ଆର୍ ଉଦୟଗିରୀ ପୋଲିସ କୁ ମିଳିଛି ବଡ଼ ସଫଳତା

ଆର, ଉଦୟଗିରି (ଓଡ଼ିଶା ତାଜା ନ୍ୟୂଜ୍) (ନିପ୍ର ) :- ଗଜପତି ଜିଲ୍ଲା କିରାମା ଗ୍ରାମ ପଞ୍ଚାୟତ ବୁରିପଦର ଗାଁ ରେ ମିଳିତ ଚଢ଼ାଉ କରି ଘର, ଓ ଜଙ୍ଗଲ ରୁ ୧୮ କୁଇଣ୍ଟାଲ ୩୦ କିଲୋ ଗଞ୍ଜେଇ ଜବତ କରିଛି । ଆଇପିଏସ୍ ରାକେଶ କୁମାର ସାହୁ ଏସଡିପିଓ ଙ୍କ ନେତୃତ୍ୱରେ ଏକଜୁଟିଭ ମାଜିଷ୍ଟ୍ରେଟ ଓ ଦୁଇ ସାକ୍ଷୀଙ୍କ ଉପସ୍ଥିତିରେ ପୋଲିସ ପକ୍ଷରୁ ମିଳିତ ଭାବେ ଏକ ସ୍ବତନ୍ତ୍ର ଚଢାଉ କରି ଚଢାଉ କରାଯାଇଥିଲା ।

ଏହି ଘଟଣା ରେ ତିନିଜଣ ଙ୍କ ନାମରେ ମାମଲା ରୁଜୁ କରାଯାଇଥିବା ବେଳେ ସେମାନେ ଫେରାର ହୋଇ ଯାଇଛନ୍ତି । ଜବତ ଗଞ୍ଜେଇ ର ଆନୁମାନିକ ବଜାର ମୂଲ୍ୟ ୧କୋଟି ୮୦ ଲକ୍ଷ୍ୟ ଟଙ୍କା ହେବ ବୋଲି ଏସଡିପିଓ ସୁଚନା ଦେଇଛନ୍ତି ।

Exit mobile version