Home ଅପରାଧ ଖବରଦାତା ଙ୍କୁ ମାଡ ମାରି କିଳା ନେଲେ ବୁଲୁପଣ୍ଡା : ଏବେ ଜେଲରେ ଘଣା ପେଡିବେ – ବୁଲୁ by Proprietor Abhimanyu Maharana 5 months ago Share on FacebookShare on TwitterWhatsapp ଖବରଦାତାଙ୍କୁ ମାଡ ମାରି ପୂର୍ବତନ ସରପଞ୍ଚଙ୍କ ପୁଅ – ବୁଲୁ ପଣ୍ଡା ଗିରଫ ରଣପୁର (ଓଡ଼ିଶା ତାଜା ନ୍ୟୂଜ୍) (ନିପ୍ର) :- ରଣପୁରର କାର୍ଯ୍ୟରତ ଖବରଦାତା ଙ୍କୁ ମାଡମାରି ପୂର୍ବତନ ସରପଞ୍ଚ ଙ୍କ ପୁଅ ଗିରଫ ହୋଇ କୋର୍ଟ ଚାଲାଣ ହୋଇଥିବା ଜଣାପଡିଛି । ଅଭିଯୋଗ ଅନୁସାରେ ରଣପୁର ଅଞ୍ଚଳର ଇଲୋଟ୍ରୋନିକ୍ସ ମିଡ଼ିଆର ଖବରଦାତା ମଧୁସୁଦନ ପରିଡା ଓ ବଳଭଦ୍ରପୁର ପଞ୍ଚାୟତର ପୂର୍ବତନ ସରପଞ୍ଚଙ୍କ ପୁଅ ବୁଲୁ ପଣ୍ଡା ମଧ୍ୟରେ ପୂର୍ବର କିଛି କାରଣ ପାଇଁ ଶତ୍ରୁତାଥିଲା । ତେବେ ଏନେଇ ଚଳିତ ମାର୍ଚ୍ଚ ୨୧ ତାରିଖରେ ସନ୍ଧ୍ୟାରେ ବୁଲୁପଣ୍ଡା ଓ ଖବରଦାତା ଙ୍କ ମଧ୍ୟରେ ବଚସା ହୋଇଥିଲା ପରେ କିଛି ସମୟପରେ ବୁଲୁ ପଣ୍ଡା ଓ ତାର ସାନ ଭାଇ ଏକତ୍ରିତ ହୋଇ ସାମ୍ବାଦିକ ମଧୁସୂଦନଙ୍କୁ ଏକୁଟିଆ ପାଇଁ ମାଡ଼ ମାରି ଘଟଣା ସ୍ଥଳରୁ ଚମ୍ପଟ ମାରିଥିଲେ । ପରେ କିଛି ସମୟ ପରେ ସ୍ଥାନୀୟ ଲୋକ ଖବରଦାତାଙ୍କୁ ଉଦ୍ଧାର କରି ରଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଆଣିଥିଲେ । ସେଠାରେ ଚିକିତ୍ସା ପରେ ଖବରଦାତା ମଧୁସୁଦନ ରଣପୁର ଥାନାରେ ଲିଖତ ଅଭିଯୋଗ କରିଥିଲେ । ପୋଲିସ ଏନେଇ ରଣପୁର ଥାନା କେଶ ନମ୍ବର ୮୦/୨୬ରେ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଥିବା ବେଳେ ଅଭିଯୁକ୍ତ ବୁଲୁ ପଣ୍ଡା ଓ ତାର ଭାଇ ଫେରାର ହୋଇଯାଇଥିଲେ ତେବେ ବିଶେଷ ସୂତ୍ରରୁ ଖବର ପାଇଁ ରଣପୁର ପୋଲିସ ରବିବାର ବୁଲୁ ପଣ୍ଡାଙ୍କୁ ତାଙ୍କ ଗ୍ରାମ ବଳଭଦ୍ରପୁରର ନିଜ ଫାର୍ମ ହାଉସ ରୁ ଗିରଫ କରି ସୋମବାର କୋର୍ଟ ଚାଲାଣ କରିଛନ୍ତି l ତେବେ ତାର ଜାମିନ ନାମଞ୍ଜୁର ହେବାରୁ ଜେଲ ହାଜତ କୁ ପଠେଇ ଦିଆଯାଇଛି । Categories: ଅପରାଧ, ଓଡ଼ିଶା, ଖୋର୍ଦ୍ଧା, ନୟାଗଡ଼ ନିଉଜ୍, ହୋମ୍ Related Content ନିପୁଣ ଓଡ଼ିଶା ଓ ଉଲ୍ଲାସ କାର୍ଯ୍ୟକ୍ରମ ର ଲକ୍ଷ୍ୟ ବର୍ଣ୍ଣନା କଲେ ବ୍ଲକ୍ ଶିକ୍ଷା ଅଧିକାରୀ by Proprietor Abhimanyu Maharana September 11, 2026 ବାର୍ଷିକ ବିଜ୍ଞାନମେଳା ଓ କଣ୍ଢେଇ ମେଳା ଅନୁଷ୍ଠିତ : ୧୬୦ ପ୍ରକଳ୍ପରେ ଝଲସିଲା କୁନି ବୈଜ୍ଞାନିକଙ୍କ ପ୍ରତିଭା by Proprietor Abhimanyu Maharana September 11, 2026 ନୟାଗଡ଼ ଜିଲ୍ଲା ସଡ଼କ ସୁରକ୍ଷା ଓ ହାଇୱେ ସେଫଟୀ ଟାସ୍କଫୋର୍ସ ବୈଠକ by Proprietor Abhimanyu Maharana September 11, 2026 ନୟାଗଡ ଜିଲ୍ଲାର ଦ୍ୱିତୀୟ ବରିଷ୍ଠ ତୀର୍ଥଯାତ୍ରୀ ଯୋଜନା ଶୁଭାରମ୍ଭ by Proprietor Abhimanyu Maharana September 11, 2026 ଜିଲ୍ଲା ଉପନିବନ୍ଧକ କାର୍ଯ୍ୟାଳୟର ଲୋକାର୍ପଣ ଉତ୍ସବ by Proprietor Abhimanyu Maharana September 11, 2026 ବିଜୁ ଜନତା ଦଳ କାର୍ଯ୍ୟାଳୟରେ ଶ୍ରଦ୍ଧାଞ୍ଜଳୀ ସଭା by Proprietor Abhimanyu Maharana September 11, 2026