ଓଡ଼ିଶା ତାଜା ନ୍ୟୁଜ (୨୬ ସେପ୍ଟେମ୍ଵର,ଶନିବାର ) ଢେଙ୍କାନାଳ :- ଢେଙ୍କାନାଳ: ଆଜି ଜିଲ୍ଲା ସଦର ଥାନା ଅନ୍ତର୍ଗତ ତାଳବରକୋଟ୍ ଗ୍ରାମରେ ପୂର୍ବ ଶତ୍ରୁତାକୁ ନେଇ ଯୁବକଙ୍କୁ ଭୁଜାଲିରେ ଆକ୍ରମଣ । ଆକ୍ରମଣରେ ଯୁବକ ଗୁରୁତର । ଅଭିଯୋଗ ମୁତାବକ, ଆଜି ରାତି ପାଖାପାଖି ସାଢ଼େ ଆଠଟା ବେଳେ ତାଳବରକୋଟ ଗ୍ରାମର ବାଳକୃଷ୍ଣ ରାଉତ (୩୭) ଓରଫ୍ ଘାଡୁ ନିଜ ଘର ସାମ୍ନା ପାରେରି ଉପରେ ବସିଥିବା ବେଳେ ଦୁଇ ଜଣ ଯୁବକ ଏକ ସ୍କୁଟିରେ ଆସି ହଠାତ୍ ଭୁଜାଲିରେ ଆକ୍ରମଣ କରିଥିଲେ ।
ଆକ୍ରମଣରେ ଯୁବକଙ୍କ ହାତ ଓ ବେକରେ ଗଭୀର ଆଘାତ ଲାଗିଛି । ସଙ୍ଗେସଙ୍ଗେ ଗୁରୁତର ଯୁବକଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ଗୋବିନ୍ଦପୁର ଫାଣ୍ଡି ଅଧିକାରୀ ପହଞ୍ଚି ଘଟଣାର ତଦନ୍ତ ଚଳାଇଛନ୍ତି । (ରିପୋର୍ଟ, ଅମର ରଞ୍ଜନ ଦାସ)
