ମା, ଧାକୁଲେଇଙ୍କ ପ୍ରସିଦ୍ଧ ବାଣ ଯାତ୍ରାରେ ହଜାର ହଜାର ଲୋକଙ୍କ ଭିଡ

କଟକ (ଓଡ଼ିଶା ତାଜା ନ୍ୟୂଜ୍) (ନିପ୍ର ) :- କଟକ ମହାନଗର ନିଗମର ୫୮ ନମ୍ବର ଓ୍ବାର୍ଡ଼ର ପ୍ରତାପନଗରୀଠାରେ ଥିବା ମା’ ଧାକୁଲେଈଙ୍କ ପ୍ରସିଦ୍ଧ ବାଣଯାତ୍ରା ଉଦଘାଟିତ ହୋଇଯାଇଛି । ଏହି ଉଦଘାଟନୀ ସମାରୋହରେ କଟକ ସଦର ବିଧାୟକ ଇଂ ପ୍ରକାଶ ଚନ୍ଦ୍ର ସେଠୀ ନିଜର କର୍ମୀମାନଙ୍କ ସହିତ ପହଞ୍ଚି ମଞ୍ଚ ଉପରୁ ଆତସବାଜି କାର୍ଯ୍ୟକ୍ରମକୁ ଉପଭୋଗ କରିଥିଲେ । ମଞ୍ଚରେ ପ୍ରତାପ ନଗରୀ ଗ୍ରାମ୍ୟ କମିଟି ସଭାପତି ପ୍ରମୋଦ କୁମାର ସ୍ବାଇଁ, ସମ୍ପାଦକ ପ୍ରମୋଦ କୁମାର ବେହେରା, ସହ କୋଷାଧ୍ୟକ୍ଷ ବାଦଲ କୁମାର ଜେନା,

ଆଞ୍ଚଳିକ ଶାନ୍ତି କମିଟି ସମ୍ପାଦକ ସୁରେନ୍ଦ୍ର ମହାପାତ୍ର, ନିହାର ରଞ୍ଜନ ପଣ୍ଡା, କଳ୍ପତରୁ ଖୁଣ୍ଟିଆ ପ୍ରମୁଖ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ । ଯାତ୍ରାର ବିଶେଷତ୍ବ ଥିଲା ପ୍ରଥମେ ମା’ଙ୍କ ଚଳନ୍ତି ପ୍ରତିମାଙ୍କୁ ସୁସଜ୍ଜିତ ବିମାନରେ ବସାଇ ବିଶାଳ ଶୋଭାଯାତ୍ରା ଗ୍ରାମ ପରିକ୍ରମା କରି ରାତି ୧୨ଟାରେ ଯାତ୍ରା ପଡିଆକୁ ପ୍ରବେଶ କରିବା ପରେ ଆତସବାଜି ପ୍ରଦର୍ଶନ ହୋଇଥିଲା । କୁଆଖାଇ ନଦୀପଠାରେ ଆୟୋଜିତ ଏହି ଆତସବାଜି ପ୍ରତିଯୋଗିତାରେ ରାଜ୍ୟ ଓ ରାଜ୍ୟ ବାହାରର ବାଣୁଆମାନେ ରାତିତମାମ ରଙ୍ଗବେରଙ୍ଗର ପ୍ରଦୂଷଣ ବିହୀନ ଆତସବାଜି ପ୍ରଦର୍ଶନ କରିଥିଲେ ।

ଯାହାକୁ ଦେଖିବାକୁ ଲକ୍ଷାଧିକ ଲୋକଙ୍କ ସମାଗମ ହୋଇଥିଲା । ୭ ଦିନ ଚାଲିବାକୁ ଥିବା ଏହି ଯାତ୍ରା ମହୋତ୍ସବକୁ ଶାନ୍ତି ଶୃଙ୍ଖଳା ରକ୍ଷା କରିବାକୁ ସଦର ଥାନା ପକ୍ଷରୁ ୧୦ ପ୍ଲାଟୁନ ପୁଲିସ କର୍ମଚାରୀଙ୍କୁ ନିୟୋଜିତ କରାଯାଇଥିଲାବେଳେ ପ୍ରତାପନଗରୀସ୍ଥିତ ରାଜପଥ ଟ୍ରାଫିକ ଥାନା ପକ୍ଷରୁ ଯାନବାହନ ନିୟନ୍ତ୍ରଣ କରାଯାଉଛି । କାର୍ଯ୍ୟକ୍ରମରେ ଅରୁଣ ରାଉତ,

ନିରଂଜନ ରାଉତ, ବାଦଲ ସ୍ବାଇଁ, ରଣଜିତ ସ୍ବାଇଁ, ଅନୀଲ ସ୍ବାଇଁ, ଶ୍ରୀଚରଣ ବେହେରା, ବିକ୍ରମ ରାଉତ, ସୋମନାଥ ଜେନା, ଶିବୁନ ସେନାପତି , ନୁର ରାଉତ, ଅନିଲ ସ୍ବାଇଁଙ୍କ ସମେତ ପ୍ରତାପନଗର ପନଗରୀ ଗ୍ରାମବାସୀ, ଗ୍ରାମ୍ୟ କମିଟି କାର୍ଯ୍ୟକର୍ତ୍ତା ଓ ସ୍ଵେଚ୍ଛାସେବୀମାନେ ଯାତ୍ରାକୁ ସମ୍ପୁର୍ଣ୍ଣ ଶୃଙ୍ଖଳିତ କରିବା ପାଇଁ ସହଯୋଗ କରୁଛନ୍ତି ।

Exit mobile version