍ର ) :- ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ରାଜସୁନାଖଳାସ୍ଥିତ ମା “ବେଢାକାଳିକା, କାମନା ଗୋସାଇଁ ଦଣ୍ଡ ନାଟ୍ୟ ପରିଷଦର କଳାକାର ମାନଙ୍କୁ ଆଜି ରାତ୍ରିରେ ଅଙ୍କୁଲାପlଟଣା ସାହି ତରଫରୁ ନାଟ୍ୟ ମଞ୍ଚରେ ସମସ୍ତ କଳାକାରଙ୍କୁ ନେଇ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି !

ରାଜସୁନାଖଳା ଦଣ୍ଡ ନାଟ୍ୟ ପରିଷଦର କଳାକାରମାନେ କଳା, ସଂସ୍କୃତି ପରମ୍ପରାକୁ ୧୦୦ ବର୍ଷ ରୁ ଉର୍ଦ୍ଧ ଦିନ ଦେବ ବଞ୍ଚାଇ ରଖିବା ସହିତ କଳାକାରମାନଙ୍କର ନିଖୁଣ ଅଭିନୟ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଆସୁଅଛନ୍ତି !

ଏହି ନାଟ୍ୟ ପରିଷଦର କଳାକାରମାନେ ବିଭିନ୍ନ ଗ୍ରାମରେ ଉଚ୍ଚ କୋଟିର ନାଟ୍ୟ ପରିବେଶଣ କରି ରାଜସୁନାଖଳା ଗ୍ରାମକୁ ଗର୍ବ ଓ ଗୌରବ ମଣ୍ଡିତ କରି ଆସୁଅଛନ୍ତି ! ଅlଙ୍କୁଲ ପାଟଣା ସାହି ତରଫରୁ କଳାକାରମାନଙ୍କୁ fଉତ୍ସାହିତ କରି ସମ୍ବର୍ଦ୍ଧିତ କରିଥିବାରୁ ରଣପୁର ବ୍ଲକର ସମାଜସେବୀ, ଶିକ୍ଷାବିତ, ସାମ୍ବାଦିକ ଓ ବୁଦ୍ଧିଜୀବୀମାନେ ଉଚ୍ଚ ପ୍ରଶଂସା କରିଅଛନ୍ତି l

Exit mobile version