ବରିଷ୍ଠ ନାଗରିକ ମଞ୍ଚ ତରଫରୁ ଉତ୍କଳ ଦିବସ ପାଳନ

ନିଆଳୀ  (ଓଡ଼ିଶା ତାଜା ନ୍ୟୂଜ୍) (ନିପ୍ର) :- ନିଆଳୀ ନାଗରିକ ମଞ୍ଚ ତରଫରୁ ଓଡ଼ିଶାର ୯୦ତମ ପ୍ରତିଷ୍ଠା ଦିବସ ଆର୍ତ୍ତତ୍ରାଣ ମଠ ପରିସରରେ ସଭାପତି ଶ୍ରୀଯୁକ୍ତ କୈଳାଶ ଚନ୍ଦ୍ର ସୁରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ସର୍ବ ପ୍ରଥମେ ସମ୍ପାଦକ ଶ୍ରୀଯୁକ୍ତ ଅଶୋକ କୁମାର ରାୟ ଆଜିର ଉତ୍କଳ ଦିବସର ତାପର୍ୟ୍ଯ ସମ୍ପର୍କରେ ମତ ରଖିଥିଲେ ।

ସଭାପତି ଶ୍ରୀଯୁକ୍ତ କୈଳାଶ ଚନ୍ଦ୍ର ସୁର ଉତ୍କଳ ଦିବସର ସ୍ବର୍ଗତ ମଧୁସୂଦନ ଦାସ, ପାରଳା ମହାରାଜ ମୟୁରଭଞ୍ଜ ମହାରାଜଙ୍କ ଅବଦାନ ଯୋଙ୍ଗୁ ଓଡ଼ିଶାର ଏକ ଭାଷା ଭିତ୍ତିକ ପ୍ରଥମ ରାଜ୍ୟର ମାନ୍ୟତା ପାଇଥିବାର ବକ୍ତବ୍ୟ ରଖିଥିଲେ । ଏହି ବୈଠକରେ ବରିଷ୍ଠ ଶିକ୍ଷାବିତ ଶ୍ରୀଯୁକ୍ତ ଆଦିକନ୍ଦ ବିହାରୀଙ୍କ ଦ୍ୱାରା ରଚନା କରାଯାଇଥିବା ସଙ୍ଗୀତ ଆବୃତ୍ତ କରାଯାଇଥିଲା ।

ବୈଠକରେ ସର୍ବଶ୍ରୀ ପିତାମ୍ବର ରାଉତ, ବଂଶୀଧର ସାହୁ, ଜଗଦିଶ ପାଢ଼ୀ, ବ୍ରଜବନ୍ଧୁ ଷଢଙ୍ଗୀ, ସଞ୍ଜୟ କୁମାର ପ୍ରଧାନ, ବ୍ରଜବନ୍ଧୁ ମୁଦୁଲି, ପ୍ରମୋଦ କୁମାର ଜେନା ଓ ଦିବାକର କାଠୁଆ ପ୍ରମୁଖ ଉତ୍କଳ ଦିବସ ସମ୍ପର୍କରେ ନିଜର ମତାମତ ରଖିଥିଲେ । ପରିଶେଷରେ ବନ୍ଦେ ଉତ୍କଳ ଜନନୀ ଗାନ କରାଯାଇ ସଭାସାଙ୍ଗ କରାଯାଇଥିଲା ।

Exit mobile version